‘ପୁରସ୍କାର କ୍ଷଣିକ ଆନନ୍ଦ, ସାଧନା ଚିରନ୍ତନ’

କେନ୍ଦୁଝର ଜିଲା ଘସିପୁରା ବ୍ଲକର ଅତାସାହିରେ ୧୯୫୦ ଜୁନ୍‌ ୨୨ରେ ଜନ୍ମ ଗ୍ରହଣ କରିଥିଲେ ଶିଶୁ ସାହିତି୍ୟକ ଡ. ରାମଚନ୍ଦ୍ର ନାୟକ। ପଞ୍ଚମ ଶ୍ରେଣୀରେ ପଢିବାବେଳେ ପ୍ରଥମ କରି ସେ ଏକ କ୍ଷୁଦ୍ର କବିତା ଲେଖିଥିଲେ। ଏହାପରେ କଲେଜ ଜୀବନରେ ଲେଖାଲେଖି ଆରମ୍ଭ କରିଥିଲେ। ପରିବାର ତଥା ସହପାଠୀଙ୍କ ପ୍ରଶଂସା ଓ ପ୍ରେରଣା ତାଙ୍କୁ ଅଧିକ ଲେଖାଲେଖି କରିବାକୁ ଉତ୍ସାହିତ କରିଥିଲା। ଜଣେ ଶିକ୍ଷକ ଭାବେ ଜୀବନ ଅତିବାହିତ କରିଥିଲେ ବି ସେ କେବେ ମଧ୍ୟ ଲେଖିବା ଛାଡି ନାହାନ୍ତି। ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ‘ବାଲ୍‌ ସାହିତ୍ୟ ପୁରସ୍କାର’ ପାଇବାକୁ ମନୋନୀତ ହୋଇଥିବା ରାମଚନ୍ଦ୍ରଙ୍କ ସହ ସ୍ବତନ୍ତ୍ର ଆଳାପ।

‘ବାଲ୍‌ ସାହିତ୍ୟ ପୁରସ୍କାର’ କଥା ଶୁଣି କିପରି ଅନୁଭବ କରୁଛନ୍ତି?
ସାଧନାର ଫଳ ମିଳିଛି, ତେଣୁ ଖୁସି ଲାଗୁଛି। ମାତ୍ର ସାଧନା ପାଖରେ ପୁରସ୍କାରକୁ ମୁଁ ଗୁରୁତ୍ୱ ଦିଏ ନାହିଁ। ପୁରସ୍କାର ଏକ କ୍ଷଣିକ ଆନନ୍ଦ, ପ୍ରେରଣାର ଏକ ମାଧ୍ୟମ। ମାତ୍ର ସାଧନା ଚିରନ୍ତନ, ଜୀବନ ସାରା ଆମକୁ ଖୁସି ଦେଇଥାଏ। ଜଣେ ସାହିତି୍ୟକଙ୍କ ପାଇଁ ସାଧନା ଆନନ୍ଦର ଦାନ। ଏ ବୟସରେ ବି ମୁଁ ପ୍ରତିଦିନ ୭ ରୁ ୮ଘଣ୍ଟା ପଢେ।
ସାହିତ୍ୟ ପ୍ରତି କେବେଠାରୁ ରୁଚି ବଢ଼ିଥିଲା?
ପଞ୍ଚମ ଶ୍ରେଣୀରେ ପଢିବାବେଳେ ପ୍ରଥମ କରି ମୁଁ ଏକ କବିତା ଲେଖିଥିଲି। ଆମ ବିଦ୍ୟାଳୟରେ ଏକ ଅନ୍ତାକ୍ଷରୀ ପ୍ରତିଯୋଗିତା ହେଉଥିଲା। ସେଥିରେ ମୁଁ ହଠାତ୍‌ ଏକ କବିତା ‘ଭଗବାନ ତୁମ୍ଭେ ଶୁଣ, ମୁହିଁ ଡାକୁଚି ପୁଣ’ ଗାଇଥିଲି। ଏହା ସ୍ବତଃ ମୋ ମନକୁ ଆସିଥିଲା। ସହପାଠୀ ତଥା ଶିକ୍ଷକଙ୍କ ପାଖରୁ ଏଥିପାଇଁ ପ୍ରଶଂସା ବି ପାଇଥିଲି। ଏହାପରେ ଧୀରେ ଧୀରେ ଲେଖିବା ଆରମ୍ଭ ହୋଇଥିଲା, ଆଉ ସାହିତ୍ୟକୁ ଭଲ ପାଇବା ବି ବଢ଼ିଥିଲା।
ବର୍ତ୍ତମାନ ସାହିତ୍ୟର ସ୍ଥିତି କପରି ରହିଛି?
ସାହିତ୍ୟର ସ୍ଥିତି ସବୁବେଳେ ଭଲ ରହିଛି। ମାତ୍ର ଆମ ପାଠ ଓ ଆମ ପରିବେଶର ଚିନ୍ତନ ଶକ୍ତିରେ ଅବକ୍ଷୟ ହୋଇଛି। ସାହିତ୍ୟ ସବୁବେଳେ ପ୍ରଶଂସନୀୟ। ମାତ୍ର ସାହିତ୍ୟ ଭିତରେ ଶସ୍ତା ଭାବନାକୁ ପୂରାଇ ଏହାକୁ ପତନ ଆଡକୁ ଟାଣି ନିଆଯାଉଛି। ପ୍ରକୃତ ସାହିତ୍ୟ କିନ୍ତୁ ଜୀବନ୍ତ।
‘ବଣ ଦେଉଳରେ ସୁନା ନେଉଳ’ ପୁସ୍ତକର ବିଶେଷତ୍ୱ କ’ଣ ରହିଛି?
ପରିବେଶ ସୁରକ୍ଷା, ବୃକ୍ଷ ରୋପଣର ଉପକାରିତା, ଜାତୀୟ ଚେତନା, ସାହସିକତା, ନାରୀ ଜାଗରଣ ଏବଂ ହାସ୍ୟ ଏହି ପୁସ୍ତକର ଆଧାର।
ବର୍ତ୍ତମାନର ଶିଶୁ ସାହିତି୍ୟକଙ୍କ ପାଇଁ କ’ଣ ବାର୍ତ୍ତା ରହିବ?
ବର୍ତ୍ତମାନ ଯୁଗରେ କିଛି ସାଧକ ଆଶୁ ଫଳ ପାଇଁ ଲାଳାୟିତ ହେଉଛନ୍ତି। ମାତ୍ର ସେମାନେ ପୁରସ୍କାର ନୁହେଁ, ସାଧନା ଉପରେ ଗୁରୁତ୍ୱ ଦେବା ଉଚିତ୍‌। ଶିଶୁ ସାହିତି୍ୟକମାନେ ଶିଶୁଙ୍କ ହୃଦୟକୁ ପଢିବା ଶିଖନ୍ତୁ। ସେମାନଙ୍କ ମନକୁ ବୁଝିପାରିଲେ ହିଁ ଶିଶୁସାହିତି୍ୟକମାନେ ଅଧିକ ଦିନ ତିଷ୍ଠି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri