ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ମଧ୍ୟସ୍ଥ

ବରଗଡ଼ ଅଫିସ/ପଦ୍ମପୁର,୩୦।୫: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ଦହିତା ରାଜସ୍ବ ନିରୀକ୍ଷକ ଦାମୋଦର ସୁନା ଏବଂ ତାଙ୍କ ସହଯୋଗୀ ତଥା ମଧ୍ୟସ୍ଥ ସୋମଦେବ ବନଛୋର ମଙ୍ଗଳବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଣ୍ଡୋମହୁଲ ଗ୍ରାମର ପ୍ରସନ୍ନ ବରିହାଙ୍କଠାରୁ ରାଜସ୍ବ ନିରୀକ୍ଷକ ଦାମୋଦର ତାଙ୍କ ସହଯୋଗୀ ସୋମଦେବଙ୍କ ମାଧ୍ୟମରେ ୩୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡିଥିଲେ। ପ୍ରସନ୍ନ ଏବଂ ଅନ୍ୟ ୧୦ଜଣଙ୍କ ଜମି ନକ୍ସା ପ୍ରସ୍ତୁତ କରିବା ପାଇଁ ରାଜସ୍ବ ନିରୀକ୍ଷକ ଦାମୋଦର ଲାଞ୍ଚ ଦାବି କରିବା ପରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢାଉ କରିଥିଲେ।