ଧନୀ ଟିକସ

ଚଳିତ ବର୍ଷ ବ୍ରାଜିଲ ଜି୨୦ରେ ଅଧ୍ୟକ୍ଷତା କରିବା ସହ ନଭେମ୍ବର ୧୮-୧୯ ରିଓ ଦ ଜେନିରୋରେ ସମ୍ମିଳନୀ ଆୟୋଜନ କରୁଛି। ଏହା ପୂର୍ବରୁ ଜୁଲାଇ ୨୫ ଓ ୨୬ ତାରିଖରେ ରିଓରେ ଜି୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ ଶେଷ ହୋଇଛି। ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଜଳବାୟୁ ସଙ୍କଟର ମୁକାବିଲା କରିବା ପାଇଁ ଅତି ଧନୀ ବ୍ୟକ୍ତିବିଶେଷମାନେ ସେମାନଙ୍କ ସମ୍ପତ୍ତିର ଅତିକମ୍‌ରେ ୨% ଟିକସ ଆକାରରେ ଦେବା ଲାଗି ପ୍ରସ୍ତାବ ଅଣାଯାଇଥିଲା। ଏହା ଉପରେ ସହମତି ପ୍ରକାଶ ପାଇଥିଲେ ମଧ୍ୟ କୌଣସି ଚୁକ୍ତିନାମା ହୋଇପାରିନାହିଁ। ଏହାକୁ ଆମେରିକା ଓ ଜର୍ମାନୀ ବିରୋଧ କରିଥିଲେ। ଫ୍ରାନ୍ସ ଅର୍ଥନୀତିଜ୍ଞ ଗାବ୍ରିଏଲ ଜୁକମ୍ୟାନଙ୍କ ରିପୋର୍ଟ ମୁତାବକ ବିଶ୍ୱରେ ୩୦୦୦ ଅତି ଧନୀ ବ୍ୟକ୍ତିବିଶେଷ ଏବେ ମାତ୍ର ୦.୨% ଟିକସ ଦେଉଛନ୍ତି। ଯଦି ୨% ଟିକସ ଆଦାୟ ହୁଏ ତେବେ ୨୦୦-୨୫୦ ବିଲିୟନ ଡଲାର ସଂଗୃହୀତ ହୋଇପାରିବ। ରିଓ ବୈଠକର ଟିକସ ପ୍ରସ୍ତାବକୁ କେନ୍ଦ୍ରକରି ଭାରତରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ପଚାରିଛି ଧନୀଙ୍କର ସମ୍ପତ୍ତି ଟିକସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧାରଣା ଓ ମତାମତ କ’ଣ । ଜି୨୦ରେ ଭାରତ ଏହି କରକୁ ସମର୍ଥନ କରିବ ନା ବିରୋଧ କରିବ, ସେ ସମ୍ପର୍କରେ ଦେଶକୁ ପ୍ରଧାନମନ୍ତ୍ରୀ ଜଣାଇବା ଦରକାର ବୋଲି କଂଗ୍ରେସ ଦାବି କରିଛି। ବିଗତ କିଛି ବର୍ଷର ପରିସ୍ଥିତିକୁ ଦେଖିଲେ ଭାରତ ତାହାର ଆଭ୍ୟନ୍ତରୀଣ ଓ ବିଶ୍ୱ ସ୍ତରରେ ଯେଉର୍ଁ ପ୍ରକାର ଅର୍ଥନୀତିକୁ ସମର୍ଥନ କରୁଛି ସେ ସମ୍ପର୍କରେ ଆଜିର ସରକାର ଦେଶବାସୀଙ୍କୁ କୌଣସି ତଥ୍ୟ ଜଣାଉନାହାନ୍ତି। ଏହାଦ୍ୱାରା ଅନେକ ନୀତି ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ହେଉଛି, ଯାହାର ସିଧାସଳଖ ଅର୍ଥନୈତିକ ପ୍ରଭାବ ମଧ୍ୟବିିତ୍ତ ଏବଂ ଗରିବ ଭାରତୀୟଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ିଆସୁଛିି । କିନ୍ତୁ ଏହା ସମ୍ପର୍କରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିବାର କୌଣସି ପରିସ୍ଥିତି ସୃଷ୍ଟି କରାଯାଉନାହିଁ। ଅର୍ଥାତ ଭାରତ ଭଳି ଏକ ବୃହତ ଦେଶର ଟିକସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଲୁକ୍କାୟିତ ଏବଂ ଅନ୍ଧକାରରେ ରହିଯାଉଛି। ଅନେକ ଦେଶରେ ବ୍ୟକ୍ତିଗତ ଆୟକର ପରିମାଣକୁ ବ୍ୟାପକ ଭାବେ ହ୍ରାସ କରାଯାଉଥିବାବେଳେ ଭାରତରେ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବହୁ ଦେଶରେ ଓ୍ବାନ୍‌ ପଏଣ୍ଟ ଟ୍ୟାକ୍ସ ଅର୍ଥାତ ଗୋଟିଏ ସ୍ଥାନରେ କର ଦେବା ପରେ ସେହି ଦେଶର ନାଗରିକଙ୍କୁ ତାଙ୍କର ଅର୍ଜିତ ଅର୍ଥରୁ ବାରମ୍ବାର ଟିକସ ଦେବାକୁ ପଡ଼େନାହିଁ। ଉଦାହରଣ ସ୍ବରୂପ, ଦରମା ଉପରେ ଲଗାଯାଉଥିବା ଟିଡିଏସ୍‌ ଏବଂ ଅନ୍ୟସବୁ ଟ୍ୟାକ୍ସ ଭରିସାରିବା ପରେ ସ୍କୁଟର କିମ୍ବା ମୋଟରସାଇକେଲ କିଣିବାକୁ ଇଚ୍ଛୁକ ନାଗରିକ ପୁନର୍ବାର ସେହି ଗାଡ଼ି କିଣିବା ପାଇଁ ଟିକସ ଦେବାକୁ ପଡ଼େନାହିଁ। ସେଥିପାଇଁ ଭାରତ ଟ୍ୟାକ୍ସ ବ୍ୟବସ୍ଥାକୁ ସବୁ ସରକାର ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଆଇନ ଏବଂ ପଦ୍ଧତି ମାଧ୍ୟମରେ ଘୋଡାଇ କରି ରଖିଛନ୍ତି।
ରିଓ ବୈଠକର ଟିକସ ପ୍ରସ୍ତାବକୁ ଜର୍ମାନୀ ଅର୍ଥମନ୍ତ୍ରୀ ଖ୍ରୀଷ୍ଟିଆନ ଲିଣ୍ଡନର ଅପ୍ରାସଙ୍ଗିକ କହିଛନ୍ତି। ଆମେରିକା ଟ୍ରେଜେରି ସେକ୍ରେଟାରି ଜାନେଟ ୟେଲେନ କହିଛନ୍ତି, ଏହି ଟିକସକୁ କାର୍ଯ୍ୟକାରୀ କରିବା କଷ୍ଟକର । ସବୁ ଦେଶକୁ ନିଜ ଦେଶର କୋଟିପତିଙ୍କ ଉପରେ ଟିକସ ଲଗାଇବାକୁ ପଡ଼ିବ। ଏହା ବିଶେଷକରି ସେହିସବୁ ଦେଶ ପାଇଁ ଉଦ୍ଦିଷ୍ଟ, ଯେଉଁଠାରେ ୦.୨% ଟିକସ ଆଦାୟ କରାଯାଉଛି। ଏଥିରେ ଅନ୍ୟତମ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଓ ଜର୍ମାନୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଶ୍ୱତାପନ ବୃଦ୍ଧିକୁ ମୁକାବିଲା କରିବା ପାଇଁ ଧନୀ ଦେଶଗୁଡ଼ିକ ୧୦୦ ବିଲିୟନ ଡଲାରର ଜଳବାୟୁ ପାଣ୍ଠି ସୃଷ୍ଟି କରିବାକୁ କପ୍‌ ୧୫ ସମ୍ମିଳନୀରେ କୁହାଯାଇଥିଲା। ସେହି ଉଦ୍ୟମ ଫସର ଫାଟିଲା। ଫଳସ୍ବରୂପ ବ୍ରାଜିଲର ବାମପନ୍ଥୀ ଲୁଇସ ଲୁଲା ସରକାର ଧନୀ ବ୍ୟକ୍ତିବିଶେଷଙ୍କ ଉପରେ ଏକ ଟିକସ ବସାଇବାର ପ୍ରସ୍ତାବ ଆଣିଛନ୍ତି। ପୂର୍ବଭଳି ଏହି ପ୍ରସ୍ତାବ ମଧ୍ୟ ବିଫଳ ହେବା ଏକପ୍ରକାର ସୁନିଶ୍ଚିତ। କାରଣ କୌଣସି ଦେଶ କିମ୍ବା ଜି ୨୦ ଭଳି ସଂଗଠନ ଏହାକୁ କାର୍ଯ୍ୟ କରାଇବାରେ ସକ୍ଷମ ନୁହନ୍ତି।
ଗୋଟିଏ ପଟେ ବୃହତ୍‌ କମ୍ପାନୀଗୁଡ଼ିକ ପରିବେଶ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବନ୍ଦ କରିଦେଇଛନ୍ତି, ଅନ୍ୟ ପଟେ ବିଶ୍ୱର ଜନସାଧାରଣ ପରିବେଶରେ ଘଟୁଥିବା କ୍ଷତିକୁ ବ୍ୟକ୍ତିଗତ ଭାବେ ପ୍ରଭାବିତ କରିପାରିବେ ନାହିଁ। ଯାହା କରିବେ ତାହା ସମୁଦ୍ରକୁ ଶଙ୍ଖେ। ଶେଷରେ କହିବାକୁ ଗଲେ ଏହି ଧନୀ ଟିକସ ଯଦି ଆସନ୍ତା ନଭେମ୍ବରର ଜି୨୦ ସମ୍ମିଳନୀରେ ମୁଖ୍ୟ ବିଷୟ ହେବ, ତେବେ ସେହି ରିଓ ବୈଠକ ସମ୍ପୂର୍ଣ୍ଣ ଭାବେ ବିଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri