ଓଲଟାମତି, ଓଲଟଗତି

ଶୁଭନାରାୟଣ ଶତପଥୀ

 

ସୁରାପାନ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପରିବ୍ୟାପ୍ତ। ସୁରା କବଳରୁ ଯୁବକ, ଯୁବତୀ, ମହିଳା ଏମିତି କି ଶିଶୁମାନେ ମଧ୍ୟ ବାଦ ପଡୁନାହାନ୍ତି। ଥରେ ଗୋଟିଏ ସ୍ଥାନରେ କେତେକ ପିଲା ସୁରାପାନ କରୁଥିବାର ଦେଖିବାକୁ ମିଳିଲା। ଏତିକିବେଳେ ଜଣେ ଭଦ୍ରବ୍ୟକ୍ତି ସେଠାରେ ପହଁଞ୍ଚିଲେ। ସୁରାଆସରରେ ବସିଥିବା ପାଞ୍ଚଜଣ ପିଲାଙ୍କ ମଧ୍ୟରୁ ଜଣକୁ ଧରିନେଇଗଲେ। ବୁଝିବାରୁ ଜଣାପଡ଼ିଲା ଯେ ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଏକ ଶିଶୁଯନତ୍ ଅନୁଷ୍ଠାନର ମୁଖିଆ ଓ ପିଲାଟି ହେଉଛି ସେଠାକାର ଅନ୍ତେବାସୀ। ପିଲାଟି ସେଠାରେ ସେବା ପାଇଆସୁଛି ସତ କିନ୍ତୁ ସୁରାପାନର ଅଭ୍ୟାସ ତା’ ବାପାଙ୍କଠାରୁ ଶିଖିଛି ବୋଲି ସ୍ବୀକାର କରିଛି। ଘଟଣାଚକ୍ରଟି ହେଉଛି ଯେ ଅତ୍ୟଧିକ ସୁରାପାନରେ ବୁଡ଼ିରହୁଥିବା ବାପା, ଘରର ଚଳଣି ପ୍ରତି ଧ୍ୟାନ ନ ଦେବା କାରଣରୁ ମାଆ ଜଣକ ତିନି ପୁଅଙ୍କ ମୁହଁରେ ଆହାର ଦେବାକୁ ଯାଇ କୋଳରେ ଧରିଥିବା ପଚିଶ ଦିନର ଚତୁର୍ଥ ବା ସବାସାନ ଶିଶୁପୁତ୍ରକୁ ବିକ୍ରି କରିଦେଉଥିଲେ। ଶିଶୁ ସୁରକ୍ଷା ବିଭାଗ, ସ୍ଥାନୀୟ ପୋଲିସ, ପ୍ରଶାସନର ହସ୍ତକ୍ଷେପ ପରେ ଶିଶୁବିକ୍ରି ବନ୍ଦ କରାଗଲା ଏବଂ ପରିବାର ସମୃଦ୍ଧୀକରଣ ପଦକ୍ଷେପସ୍ବରୂପ ସେହି ପରିବାରକୁ ସ୍ବୟଂସହାୟକ ଦଳରେ ଅନ୍ତର୍ଭୁକ୍ତୀକରଣ, ରାଶନ କାର୍ଡ, ଶିଶୁମାନଙ୍କୁ ମାଗଣା ପାଠପଢ଼ିବା ବ୍ୟବସ୍ଥା ସହିତ ଅଙ୍ଗନଓାଡିରେ ଭର୍ତ୍ତି କରାଗଲା। ମୋଟ ଚାରୋଟି ପିଲାଙ୍କ ମଧ୍ୟରୁ ଦୁଇଜଣ ଶିଶୁଯନତ୍ ଅନୁଷ୍ଠାନରେ ରହିଲେ ଓ ବଢ଼ିଲେ। ତେବେ ସେହି ଦୁଇଜଣଙ୍କ ମଧ୍ୟରୁ ଏହି ଗୋଟିଏ ପୁଅ ତା’ ବାପାଙ୍କ ସହିତ ସୁରାପାନର ଅଭ୍ୟାସ କଥା ପରିପ୍ରକାଶ କରିଥିଲା।
ଅନ୍ୟ ଏକ ଘଟଣାରେ ସମ୍ଭ୍ରାନ୍ତ ଶ୍ରେଣୀର ଦଳେ ଯୁବତୀ ଜଣେ ପୁରୁଷଙ୍କୁ ଏଇ ନିକଟରେ ଅପହରଣ କରିବା ପରେ ତାଙ୍କୁ ଯୌନଶୋଷଣ କରିବା ଖବର ଆଲୋଡ଼ନ ସୃଷ୍ଟି କରିଥିଲା। ଉକ୍ତ ଯୁବତୀମାନେ ସୁରାପାନ କରି ଏହି କାଣ୍ଡଭିଆଇଥିବାର ଖବର ପ୍ରସାରିତ ହୋଇଥିଲା। ତେବେ ସୁରାପାନ ଏ ଘଟଣାକୁ ପ୍ରୋତ୍ସାହିତ କରିବାର ଏକ ବଡ଼ କାରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କେଉଁଠି ପରମ୍ପରାର ଦ୍ୱାହି ଦେଇ ତ କେଉଁଠି ସାଂପ୍ରତିକ ଆଧୁନିକ ଜୀବନଶୈଳୀର ପରାକାଷ୍ଠା ଦେଖାଇ ବ୍ୟକ୍ତି ସୁରାପାନ କରୁଛି। ସୁରାପାନ ସର୍ବସାଧାରଣରେ ଧୀରେଧୀରେ ଗ୍ରହଣୀୟ ହେବାରେ ଲାଗିଛି। ପୂର୍ବରତ୍ୁ ସ୍ଥାନୀୟ ଅଞ୍ଚଳରେ ବା ରନ୍ଧାଯାଉଥିବା ଦେଶୀ ସୁରାକୁ ବିରୋଧ କରିବା ଓ ଭାଙ୍ଗିବାକୁ ନେଇ ଅନେକ ଖବର ପ୍ରସାରିତ ହେଉଥିଲା। କିନ୍ତୁ ଏବେ ସ୍ବୀକୃତିପ୍ରାପ୍ତ ସୁରା କିଣିବାକୁ ଲମ୍ବା ଲାଇନ। ସେଠାରେ ସୁରାପାନ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ପଢୁଛେ। ତଥାପି ମତିରେ ପରିବର୍ତ୍ତନ ନାହିଁ॥ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ୨୦୨୨ ତଥ୍ୟ ଅନୁଯାୟୀ କ୍ଷତିକାରକ ସୁରାର ବ୍ୟବହାର ଯୋଗୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ରୋଗର ଶିକାର ହୋଇଥାନ୍ତି ଲୋକେ। ସାରାବିଶ୍ୱରେ ପ୍ରତିବର୍ଷ ପ୍ରାୟ ୩ ମିଲିୟନ ମୃତ୍ୟୁ ସୁରା ବ୍ୟବହାର ଯୋଗୁ ହୋଇଥାଏ, ଯାହା ମୋଟ ମୃତ୍ୟୁର ୫.୩ ଶତକଡ଼ା।
ତେବେ ଅନ୍ୟ ଏକ ବିପରୀତ ଘଟଣା ହେଉଛି, ପ୍ରାତଃଭ୍ରମଣ, ବ୍ୟାୟାମ କରିବାକୁ ସହରରେ ଥିବା ପାର୍କକୁ ଆସନ୍ତି ଲୋକେ। ଏଇ କିଛିଦିନ ତଳର କଥା। ଠେଲାଗାଡ଼ି ଧରି ଜଣେ କ୍ଷୁଦ୍ରବ୍ୟବସାୟୀ ସେହିଗାଡ଼ିରେ ଅମୃତ ପାନୀୟ ଲେଖି ସେଠାରେ ବିକ୍ରି ଉଦ୍ଦେଶ୍ୟରେ ଠିଆ ହୋଇଥାନ୍ତି। କିନ୍ତୁ ସେହି ଠେଲାଗାଡ଼ି ନିକଟରେ କେବେ ଆଖିଦୃଶିଆ ଭିଡ଼ ବା ଲମ୍ବା ଧାଡ଼ି ପରିଲକ୍ଷିତ ହେଉ ନ ଥାଏ। ତେବେ ଉକ୍ତ ବ୍ୟବସାୟୀଜଣକ ସେହି ଠେଲାଗାଡ଼ିରେ ଭୂଇଁଲିମ୍ବ ଜୁସ, ତୁଳସୀ ରସ, ଦହିପଣା, ବେଲ ପଣା, କଲରା ରସ, ମାଣ୍ଡିଆ ଜୁସ, ଭୁସି ମିଶିରି ଇତ୍ୟାଦି ବିକ୍ରି କରୁଥାନ୍ତି। ଯେଉଁଠି ପ୍ରକୃତିଦତ୍ତ ଦ୍ରବ୍ୟଠାରୁ ମଣିଷମାନେ ଦୂରେଇ ଯାଉଛନ୍ତି, ସେଠାରେ ଏହି ବ୍ୟବସାୟୀ ଜଣକ କେବଳ ନିଜ ସ୍ବାର୍ଥକୈନ୍ଦ୍ରିକ ବ୍ୟବସାୟ ବା ଅର୍ଥ ରୋଜଗାର ପଛରେ ନ ପଡ଼ି ସମାଜର ମଙ୍ଗଳ କାମନାରେ ରୋଜଗାରକୁ ଯୋଡ଼ିଛନ୍ତି। ବର୍ତ୍ତମାନ ମଣିଷ କେବଳ ଅଧିକ ରୋଜଗାର ପଛରେ ଦୌଡ଼ୁଥିବା ବେଳେ ଏହି ଚିନ୍ତାଧାରାର ବ୍ୟବସାୟୀମାନଙ୍କ ଏପରି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ତେବେ ଦୁଃଖର ବିଷୟ ଯେ ବର୍ତ୍ତମାନର ପିଢ଼ି ଏହି ଅମୃତସମ ପାନୀୟର ସ୍ବାସ୍ଥ୍ୟ ଅନୁକୂଳ ଉପାଦେୟତାକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସାଧାରଣତଃ ସୁରାପ୍ରେମୀ ମଣିଷମାନେ ସୁରାପାନ ପାଇଁ ସୀମାସରହଦ ମାନନ୍ତି ନାହିଁ। ସୁରା ଲୋଡ଼ା ପଡ଼ିଲେ କଳାବଜାରରେ ଅଧିକ ଅର୍ଥ ଦେଇ, କଳେବଳେ କୌଶଳେ ସୁରା ସଂଗ୍ରହ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥିପାଇଁ ବୋଧହୁଏ ସଦ୍ୟ ପ୍ରାକୃତିକ ସ୍ବାସ୍ଥ୍ୟ ହିତକାରୀ ପାନୀୟ ବେପାରୀଙ୍କ ପାଖରେ ଗ୍ରାହକ ଢେର କମ। ଦିନେ ଏହି ଅମୃତରୂପୀ ପାନୀୟ ବ୍ୟବସାୟ କରୁଥିବା ବ୍ୟବସାୟୀଜଣକ ତାଙ୍କର ଜଣେ ନିୟମିତ ଗ୍ରାହକଙ୍କୁ ଅନୁରୋଧ କଲେ କିଛି ଅଧିକ ଅର୍ଥ ଦେବାକୁ। ଗ୍ରାହକଜଣକ ଏବିଷୟରେ ଜାଣିବାର ଇଚ୍ଛାପ୍ରକାଶ କରିବାରୁ ବ୍ୟବସାୟୀ ଜଣକ କହିଲେ ଯେ ଏଠାରେ ବିକ୍ରି ନ ହେଉଥିବା ଅଧିକାଂଶ ପାନୀୟ ବା ଜୁସ୍‌କୁ ମୋତେ ଫିଙ୍ଗିବାକୁ ପଡ଼େ। କାରଣ ଏହାକୁ ପରଦିନ ପର୍ଯ୍ୟନ୍ତ ରଖାଯାଇପାରେ ନାହିଁ। ଏଠାରେ ସକାଳରୁ ଦିନ ଦଶଟା ପର୍ଯ୍ୟନ୍ତ ଯାହା ବ୍ୟବସାୟ ହୁଏ। ଆଉ ତା’ପରେ ପ୍ରାୟତଃ ଏ ବ୍ୟବସାୟ ହୁଏ ନାହିଁ। ଏସବୁ ପାନୀୟ ପାଇଁ କଞ୍ଚାମାଲ ସଂଗ୍ରହ ଓ ପ୍ରସ୍ତୁତିରେ ମୋର ପରିଶ୍ରମ ବୃଥାଯାଏ ଏବଂ ରୋଜଗାର ବି କମ୍‌ ହୁଏ। ଏଣୁ ଗ୍ରାହକଙ୍କ ଅନାସକ୍ତ ପଣିଆ ଯୋଗୁ ମୋତେ ଏ ବ୍ୟବସାୟରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କହିଲେ ବ୍ୟବସାୟୀ ଜଣକ। ଏକଥା ଶୁଣି ଗ୍ରାହକ ଜଣକ ବ୍ୟବସାୟୀଙ୍କ ହାତକୁ ଶହେଟଙ୍କାର ନୋଟଟିଏ ବଢ଼େଇ ଦେଲେ। ବ୍ୟବସାୟୀଜଣକ ପ୍ରତିଶ୍ରୁତି ଦେଲେ ଯେ ମୁଁ ଆପଣଙ୍କ ଅର୍ଥର ମୂଲ୍ୟ ନିଶ୍ଚୟ ଫେରସ୍ତ ଦେବିି।
ଦେଖାଯାଉଛି ଅଧିକାଂଶ କ୍ଷେତ୍ରରେ ସମାଜ ପାଇଁ ଉତ୍ତମ ଚିନ୍ତାନେଇ କାର୍ଯ୍ୟକରୁଥିବା ବ୍ୟକ୍ତି ଏମିତିକା ପରିସ୍ଥିତିର ସାମ୍ନା କରୁଛି। ଏପରିସ୍ଥଳେ ଏହି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଫଳରେ କ୍ଷୁଦ୍ର ବ୍ୟବସାୟୀଜଣକ ରୋଜଗାରକ୍ଷମ ହେବାସହ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରନ୍ତେ। ସୁରା ବଦଳରେ ଏପରି ପ୍ରାକୃତିକ ପାନୀୟର ବହୁଳ ବ୍ୟବହାର ସମାଜ ପାଇଁ ବରଦାନ ସଦୃଶ। ଯେତେବେଳେ ଚିକିତ୍ସକ ପରାମର୍ଶ ଦିଅନ୍ତି ସେତେବେଳେ ସେହି ମଣିଷ ଏସବୁ ପ୍ରାକୃତିକ ଦ୍ରବ୍ୟର ଆବଶ୍ୟକତା ଉପଲବ୍ଧି କରେ । ଫ୍ଲେଭର ନୁହେଁ ପ୍ରକୃତିଦତ୍ତ ଉତ୍ତମ ଗୁଣ ସଂପନ୍ନ ଦ୍ରବ୍ୟ ଆମକୁ ସୁସ୍ଥ ଜୀବନ ପ୍ରଦାନ କରେ। ଏଇ କୋଭିଡ କାଳର କଥା। ଲୋକେ ଜୀବନ ବଞ୍ଚାଇବାକୁ ଘରେଘରେ ପ୍ରାକୃତିକ ଦ୍ରବ୍ୟରେ ପ୍ରସ୍ତୁତ ପାନୀୟ ବା କାଢ଼ା କରି ପିଉଥିଲେ। ଏହା ମଧ୍ୟ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହେଉଥିଲା। ସକାରାତ୍ମକ ମାନସିକତା, ନିଜ ସ୍ବାସ୍ଥ୍ୟର ବିକାଶକୁ ଦୃଷ୍ଟିରେ ରଖି ଅମୃତସମ ପାନୀୟର ବ୍ୟବସାୟୀମାନଙ୍କୁ ସହଯୋଗ ହୁଏତ ମଣିଷ ସମାଜକୁ ଏକ ନୂଆ ରାହା ଦେବ। ତେବେ ଓଲଟାମତି, ଓଲଟଗତି ଏକ ବିପରୀତାଭିମୁଖୀ ସମାଜକୁ ଜନ୍ମ ଦେବ ଏଥିରେ ସନ୍ଦେହ ନାହିଁ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri