ଅର୍ପଣ ରଥରୁ ସଂଗ୍ରହ ଚାଉଳ, ଗୁଆ ଗଲାନି ପୁରୀ; ଭକ୍ତମାନଙ୍କ ଅସନ୍ତୋଷ

ନବରଙ୍ଗପୁର,୧୮।୧ (ସଦାଶିବ ପ୍ରହରାଜ): ଜଗନ୍ନାଥ ଭକ୍ତଙ୍କ ଆସ୍ଥା ସହ ଖେଳ । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ, ଗୁଆ, ଟଙ୍କା ଓ ନଡ଼ିଆ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେବ ବୋଲି କୁହାଯାଇଥିଲା। ନବରଙ୍ଗପୁର ଜିଲାରେ ସଂଗ୍ରହ ହୋଇଥିବା ଚାଉଳ, ଗୁଆ ବିଭିନ୍ନ ମନ୍ଦିରରେ ରଖାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନବରଙ୍ଗପୁର ସଦର ବ୍ଲକରେ ଗତ ୬ରୁ ୧୫ ତାରିଖ ଭିତରେ ଅର୍ପଣ ରଥ ଘରକୁ ଘର ବୁଲି ପ୍ରଭୁ ଜଗନ୍ନାଥଙ୍କ ପାଇଁ ଚାଉଳ, ନଡ଼ିଆ, ଗୁଆ ଓ ଦକ୍ଷିଣା ଆଦାୟ କରାଯାଇଥିଲା । ସେଗୁଡିକୁ ପରିକ୍ରମା ପ୍ରକଳ୍ପ ଦିନ ଜଗନ୍ନାଥ ପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ ବୋଲି ଭକ୍ତଙ୍କଠାରୁ ଆଦାୟ ହୋଇଥିଲା । ନବରଙ୍ଗପୁର ସଦର ବ୍ଲକରେ ୩୦ କୁଇଣ୍ଟାଲ ଚାଉଳ, ଧାନ ୫ କୁଇଣ୍ଟାଲ, ଗୁଆ ୨୯କିଲୋ, ନଡ଼ିଆ ୩୦୧୦୧ଟି ଓ ଦକ୍ଷିଣା ବାବଦରେ ୧ଲକ୍ଷ ୭୮୩୭ ଟଙ୍କା ଆଦାୟ କରାଯାଇଥିଲା। ଏସବୁ ଭତରାସିଉନି ଗ୍ରାମସ୍ଥିତ ଶିବମନ୍ଦିରରେ ପଡି ରହିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନବରଙ୍ଗପୁର ବ୍ଲକ ପ୍ରଶାସନ ଚାଉଳ ଶିବମନ୍ଦିରରେ ଥିବା ସ୍ବୀକାର କରିବା ସହ ଆଗାମୀ ଭବିଷ୍ୟତରେ ସେଗୁଡିକୁ ପୁରୀକୁ ପଠାଯିବ ବୋଲି କହିଛନ୍ତି । ସେହିଭଳି ନବରଙ୍ଗପୁର ପୌରପାଳିକାରେ ସଂଗୃହୀତ ହୋଇଥିବା ଚାଉଳ ଓ ଗୁଆ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପଡିଛି । ଯାହାକୁ ଭକ୍ତ ନାପସନ୍ଦ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?