‘ପୁରସ୍କାର କ୍ଷଣିକ ଆନନ୍ଦ, ସାଧନା ଚିରନ୍ତନ’

କେନ୍ଦୁଝର ଜିଲା ଘସିପୁରା ବ୍ଲକର ଅତାସାହିରେ ୧୯୫୦ ଜୁନ୍‌ ୨୨ରେ ଜନ୍ମ ଗ୍ରହଣ କରିଥିଲେ ଶିଶୁ ସାହିତି୍ୟକ ଡ. ରାମଚନ୍ଦ୍ର ନାୟକ। ପଞ୍ଚମ ଶ୍ରେଣୀରେ ପଢିବାବେଳେ ପ୍ରଥମ କରି ସେ ଏକ କ୍ଷୁଦ୍ର କବିତା ଲେଖିଥିଲେ। ଏହାପରେ କଲେଜ ଜୀବନରେ ଲେଖାଲେଖି ଆରମ୍ଭ କରିଥିଲେ। ପରିବାର ତଥା ସହପାଠୀଙ୍କ ପ୍ରଶଂସା ଓ ପ୍ରେରଣା ତାଙ୍କୁ ଅଧିକ ଲେଖାଲେଖି କରିବାକୁ ଉତ୍ସାହିତ କରିଥିଲା। ଜଣେ ଶିକ୍ଷକ ଭାବେ ଜୀବନ ଅତିବାହିତ କରିଥିଲେ ବି ସେ କେବେ ମଧ୍ୟ ଲେଖିବା ଛାଡି ନାହାନ୍ତି। ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ‘ବାଲ୍‌ ସାହିତ୍ୟ ପୁରସ୍କାର’ ପାଇବାକୁ ମନୋନୀତ ହୋଇଥିବା ରାମଚନ୍ଦ୍ରଙ୍କ ସହ ସ୍ବତନ୍ତ୍ର ଆଳାପ।

‘ବାଲ୍‌ ସାହିତ୍ୟ ପୁରସ୍କାର’ କଥା ଶୁଣି କିପରି ଅନୁଭବ କରୁଛନ୍ତି?
ସାଧନାର ଫଳ ମିଳିଛି, ତେଣୁ ଖୁସି ଲାଗୁଛି। ମାତ୍ର ସାଧନା ପାଖରେ ପୁରସ୍କାରକୁ ମୁଁ ଗୁରୁତ୍ୱ ଦିଏ ନାହିଁ। ପୁରସ୍କାର ଏକ କ୍ଷଣିକ ଆନନ୍ଦ, ପ୍ରେରଣାର ଏକ ମାଧ୍ୟମ। ମାତ୍ର ସାଧନା ଚିରନ୍ତନ, ଜୀବନ ସାରା ଆମକୁ ଖୁସି ଦେଇଥାଏ। ଜଣେ ସାହିତି୍ୟକଙ୍କ ପାଇଁ ସାଧନା ଆନନ୍ଦର ଦାନ। ଏ ବୟସରେ ବି ମୁଁ ପ୍ରତିଦିନ ୭ ରୁ ୮ଘଣ୍ଟା ପଢେ।
ସାହିତ୍ୟ ପ୍ରତି କେବେଠାରୁ ରୁଚି ବଢ଼ିଥିଲା?
ପଞ୍ଚମ ଶ୍ରେଣୀରେ ପଢିବାବେଳେ ପ୍ରଥମ କରି ମୁଁ ଏକ କବିତା ଲେଖିଥିଲି। ଆମ ବିଦ୍ୟାଳୟରେ ଏକ ଅନ୍ତାକ୍ଷରୀ ପ୍ରତିଯୋଗିତା ହେଉଥିଲା। ସେଥିରେ ମୁଁ ହଠାତ୍‌ ଏକ କବିତା ‘ଭଗବାନ ତୁମ୍ଭେ ଶୁଣ, ମୁହିଁ ଡାକୁଚି ପୁଣ’ ଗାଇଥିଲି। ଏହା ସ୍ବତଃ ମୋ ମନକୁ ଆସିଥିଲା। ସହପାଠୀ ତଥା ଶିକ୍ଷକଙ୍କ ପାଖରୁ ଏଥିପାଇଁ ପ୍ରଶଂସା ବି ପାଇଥିଲି। ଏହାପରେ ଧୀରେ ଧୀରେ ଲେଖିବା ଆରମ୍ଭ ହୋଇଥିଲା, ଆଉ ସାହିତ୍ୟକୁ ଭଲ ପାଇବା ବି ବଢ଼ିଥିଲା।
ବର୍ତ୍ତମାନ ସାହିତ୍ୟର ସ୍ଥିତି କପରି ରହିଛି?
ସାହିତ୍ୟର ସ୍ଥିତି ସବୁବେଳେ ଭଲ ରହିଛି। ମାତ୍ର ଆମ ପାଠ ଓ ଆମ ପରିବେଶର ଚିନ୍ତନ ଶକ୍ତିରେ ଅବକ୍ଷୟ ହୋଇଛି। ସାହିତ୍ୟ ସବୁବେଳେ ପ୍ରଶଂସନୀୟ। ମାତ୍ର ସାହିତ୍ୟ ଭିତରେ ଶସ୍ତା ଭାବନାକୁ ପୂରାଇ ଏହାକୁ ପତନ ଆଡକୁ ଟାଣି ନିଆଯାଉଛି। ପ୍ରକୃତ ସାହିତ୍ୟ କିନ୍ତୁ ଜୀବନ୍ତ।
‘ବଣ ଦେଉଳରେ ସୁନା ନେଉଳ’ ପୁସ୍ତକର ବିଶେଷତ୍ୱ କ’ଣ ରହିଛି?
ପରିବେଶ ସୁରକ୍ଷା, ବୃକ୍ଷ ରୋପଣର ଉପକାରିତା, ଜାତୀୟ ଚେତନା, ସାହସିକତା, ନାରୀ ଜାଗରଣ ଏବଂ ହାସ୍ୟ ଏହି ପୁସ୍ତକର ଆଧାର।
ବର୍ତ୍ତମାନର ଶିଶୁ ସାହିତି୍ୟକଙ୍କ ପାଇଁ କ’ଣ ବାର୍ତ୍ତା ରହିବ?
ବର୍ତ୍ତମାନ ଯୁଗରେ କିଛି ସାଧକ ଆଶୁ ଫଳ ପାଇଁ ଲାଳାୟିତ ହେଉଛନ୍ତି। ମାତ୍ର ସେମାନେ ପୁରସ୍କାର ନୁହେଁ, ସାଧନା ଉପରେ ଗୁରୁତ୍ୱ ଦେବା ଉଚିତ୍‌। ଶିଶୁ ସାହିତି୍ୟକମାନେ ଶିଶୁଙ୍କ ହୃଦୟକୁ ପଢିବା ଶିଖନ୍ତୁ। ସେମାନଙ୍କ ମନକୁ ବୁଝିପାରିଲେ ହିଁ ଶିଶୁସାହିତି୍ୟକମାନେ ଅଧିକ ଦିନ ତିଷ୍ଠି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri