ଡେରାବିଶ,୨୪ା୭(ଅଜୟ ବେବର୍ତ୍ତା): ଭିଜିଲାନ୍ସ ଜାଲରେ ମହିଳା ରାଜସ୍ୱ ନିରିକ୍ଷିକା ସାଇ ଦର୍ଶିନୀ ଲେଙ୍କା । ଜମି ମ୍ୟୁଟେସନ୍ ପାଇଁ ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ ।
ସୂଚନା ଅନୁସାରେ, ସାଇ ଦର୍ଶିନୀ ଲେଙ୍କା ଜମି ମିଉଟେଶନ ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଆଜି ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଛକି ଥିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ । ଏନେଇ ପୂର୍ବରୁ ସ୍ଥାନୀୟ ଲୋକେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଡେରାବିଶ ତହସିଲ୍ ଅଧିନ କାଉପଡ଼ା ରାଜସ୍ୱ ନିରୀକ୍ଷିକା ସାଇ ଦର୍ଶିନୀ ଲେଙ୍କାଙ୍କୁ ଉଠାଇନେଲା ଭିଜିଲାନ୍ସ ଟିମ । ବର୍ତ୍ତମାନ ଗରାପୁର ସ୍ଥିତ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।