Posted inଖେଳ

ଏମ୍‌ପି ପ୍ରିୟାଙ୍କ ସହ ରିଙ୍କୁ ସିଂହଙ୍କ ବିବାହ ପକ୍କା! ଏହି ତାରିଖରେ ବାଜିବ ସାହାନାଇ

ନୂଆଦିଲ୍ଲୀ,୧।୬: ପୁଣି ଚର୍ଚ୍ଚାରେ ଟିମ୍‌ ଇଣ୍ଡିଆ କ୍ରିକେଟର ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟି ଏମ୍‌ପି ପ୍ରିୟା ସରୋଜ । ଉଭୟ ବର୍ଷ ଆରମ୍ଭରେ ନିର୍ବନ୍ଧ କରିଥିଲେ। ଏବେ ଜୁନ ୮ ତାରିଖରେ ସେମାନେ ପରସ୍ପରର ରିଙ୍ଗ ସେରିମନି କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ସପ୍ତ ତାରକା ହୋଟେଲରେ ଏହିି ସମାରୋହ ଅନୁଷ୍ଠିତ ହେବ। ରିଙ୍କୁ ଏବଂ ପ୍ରିୟାଙ୍କ ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି। ସେମାନେ ନଭେମ୍ବର ୧୮ ତାରିଖରେ ବାରାଣସୀର ତାଜ ହୋଟେଲରେ ପରସ୍ପରର ହାତ ଧରିବେ।

ରିଙ୍କୁ ସିଂହଙ୍କ ଭାବିପତ୍ନୀ ପ୍ରିୟା ସରୋଜ ଉତ୍ତର ପ୍ରଦେଶର ଜୌନପୁର ଜିଲାର ମଛଲିଶହର ନିର୍ବାଚନମଣ୍ଡଳୀର ଏମ୍‌ପି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ସମାଜବାଦୀ ପାର୍ଟିର ବିପି ସରୋଜଙ୍କୁ ୩୫୮୫୦ ଭୋଟ ବ୍ୟବଧାନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଥିଲେ। ପ୍ରିୟା ସରୋଜଙ୍କ ପିତାଙ୍କ ନାମ ତୁଫାନି ସରୋଜ, ଯିଏ ମଛଲିଶହର ନିର୍ବାଚନମଣ୍ଡଳୀର ଏମ୍‌ପି ରହିସାରିଛନ୍ତି। ବର୍ତ୍ତମାନ ସେ କେରାକାଟ ବିଧାନସଭା ଆସନରୁ ବିଧାୟକ ଅଛନ୍ତି।

ଟିମ ଇଣ୍ଡିଆରେ ରିଙ୍କୁ ସିଂହ ଜଣେ ପ୍ରସିଦ୍ଧ କ୍ରିକେଟର ହୋଇଥିବାବେଳେ, ପ୍ରିୟା ସରୋଜ ରାଜନୀତିରେ ମଧ୍ୟ ବହୁତ ଲୋକପ୍ରିୟ। ଏଣୁ ସେମାନଙ୍କ ବିବାହରେ ଦେଶର ଷ୍ଟାର କ୍ରିକେଟର, ରାଜନେତା, ଫିଲ୍ମ ଷ୍ଟାର ଏବଂ ଶିଳ୍ପପତିଙ୍କ ଏକ ସମାବେଶ ହୋଇପାରେ।

ରିପୋର୍ଟ ଅନୁସାରେ, ପ୍ରିୟାଙ୍କ ଜଣେ ବନ୍ଧୁ ଯାହାଙ୍କ ବାପା ଜଣେ କ୍ରିକେଟର ଅଛନ୍ତି, ସେ ରିଙ୍କୁଙ୍କୁ ବହୁତ ଭଲ ଭାବରେ ଜାଣନ୍ତି। ସେ ହିଁ ପ୍ରଥମ ଥର ପାଇଁ ରିଙ୍କୁ ଏବଂ ପ୍ରିୟାକୁ ପରିଚିତ କରାଇଥିଲେ। ଏହା ମଧ୍ୟ କୁହାଯାଏ ଯେ ଆଲିଗଡ଼ରେ ର୍ନିମିତ ରିଙ୍କୁଙ୍କ ନୂତନ ଘର ପ୍ରିୟା ଫାଇନାଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri