ଧାନ ଉଠାଣରେ ମନ୍ଥର, ଚାଷୀ ଅସନ୍ତୋଷ

କୋକସରା, ୧୫।୧୨ (ଡି.ଏନ.ଏ.): ଟୋକାନ ମିଳିଛି ହେଲେ ଟାର୍ଗେଟ ନାହିଁ, ସପ୍ତାହ ସପ୍ତାହ ଧରି ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ। କେବେ ଧାନ ଉଠିବ ହେସି ଅପେକ୍ଷା କରିଛନ୍ତି ଚାଷୀ। କଳାହାଣ୍ଡି ଜିଲା କୋକସରା ମଣ୍ଡିରେ ଏହିଭଳି ପରିସ୍ଥିତି ଦେଖାଦେଇଛି। ଧାନ ଉଠାଣରେ ମନ୍ଥର ଦେଖାଦେଇଥିବା ବେଳେ କୌଣସି ଯୋଗାଣ ବିଭାଗ ଅଧିକାରୀ କି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ସମସ୍ୟା ବୁଝିବାକୁ ଆସୁନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସୂଚନା ଅନୁସାରେ କୋକସରା ମଣ୍ଡିରେ ଗତ ମାସ ୧୬ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି। ଏହି ମଣ୍ଡିରେ ଧାନ ବିକ୍ରି ପାଇଁ କୋକସରା, ରେଙ୍ଗାଳପାଲି ଓ ମାଝିଗୁଡା ପଞ୍ଚାୟତ ୧୧୧୯ଜଣ ଚାଷୀ ଅନଲାଇନରେ ପଞ୍ଜୀକରଣ କରିଛନ୍ତି। ରବିବାର ସୁଦ୍ଧା ୩୧୬ଜଣ ଚାଷୀଙ୍କ ୨୩୨୧୭ କୁଇଣ୍ଟାଲ ଧାନ କ୍ରୟ ହୋଇଛି। ଅନ୍ୟପଟେ କୋକସରା ମଣ୍ଡିକୁ ପ୍ରଥମ ପର୍ଯ୍ୟାୟରେ ୩୫୦୦୦ କୁଇଣ୍ଟାଲ ଟାର୍ଗେଟ ମିଳିଥିବା ବେଳେ ୫ଟି ମିଲକୁ ଧାନ କିଣିବା ପାଇଁ ନିୟୋଜିତ କରାଯାଇଥିଲା। ସେଥିମଧ୍ୟରୁ ଜେକେ ଫୁଡ଼ ଓ ଶ୍ରୀ କହ୍ନେୟା ଏଗ୍ରୋ ପ୍ରଡକ୍ଟ ମିଲର ଟାର୍ଗେଟ ସରିଥିବା ବେଳେ ଏବେ କେବଳ ଗଣପତି ରାଇସ ମିଲ, ବଜରଙ୍ଗ ରାଇସ ମିଲ ଓ ବିଜୟ ଲକ୍ଷ୍ମୀ ପେଡି ଏଗ୍ରୋର ଟାର୍ଗେଟ ରହିଛି। ପ୍ରତିଦିନ ମଣ୍ଡିକୁ ୨୫୦୦ ରୁ ୩୦୦୦ କୁଇଣ୍ଟାଲ ଧାନ ଏଣ୍ଟ୍ରି ହେଉଥିବା ବେଳେ ସେହି ମାତ୍ରାରେ ଧାନ କ୍ରୟ ହେଉନାହିଁ। ମିଲଗୁଡିକ ଧାନ କ୍ରୟରେ ମନ୍ଥରତା ଦେଖାଇ ପ୍ରତିଦିନ ୭ ଶହରୁ ୮ ଶହ କୁଇଣ୍ଟାଲ ଧାନ ଉଠାଉ ଥିବାରୁ ଚାଷୀଙ୍କ ଧାନ ଠିକ ସମୟରେ ଉଠୁନାହିଁ। ଚାଷୀଙ୍କୁ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ମଣ୍ଡିକୁ ଧାନ ଆଣିଥିବା ଚାଷୀ ଅଭିଯୋଗ କରିଛନ୍ତି। ୨ ମିଲର ଟାର୍ଗେଟ ବଢ଼ାଇବା ସହ ଧାନ କିଣାକୁ ସକ୍ରିୟ କରିବାକୁ ଚାଷୀ ଦାବି କରିଛନ୍ତି, ନଚେତ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଏ ନେଇ କୋକସରା ପ୍ୟାକ୍ସ ସମ୍ପାଦକ ନିରଞ୍ଜନ ବାଗଙ୍କୁ ପଚାରିବାରୁ ୨ ମିଲର ଟାର୍ଗେଟ ସରିଯାଇଛି, ଏଣୁ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ଦେଖାଦେଇଛି। ଆମେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଛୁ। ଆଗକୁ ଆହୁରି ୨ ମିଲ ବଦଳରେ ୪ ମିଲକୁ ଧାନ କ୍ରୟ ପାଇଁ କୋକସରା ମଣ୍ଡିରେ ଟେଗ କଲେ ଧାନ କ୍ରୟ ପାଇଁ ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri