ପର୍ଯ୍ୟଟନସ୍ଥଳୀ ଉନ୍ନୟନ ନେଇ ସମୀକ୍ଷା

ଭୋଗରାଇ, ୩୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନୟନ କାର୍ଯ୍ୟ ନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମୀକ୍ଷା କରିଛନ୍ତି । ମଙ୍ଗଳବାର ଜିଲାପାଳ ତାଳସାରୀ-ଉଦୟପୁର ଗସ୍ତ କରି ଓଟିଡିସିରେ ବେଳାଭୂମି ଉନ୍ନୟନ ପରିଷଦ ଓ ସେଚ ଡ୍ରେନେଜ, ବିଦ୍ୟୁତ୍‌ ଓ ଗ୍ରାମ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି।
ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ ପୌରୋହିତ୍ୟ କରି ପର୍ଯ୍ୟଟନସ୍ଥଳୀ ମାଷ୍ଟରପ୍ଲାନ କାର୍ଯ୍ୟର ମନ୍ଥରତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍‌ କରିଥିଲେ। ଭୋଗରାଇ ସୀମାନ୍ତକୁ ଛୁଇଁଥିବା ପଶ୍ଚିମବଙ୍ଗର ଦୀଘା ସୈକତ ସହର ପର୍ଯ୍ୟଟନ କେନ୍ଦ୍ର ବିକାଶ ଶୀର୍ଷରେ ଛୁଇଁଥିବା ବେଳେ ଆମେ ପଛରେ ପଡ଼ିଛୁ ବୋଲି ବିଧାୟକ ସ୍ବୀକାର କରିବା ସହିତ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଉ ବୋଲି ସେ କହିଥିଲେ। ଏଥିପ୍ରତି ଜିଲାପାଳ ଗୁରୁତ୍ୱ ଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି କରିଥିଲେ। ସୁବର୍ଣ୍ଣପୁର ଜିଲାରେ ୫୦ଏକର ଜଙ୍ଗଲ ଜାଗା ବଦଳରେ ଉଦୟପୁର-ତାଳସାରୀ ଜଙ୍ଗଲ ଜାଗାକୁ ରାଜସ୍ବ ବିଭାଗକୁ ଖୁବ୍‌ଶୀଘ୍ର ହସ୍ତାନ୍ତର କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିବା ବେଳେ ଜଙ୍ଗଲ ବିଭାଗର ମନ୍ଥର ଓ ଖାମଖିଆଲି ନୀତିକୁ ଅସନ୍ତୋଷ ପ୍ରକାଶ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୀଘା ବେଳାଭୂମି ବିକାଶ ସହ ସମକକ୍ଷ ହେବା ପାଇଁ ଉଦୟପୁର-ତାଳସାରୀ-କୀର୍ତ୍ତନିଆ ବେଳାଭୂମି, ଚନ୍ଦନେଶ୍ୱର ଓ ଭୁଷଣ୍ଡେଶ୍ୱର ମନ୍ଦିର ପର୍ଯ୍ୟଟନସ୍ଥଳୀର ମାଷ୍ଟରପ୍ଲାନ ଅଗ୍ରଗତି ସମ୍ପର୍କରେ ବିଧାୟକ ଓ ବେଳାଭୂମି ବିକାଶ ପରିଷଦର ସଦସ୍ୟଙ୍କ ଦାବିକୁ ଜିଲାପାଳ ଗୁରୁତ୍ୱ ଦେଇ ଅସମ୍ପୂର୍ଣ୍ଣ ହୋଇ ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ତାଳସାରୀ-ଉଦୟପୁର ବେଳାଭୂମି ସମେତ ସାହାବାଜିପୁର ବୋର୍ଡ଼ର, ଚନ୍ଦନେଶ୍ୱର-ତାଳସାରୀ ମୁଖ୍ୟ ରାସ୍ତାର ୫୦୬ଟି ଉଜ୍ୱଳ ବିଦ୍ୟୁତ୍‌ ଆଲୋକ ସଂଯୋଗ କରାଯିବା ସହିତ ତାଳସାରୀ-ସୁବର୍ଣ୍ଣଦୀପକୁ ପର୍ଯ୍ୟଟକଙ୍କ ନିମନ୍ତେ ଫୁଟବ୍ରିଜ୍‌ ନିର୍ମାଣ, ବିଚିତ୍ରପୁର ଇକୋ ଟୁରିଜିମ୍‌ଠାରେ ହରିଣ ପାର୍କ, କୁଟୀର ନିର୍ମାଣ କରାଯିବା ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିର ମରାମତି ନିମନ୍ତେ ରାଜ୍ୟ ସରକାର ୩କୋଟି ୫ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବିଧାୟକ ସୂଚନା ଦେଇଥିଲେ।
ବେଳାଭୂମିକୁ ପରିଷ୍କାର ପରିଚ୍ଛନ୍ନ କରିବା ନିମନ୍ତେ ଓଟିଡିସି ପକ୍ଷରୁ ୮ଜଣ ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ଅଞ୍ଚଳରେ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାକୁ ବାଜିତ୍‌ପୁର ଓ ହୁଗୁଳି ସରପଞ୍ଚଙ୍କ ଦାବିକୁ ଜିଲାପାଳ ଓ ବିଧାୟକ ଗୁରୁତ୍ୱ ଦେଇଥିଲେ। ବୈଠକରେ ତହସିଲଦାର କମଳାକାନ୍ତ ପଣ୍ଡା, ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ସତ୍ୟଜିତ୍‌ ରାଉତ, ବ୍ଲକ ଚେୟାରମ୍ୟାନ୍‌ ମଞ୍ଜୁରାଣୀ ବେହେରା, ସରପଞ୍ଚ ତପନ ପଣ୍ଡା, ପ୍ରଦୀପ ବେହେରା, ଅରୁଣ ଗିରି, ପୂର୍ବତନ ବ୍ଲକ ଚେୟାରମ୍ୟାନ୍‌ ଗଣପତି ଗିରିଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ସେଚ, ଡ୍ରେନେଜ, ବିଦ୍ୟୁତ୍‌, ଗ୍ରାମ୍ୟ ଉନ୍ନୟନରେ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?