Categories: ଖେଳ

ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖୁସି ଖବର, ପୂରା ସିଜିନ ଖେଳିବାକୁ ପ୍ରସ୍ତୁତ ରିଷଭ ପନ୍ତ

ନୂଆଦିଲ୍ଲୀ,୭।୨: ଆଇପିଏଲ ୨୦୨୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏକ ବଡ଼ ଖବର ଆସିଛି। ରିକି ପଣ୍ଟିଙ୍ଗ କହିଛନ୍ତି, ରିଷଭ ପନ୍ତ ପୂରା ଆଇପିଏଲ ସିଜିନ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ସେ ନିଶ୍ଚିତ ଯେ ସେ ପୂରା ଆଇପିଏଲ ଖେଳିବେ। ୨୦୨୨ ଡିସେମ୍ବର ୩୦ରେ କାର୍‌ ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ, ଏହା ପରେ ସେ କ୍ରିକେଟ ପଡ଼ିଆରୁ ଦୂରେଇ ଯାଇଥିଲେ।କିନ୍ତୁ ବର୍ତ୍ତମାନ ତାଙ୍କ ପ୍ରତ୍ୟାବର୍ତ୍ତନ ଆଇପିଏଲ ୨୦୨୪ ରୁ ଆଶା କରାଯାଉଛ। ତେବେ ପନ୍ତ ଫେରିବା ପରେ ଉଇକେଟ୍‌ କିପିଂ କରିବେ କି ନାହିଁ ତାହା ପଣ୍ଟିଙ୍ଗ ସ୍ପଷ୍ଟ କରିନାହାନ୍ତି।

Share