ସୋନମଙ୍କ ପୁଅର ନିକନେମ ରିଭିଲ କଲେ ମାଉସୀ ରିଆ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି । ପତି ଆନନ୍ଦ ଆହୁଜା ଓ ପୁଅ ସହ ପିତା ଅନିଲ କୁପରଙ୍କ ଘରକୁ ଆସିଛନ୍ତି ସୋନମ । ତେବେ ସୋନମଙ୍କ ପୁଅକୁ ଗ୍ରାଣ୍ଡ ୱେଲକମ୍ କରଯାଇଛି । କପୁର ପରିବାରରେ ଗ୍ରାଣ୍ଡ ସେଲିବ୍ରେଶନର ମାହୋଲ କିଛି ଖାସ୍ ଥିବା କୁହାଯାଉଛି । ଏବେ ଏହାର କିଛି ଫଟୋ ସୋନମଙ୍କ ଭଉଣୀ ରିଆ କପୁର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ସେ ସୋନମଙ୍କ ପୁଅର ନିକନେମ ରିଭିଲ କରିଛନ୍ତି । ରିଆଙ୍କ ପୋଷ୍ଟରୁ ଜଣାପଡିଛି ସୋନମଙ୍କ ପୁଅର ନିକନେମ ହେଉଛି ସିମ୍ବା ।
ତାଙ୍କୁ ୱେଲକମ କରିବାକୁ ଘରକୁ ସମ୍ପୂର୍ଣ୍ଣ ଭାବେ ୟେଲୋ ଓ ବ୍ଲୁ ବେଲୁନରେ ସଜାଯିବା ସହ ‘ୱେଲ କମ ହୋମ’ର ଏକ ବଡ ବ୍ୟାନର ଲଗାଯାଇଥିଲା । କାନ୍ଥରେ ‘ବେବି କପୁର ଆହୁଜା’ ବୋଲି ଲେଖାଯାଇଥିଲା । ଆଉ ଏକ ବ୍ୟାନରରେ ‘ହମାରେ ସିମ୍ବାକା ଘର ପର ସ୍ୱାଗତ ହୈ’ ବୋଲି ବି ଲେଖାଯାଇଥିଲା । ରିଆ କପୁର ନିଜେ କହିଥିଲେ ପୁଅର ନିକନେମ ସିମ୍ବା ରଖାଯାଇଛି ।
ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ସୋନମ କପୁର ଅଫିସିଆଲ ଇନଷ୍ଟାଗ୍ରାମ ଜରିଆରେ ଜଣାଇଥିଲେ କି ସେ ମାଆ ହୋଇଯାଇଛନ୍ତି । ସେ ଲେଖିଥିଲେ ୨୦ ଅଗଷ୍ଟକୁ ଆମେ ଆମର ସୁନ୍ଦର ବେବି ବୟକୁ ମୁଣ୍ଡ ନୁଆଇଁ, ଖୋଲା ହୃଦୟରେ ୱେଲକମ କରିଛୁ । ଏହାସହ ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ପରିବାର ଯେଉଁମାନେ ଏହି ସଫରରେ ତାଙ୍କ ସହ ଥିଲେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସୋନମ । ଏହା କେବଳ ଆରମ୍ଭ ମାତ୍ର ଏବେ ଆମର ଜୀବନ ସମ୍ପୂର୍ଣ୍ଣ ବଦଳିିବ ।
ସୋନମ ୨୦ ଅଗଷ୍ଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ କପୁର ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା । କେବଳ କୁପର ପରିବାର ନୁହେଁ ସୋନମଙ୍କ ପ୍ରଶଂସକମାନେ ବି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁତ୍ର ସନ୍ତାନର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri