ପୋଖରୀ ଖନନ ନାମରେ ରାଜସ୍ବ ଲୁଟ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୯।୩: ଯାଜପୁର ଜିଲା ବ୍ୟାସନଗର ତହସିଲରେ ମାଟି, ମୋରମ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ । ମୋରମ ମାଫିଆମାନେ କେତେଜଣ ରାଜନେତା ଓ ଅସାଧୁ ଅଫିସରଙ୍କୁ ହାତବାରିସି କରି କେଉଁଠି ଦିନ ଦ୍ୱିପ୍ରହରରେ ତ ଅନ୍ୟ କେଉଁଠି ରାତିଅଧିଆ ମାଟି, ମୋରମ ଚାଲାଣ କରୁଛନ୍ତି। ବ୍ୟାସନଗର ତହସିଲ ଅଧୀନ କନ୍ତୋର, ପୂର୍ବକୋଟ, ମଞ୍ଜୁରୀ ମୌଜା ଜମିରୁ ବିପୁଳ ପରିମାଣର ରାଜସ୍ବ ଲୁଟ ହେଉଛି। ଏହାପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାର ସୁଯୋଗରେ ମାଫିଆମାନେ ଅଧିକ ସକ୍ରିୟ ହେଉଥିବା ଅଭିଯୋଗ ହୋଇଛି।
ସଂପ୍ରତି ବ୍ୟାସନଗର ତହସିଲ ପଛିକୋଟ ରାଜସ୍ବ ନିରୀକ୍ଷକଙ୍କ ଅଧୀନ ଖମିଗାଁ ମୌଜାରୁ ପୋଖରୀ ଖନନ ନାମରେ ବେଆଇନ ମୋରମ ଚାଲାଣ ହେଉଛି। ମଞ୍ଜୁରୀ ଗ୍ରାମର ଦୁର୍ଯ୍ୟୋଧନ ମଳିକଙ୍କ ପୁଅ ସୁବାସ ମଳିକଙ୍କ ନାମରେ ନିଜର ୨ଟି ଜମି ଖାତା ନଂ. ୨୬୭/୧୯୫, ୨୬୭/୧୯୪, ପ୍ଲଟ ନଂ. ୬୩ ଓ ୬୫ରେ ପୋଖରୀ ଖନନ ନିମନ୍ତେ ବ୍ୟାସନଗର ତହସିଲଦାର ପତ୍ରସଂଖ୍ୟା ୩୭୦/୧୫ା୧ା୨୦୨୧ରେ ଅନୁମତି ପ୍ରଦାନ କରିଥିଲେ। ଉକ୍ତ ପତ୍ରରେ ମାଟିରୁ ତଳକୁ ୫ ଫୁଟ ଖୋଳିବାକୁ ଉଲ୍ଲେଖ ଥିଲା। ହେଲେ ମାଫିଆମାନେ ପ୍ରାୟ ୧୬ ଫୁଟରୁ ଊର୍ଦ୍ଧ୍ୱ ଖନନ କରି ସାରିଲେଣି । ଖନନ ହେଉଥିବା ମାଟି ଓ ମୋରମକୁ ଶିବମ୍‌ କଣ୍ଡେଭ ପ୍ରାଇଭେଟ ଲିମିଟେଡ୍‌ ନାମକ ଠିକାସଂସ୍ଥା ନେଇ ଭଦ୍ରକ ମାଳଆନନ୍ଦପୁରଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ବ୍ୟବହାର କରାଯିବ ବୋଲି ଅନୁମତି ପତ୍ରରେ ନିର୍ଦ୍ଦେଶ ରହିଛି। ତେବେ ଏହାକୁ ଉଲ୍ଲଂଘନ କରି ରାତିଅଧିଆ ମାଟି, ମୋରମ ଟ୍ରିପ୍‌ ପିଛା ୩ରୁ ୪ ହଜାର ଟଙ୍କାରେ ଆଖପାଖ ଅଞ୍ଚଳରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।
ସେହିପରି ୨ଟି ପ୍ଲଟ ୮୪ ଡିସିମିଲ ଖନନ ପାଇଁ ନିର୍ଦ୍ଦେଶ ଥିବାବେଳେ ସମ୍ପୃକ୍ତ ମାଫିଆମାନେ ୪ଟି ପ୍ଲଟରୁ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଖନନ କରି ସାରିଲେଣି। ଏହି କାମରେ ସମ୍ପୃକ୍ତ ଥିବା ସ୍ଥାନୀୟ କେତେଜଣ ଦଲାଲ ରାତ୍ରିରେ ନିଜ ଜମିକୁ ଛାଡି କିଛି ଦୂରରେ ଥିବା କାଜୁ ଜଙ୍ଗଲରୁ ବେଆଇନ ଭାବେ ମୋରମ ଖନନ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିବାର ଅଭିଯୋଗ ହେଉଛି। ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଚାଲିଥିବା ଏହି ବେଆଇନ ଖନନକୁ ନେଇ ପଛିକୋଟ ରାଜସ୍ବ ନିରୀକ୍ଷକ, ବ୍ୟାସନଗର ତହସିଲଦାର ଓ ପୋଲିସ ପ୍ରଶାସନକୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ସମ୍ପୃକ୍ତ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri