ପୋଖରୀ ଖନନ ନାମରେ ରାଜସ୍ବ ଲୁଟ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୯।୩: ଯାଜପୁର ଜିଲା ବ୍ୟାସନଗର ତହସିଲରେ ମାଟି, ମୋରମ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ । ମୋରମ ମାଫିଆମାନେ କେତେଜଣ ରାଜନେତା ଓ ଅସାଧୁ ଅଫିସରଙ୍କୁ ହାତବାରିସି କରି କେଉଁଠି ଦିନ ଦ୍ୱିପ୍ରହରରେ ତ ଅନ୍ୟ କେଉଁଠି ରାତିଅଧିଆ ମାଟି, ମୋରମ ଚାଲାଣ କରୁଛନ୍ତି। ବ୍ୟାସନଗର ତହସିଲ ଅଧୀନ କନ୍ତୋର, ପୂର୍ବକୋଟ, ମଞ୍ଜୁରୀ ମୌଜା ଜମିରୁ ବିପୁଳ ପରିମାଣର ରାଜସ୍ବ ଲୁଟ ହେଉଛି। ଏହାପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାର ସୁଯୋଗରେ ମାଫିଆମାନେ ଅଧିକ ସକ୍ରିୟ ହେଉଥିବା ଅଭିଯୋଗ ହୋଇଛି।
ସଂପ୍ରତି ବ୍ୟାସନଗର ତହସିଲ ପଛିକୋଟ ରାଜସ୍ବ ନିରୀକ୍ଷକଙ୍କ ଅଧୀନ ଖମିଗାଁ ମୌଜାରୁ ପୋଖରୀ ଖନନ ନାମରେ ବେଆଇନ ମୋରମ ଚାଲାଣ ହେଉଛି। ମଞ୍ଜୁରୀ ଗ୍ରାମର ଦୁର୍ଯ୍ୟୋଧନ ମଳିକଙ୍କ ପୁଅ ସୁବାସ ମଳିକଙ୍କ ନାମରେ ନିଜର ୨ଟି ଜମି ଖାତା ନଂ. ୨୬୭/୧୯୫, ୨୬୭/୧୯୪, ପ୍ଲଟ ନଂ. ୬୩ ଓ ୬୫ରେ ପୋଖରୀ ଖନନ ନିମନ୍ତେ ବ୍ୟାସନଗର ତହସିଲଦାର ପତ୍ରସଂଖ୍ୟା ୩୭୦/୧୫ା୧ା୨୦୨୧ରେ ଅନୁମତି ପ୍ରଦାନ କରିଥିଲେ। ଉକ୍ତ ପତ୍ରରେ ମାଟିରୁ ତଳକୁ ୫ ଫୁଟ ଖୋଳିବାକୁ ଉଲ୍ଲେଖ ଥିଲା। ହେଲେ ମାଫିଆମାନେ ପ୍ରାୟ ୧୬ ଫୁଟରୁ ଊର୍ଦ୍ଧ୍ୱ ଖନନ କରି ସାରିଲେଣି । ଖନନ ହେଉଥିବା ମାଟି ଓ ମୋରମକୁ ଶିବମ୍‌ କଣ୍ଡେଭ ପ୍ରାଇଭେଟ ଲିମିଟେଡ୍‌ ନାମକ ଠିକାସଂସ୍ଥା ନେଇ ଭଦ୍ରକ ମାଳଆନନ୍ଦପୁରଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ବ୍ୟବହାର କରାଯିବ ବୋଲି ଅନୁମତି ପତ୍ରରେ ନିର୍ଦ୍ଦେଶ ରହିଛି। ତେବେ ଏହାକୁ ଉଲ୍ଲଂଘନ କରି ରାତିଅଧିଆ ମାଟି, ମୋରମ ଟ୍ରିପ୍‌ ପିଛା ୩ରୁ ୪ ହଜାର ଟଙ୍କାରେ ଆଖପାଖ ଅଞ୍ଚଳରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।
ସେହିପରି ୨ଟି ପ୍ଲଟ ୮୪ ଡିସିମିଲ ଖନନ ପାଇଁ ନିର୍ଦ୍ଦେଶ ଥିବାବେଳେ ସମ୍ପୃକ୍ତ ମାଫିଆମାନେ ୪ଟି ପ୍ଲଟରୁ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଖନନ କରି ସାରିଲେଣି। ଏହି କାମରେ ସମ୍ପୃକ୍ତ ଥିବା ସ୍ଥାନୀୟ କେତେଜଣ ଦଲାଲ ରାତ୍ରିରେ ନିଜ ଜମିକୁ ଛାଡି କିଛି ଦୂରରେ ଥିବା କାଜୁ ଜଙ୍ଗଲରୁ ବେଆଇନ ଭାବେ ମୋରମ ଖନନ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଚାଲିଥିବା ଏହି ବେଆଇନ ଖନନକୁ ନେଇ ପଛିକୋଟ ରାଜସ୍ବ ନିରୀକ୍ଷକ, ବ୍ୟାସନଗର ତହସିଲଦାର ଓ ପୋଲିସ ପ୍ରଶାସନକୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ସମ୍ପୃକ୍ତ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri