Categories: ଗଞ୍ଜାମ

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ

ଗଞ୍ଜାମ,୨୧ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସହରରେ ନୂତନ ଭାବେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ମିଶନ ଶକ୍ତି ଗୃହ, କଲ୍ୟାଣ ମଣ୍ଡପ, ଏବଂ ପାର୍କ ଆଦି କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ବଡ଼ବଜାର ଭାରତୀ ବିଦ୍ୟାପୀଠ ହାଇସ୍କୁଲଠାରେ ଓ୍ବାଟର ଫଲ୍‌ ଡିଜାଇନ କାମ ସମ୍ପୂର୍ଣ୍ଣ ହୋଇଥିବା ଦେଖି ସେ ଖୁସି ବ୍ୟକ୍ତ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ସମେତ ଭାଗ୍ୟଶ୍ରୀ ନାୟକ, ସୁମିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।