Posted inଖେଳ

ମ୍ୟାଚ୍‌ ଦେଖିବାକୁ ଆସିଥିବା ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ, ୨୮।୭: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ତଥା ମହାନ ବ୍ୟାଟ୍ସମ୍ୟାନ ରିକି ପଣ୍ଟିଂଙ୍କୁ କ୍ରିକେଟ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଡ଼ିଆରେ ଛକା-ଚୌକା ମାରି ବୋଲରଙ୍କୁ ଧରାଶାୟୀ କରିଥିବା ପଣ୍ଟିଂଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ନିଆରା। ଏହି ପଡ଼ିଆରୁ ହିଁ ପଣ୍ଟିଂଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ପ୍ରତିପକ୍ଷ ବୋଲରଙ୍କ ପାଇଁ ଜଣେ ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ ପାଲଟିଥିବା ପଣ୍ଟିଂଙ୍କୁ କିନ୍ତୁ ମ୍ୟାଚ୍‌ ଦେଖିବାକୁ ଆସିଥିବା ଯୁବତୀ କ୍ଲିନ ବୋଲ୍ଡ କରିଦେଇଥିଲେ।


୨୦୦୮ରେ ପଣ୍ଟିଂ ବାନ୍ଧବୀ ରିୟାନା କାଣ୍ଟରଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ପଣ୍ଟିଂ ପ୍ରଥମ ଥର ଲାଗି ରିୟାନାଙ୍କୁ ପଡ଼ିଆରେ ହିଁ ଦେଖିଥିଲେ। ସେତେବେଳେ ୨୦୦୨ରେ ରିୟାନା ତାଙ୍କ ଭାଇଙ୍କ ସହ ମ୍ୟାଚ୍‌ ଦେଖିବାକୁ ମେଲବୋର୍ନ ଷ୍ଟାଡିୟମକୁ ଆସିଥିଲେ। ଅପରପକ୍ଷରେ ପଣ୍ଟିଂଙ୍କ ପରିବାର ମଧ୍ୟ ସେହି ମ୍ୟାଚ୍‌ ଦେଖିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ମ୍ୟାଚ୍‌ ମଝିରେ ଯେତେବେଳେ ବ୍ରେକ୍‌ ହୋଇଥିଲା ପଣ୍ଟିଂ ପରିବାର ଲୋକଙ୍କୁ ଭେଟିବା ଲାଗି ଦର୍ଶକ ଗ୍ୟାଲେରୀକୁ ଆସିଥିଲେ। ସେହିଠାରେ ହିଁ ସେ ପ୍ରଥମେ ରିୟାନାଙ୍କୁ ଦେଖିଥିଲେ। ଆଉ ପ୍ରଥମ ଦେଖାରେ ରିୟାନାଙ୍କୁ ମନ ଦେଇ ବସିଥିଲେ। ଏହାପରେ ପଣ୍ଟିଂ ରିୟାନାଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ଯେତେବେଳେ ଜାଣିଲେ ଯେ ରିୟାନା ଜଣେ ଲ’ର ଛାତ୍ରୀ ତେଣୁ ତାଙ୍କୁ ସାକ୍ଷାତ୍‌ କରିବାକୁ ବିଶ୍ୱବିଦ୍ୟାଳୟରେ ପହଞ୍ଚତ୍ ଯାଇଥିଲେ। ଏହା ଦେଖି ରିୟାନା ବିଶ୍ୱାସ କରିପାରି ନ ଥିଲେ ଏବଂ ପଣ୍ଟିଂଙ୍କ ପ୍ରପୋଜକୁ ସ୍ବୀକାର କରିନେଇଥିଲେ। ଏହିଠାରୁ ହିଁ ସେମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା। ଏହାପରେ ପଣ୍ଟିଂଙ୍କ ସହ ରିୟାନା କେବଳ ଯେ ବିଦେଶ ଭ୍ରମଣ କରି ନ ଥିଲେ, ବରଂ ବିଭିନ୍ନ କ୍ରିକେଟ୍‌ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲେ। ୨୦୦୮ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପଣ୍ଟିଂ ବର୍ତ୍ତମାନ ୩ଟି ସନ୍ତାନର ବାପା ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri