ଜେଲରେ ଥିବା ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨।୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜେଲରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଡାକ୍ତରଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଛନ୍ତି ପରିବାର ଲୋକେ। ପୋଲିସ ଠିକ୍‌ ଭାବେ ତଦନ୍ତ ନ କରି ତାଙ୍କୁ ଗିରଫ କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାର ପ୍ରତିବାଦରେ ଅନୁଗୋଳ ଏସ୍‌ପି, ତାଳଚେର ଥାନା ଅଧିକାରୀ ଓ ତଦନ୍ତକାରୀ ଅଧିକାରୀଙ୍କ ବଦଳି ଦାବି କରି ପରିବାର ଲୋକେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ସୂଚନାଯୋଗ୍ୟ, ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜେଲରେ ଥିବା ଡାକ୍ତର ପ୍ୟାରୀ ମୋହନଙ୍କ ଜାମିନ ଖାରଜ ହୋଇଯାଇଥିଲା। ସେ ଜେଲରେ ଥିବା ବେଳେ ଗୁରୁବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଛି।