ପ୍ରତି ସପ୍ତାହରେ ବିଦ୍ୟୁତ୍‌ ଟ୍ରିପ୍‌ ସମୀକ୍ଷା

ଢେଙ୍କାନାଳ ଅଫିସ, ୪।୧୨

ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବେଣୀପଥର ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ୍‌ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛି ବନ ବିଭାଗ। ଅବଗତ କରାଯିବା ସତ୍ତ୍ୱେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରା ନ ଯିବାରୁ ଏପରି ଘଟଣା ଘଟିଲା। ଆଗାମୀ ଦିନରେ ବିଦ୍ୟୁତ୍‌ ବିଭାଗ ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରାଗଲେ ବିଦ୍ୟୁତ୍‌ ଆଘାତ ଜନିତ ହାତୀମୃତ୍ୟୁ ଏବଂ ଜନ୍ତୁ ଶିକାର ରୋକାଯାଇପାରିବ ବୋଲି ଡିଏଫ୍‌ଓ ଡା. ପ୍ରକାଶଚାନ୍ଦ ଗୋଗିନେନି କହିଛନ୍ତି। ଗୁରୁବାର ଜିଲା ବନଖଣ୍ଡ କାର୍ଯ୍ୟାଳୟରେ ଡିଏଫ୍‌ଓ ଏବଂ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା ହୋଇଛି। ହାତୀଙ୍କ ସୁରକ୍ଷା ଲାଗି ନିଆଯାଉଥିବା ପଦକ୍ଷେପ ଯଦି ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ନ ଶୁଣିବେ, ତେବେ ଭୁବନେଶ୍ୱର ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍‌କୁ ସୂଚିତ କରାଯିବ। ବିଦ୍ୟୁତ୍‌ କାଟ୍‌ କରିବା ଲାଗି କଣ୍ଟ୍ରୋଲ ରୁମ୍‌ ଉକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବ। ସେହିପରି ପ୍ରତି ସପ୍ତାହରେ ବିଦ୍ୟୁତ୍‌ ଟ୍ରିପ୍‌ ଫିଡରକୁ ଆଧାର କରି ବିଭାଗୀୟ ନିର୍ବାହୀଯନ୍ତ୍ରୀ ଏବଂ ଡିଏଫ୍‌ଓ ସମୀକ୍ଷା କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ବୈଠକରେ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ଡିଏଫ୍‌ଓ କହିଛନ୍ତି, ବେଣୀପଥର ଗ୍ରାମ ନିକଟ ଧାନ ବିଲରେ ଦୁଇଦିନ ତଳେ ଶିକାରୀଙ୍କ ବିଦ୍ୟୁତ୍‌ ଫାଶରେ ପଡ଼ି ଏକ ଦନ୍ତାହାତୀ ଏବଂ ୨ ବାର୍‌ହାଙ୍କ ମୃତ୍ୟୁ ଘଟିଥିଲା। ଦିନକ ପୂର୍ବରୁ ଅଞ୍ଚଳରେ ହାତୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା। ଏହାପରେ ସନ୍ଧ୍ୟାରେ ବିଦ୍ୟୁତ୍‌ ସରବରାହ ବନ୍ଦ ରଖିବା ଲାଗି ସମ୍ପୃକ୍ତ ଅଞ୍ଚଳର ବିଦ୍ୟୁତ୍‌ ବିଭାଗ କନିଷ୍ଠଯନ୍ତ୍ରୀକୁ କୁହାଯାଇଥିଲା। ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଯନ୍ତ୍ରୀଙ୍କ ଅବହେଳା ଲାଗି ହାତୀ ଏବଂ ବାର୍‌ହାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଚାଇଁପାଳସ୍ଥିତ ବିଦ୍ୟୁତ୍‌ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ଫୋନ୍‌ ମାଧ୍ୟମରେ ଅବଗତ କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।

୫୩ ଫରେଷ୍ଟ ଗାର୍ଡ ପଦବୀ ଖାଲି
ଢେଙ୍କାନାଳ ଜିଲାରେ ବଢ଼ିଚାଲିଛି ଜନ୍ତୁ ଶିକାର। ବଜ୍ରକାପ୍ତା ଚାଲାଣ ର଼୍ୟାକେଟ ସକ୍ରିୟ ଥିବା ଜଣାପଡ଼ିବା ପରେ ବନ ବିଭାଗର ଚିନ୍ତା ବଢ଼ିଛି। ଏହାକୁ ବାଦ୍‌ ଦେଲେ ହାତୀଦ୍ୱାରା ଫସଲ କ୍ଷତି ଏବଂ ଏହାକୁ ନେଇ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ବନ ବିଭାଗରେ କର୍ମଚାରୀ ଅଭାବ କାରଣରୁ ସମସ୍ୟା ବଢ଼ିବାରେ ଲାଗିଛି। ଜିଲାରେ ୪୮ ମଞ୍ଜୁର ପଦବୀ ମଧ୍ୟରୁ ୧୦ ପଦବୀ ଖାଲି ପଡ଼ିଛି। ସେହିପରି ୧୩୦ ମଞ୍ଜୁର ଫରେଷ୍ଟ ଗାର୍ଡ ପଦବୀ ମଧ୍ୟରୁ ୫୩ଟିରେ କେହି ନାହାନ୍ତି। ସ୍ବଳ୍ପସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା କଷ୍ଟକର ହେଉଛି। ତଥାପି ସ୍ବଳ୍ପସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।
ଲୋଡ଼ାଗଲା ଏସ୍‌ଟିଏଫ୍‌ ସହାୟତା
ଢେଙ୍କାନାଳ ଜିଲା କପିଳାସ ରେଞ୍ଜରୁ ଖୋର୍ଦ୍ଧା ଅଞ୍ଚଳକୁ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଛି। ଏଥିରେ ସମ୍ପୃକ୍ତ ଏକ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିବାବେଳେ ବନ ବିଭାଗ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ପଚରାଉଚୁରା ବେଳେ ଜିଲାରେ ବଜ୍ରକାପ୍ତା ଚାଲାଣ ର଼୍ୟାକେଟ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ବିଧିବଦ୍ଧ ତଦନ୍ତ କରି ଚୋରା ଚାଲାଣ ଚେର ଖୋଜି ବାହାର କରିବାକୁ ଡିଏଫ୍‌ଓ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ର ସହାୟତା ଲୋଡ଼ିଛନ୍ତି। ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବା ଲାଗି ଏସ୍‌ଟିଏଫ୍‌କୁ ଜଣାଯାଇଛି। ଏଥିରେ ବନ ବିଭାଗ ସମ୍ପୂର୍ଣ୍ଣ ସହାୟତା କରିବ ବୋଲି ଡିଏଫ୍‌ଓ ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri