Posted inଖେଳ

ଲଦାଖରେ କ୍ରୀଡ଼ା ସୁବିଧାର ଶିଳାନ୍ୟାସ କଲେ ରିଜିଜୁ

ଲେହ (ଲଦାଖ),୧୫ା୯ (ପି.ଟି.)-ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବିଭିନ୍ନ କ୍ରୀଡ଼ା ସୁବିଧା ଲାଗି ସୋମବାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ। ତନ୍ମଧ୍ୟରେ ଏକ ସିନ୍ଥେଟିକ୍‌ ଟ୍ରାକ୍‌, ଫୁଟ୍‌ବଲ ପାଇଁ ଆଷ୍ଟ୍ରୋଟର୍ଫ ରହିଛି। ଏହି ଅବସରରେ ରାଜ୍ୟପାଳ ତଥା ଲ୍ୟୁଟ୍‌ନାଣ୍ଟ ଗଭର୍ନର ଆର.କେ. ମାଥୁର ଉପସ୍ଥିତ ଥିଲେ। ଲେହସ୍ଥିତି ଲେହତ୍‌ ଓପନ ଷ୍ଟାଡିୟମରେ ସିନ୍ଥେଟିକ୍‌ ଟ୍ରାକ୍‌ ଓ ଫୁଟ୍‌ବଲ ପାଇଁ ଆଷ୍ଟ୍ରୋଟର୍ଫ ବିଛାଯିବ। ଏବାବଦରେ ୧୦.୬୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଏହା କାର୍ଯ୍ୟ ୨୦୨୧ ଜାନୁୟାରୀ ସୁଦ୍ଧା ଶେଷ ହେବ ବୋଲି ସ୍ଥିର ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି। ଏନଡିଏସ୍‌ ଇନ୍‌ଡୋର ଷ୍ଟାଡିୟମରେ ୧.୫୨ କୋଟି ଟଙ୍କା ବ୍ୟୟରେ ଏକ ଜିମ୍ନାସିୟମ ହଲ୍‌ ନିର୍ମାଣ ହେବ। ୨୦୨୧ ମାର୍ଚ୍ଚ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ। ଦେଶରେ କ୍ରୀଡ଼ା ସଂସ୍କୃତିର ବିକାଶ କ୍ଷେତ୍ରରେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ଉଦ୍‌ବୋଧନ ଦେଇ ରିଜିଜୁ କହିଥିଲେ। ସ୍ଥାନୀୟ ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ଲାଗି ଲଦାଖ ୟୁଟି ପ୍ରଶାସନ ତରଫରୁ ପୁରସ୍କାର ଏବଂ ଚାକିରି ବ୍ୟବସ୍ଥା କରିବା ଉଚିତ୍‌ ବୋଲି ସେ କହିଥିଲେ। ଲ୍ୟୁଟନାଣ୍ଟ ଗଭର୍ନର ମାଥୁର କହିଥିଲେ, ଏଠାରେ ଶୀତକାଳୀନ କ୍ରୀଡ଼ାର ଅଭିଜ୍ଞତା ହାସଲ କରିବା ଲାଗି ଦେଶର ଅନ୍ୟାନ୍ୟ ଅଞ୍ଚଳରୁ ଲୋକେ ଏଠାକୁ ଆସିବା ଉଚିତ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri