ଖସିଯିବେ ସମୀର ସାର୍‌! ICC ରିପୋର୍ଟରେ ସାଂଘାତିକ ଖୁଲାସା, ଫିଟିଗଲା ବାଟ…

ଭୁବନେଶ୍ୱର,୨୩।୭: ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ମୃତ୍ୟୁ ମାମଲାରେ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ କଲେଜର ଅଧ୍ୟାପକ ସମୀର ସାହୁ ଗିରଫ ହୋଇଥିବା ବେଳେ ପରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ କଲେଜରେ ଗଠିତ ହୋଇଥିବା ଆଇସିସି ନିଜ ରିପୋର୍ଟ ସମୀର ସାହୁଙ୍କୁ କ୍ଲିନ ଚିଟ ଏବଂ ବାରମ୍ବାର ନିଜ ମତ ବଦଳାଉଥିବାରୁ ସମୀର ସାହୁଙ୍କୁ ଏହାର ଫାଇଦା ମିଳିପାରେ ବୋଲି ଆଲୋଚନା ହେଉଛି । ତେବେ ସମୀରଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରିବାକୁ ହେଲେ ତାଙ୍କ ଠୋସ ପ୍ରମାଣ ସଂଗ୍ରହ କରିବାକୁ ହେବ ବୋଲି ଆଇନଜୀବୀ କହିଛନ୍ତି ।

ରବିବାର ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀଜଣକ ଆତ୍ମାହୁତି ଦେଇଥିବା ସ୍ଥାନ ବୁଲି ଦେଖିଥିଲେ। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ କଥା ହୋଇ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ICC ରିପୋର୍ଟରେ ସାଂଘାତିକ ଖୁଲାସା ହୋଇଛି। ଯାହା ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଦାୟୀ କରାଯାଇଛି । ରିପୋର୍ଟରେ ସମୀର ସାହୁଙ୍କୁ କ୍ଲିନଚିଟ ଦିଆଯାଇଛି। ପୀଡିତା କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଆଇସିସି କହିଛି। ଏହି ରିପୋର୍ଟକୁ ଦେଖିଲେ ଜଣାପଡୁଛି, ପୂରା କଲେଜ ଗୋଟିଏ ପଟେ ଅନ୍ୟପଟେ ଏକା ହୋଇ ଯାଇଥିଲେ ଛାତ୍ରୀ। ଫେବର ମାଗିବା କଥା ନେଇ ପୀଡିତା ଛାତ୍ରୀ ଅଭିଯୋଗ କରିଥିଲେ। ଯାହା ପରେ ଆଇସିସି କମିଟି ଗଠନ କରାଯାଇ ତଦନ୍ତ କରିଥିଲା।

ତଦନ୍ତ କରି ଏହି ରିପୋର୍ଟ ଦେଇଥିଲା ଆଇସିସି।
-ପୀଡ଼ିତାଙ୍କୁ ଫେଭର ମାଗିବା କଥା, କୌଣସି ବୟାନ ବା ଦୃଷ୍ଟିକୋଣରୁ ସାବ୍ୟସ୍ତ ହୋଇନାହିଁ।
-ଏହି ଘଟଣା ପରେ ମଧ୍ୟ ପୀଡ଼ିତା ସମୀର ସାରଙ୍କ ପାଖକୁ ନୋଟ ଆଣିବାକୁ ଯାଇଛନ୍ତି ଓ ଆଦୌ ଅସୁରକ୍ଷିତ ମନେ କରିନାହାଁନ୍ତି ।
-ମେସ୍‌ରେ ଥିବା ବେଳେ ରାତି ୧୦ରେ କାହା ସହ କଥା ହୋଇ ଜୋରରେ କାନ୍ଦନ୍ତି ଓ ଅନ୍ୟ ଅନ୍ତେବାସୀଙ୍କୁ ଅସୁବିଧାରେ ପକାନ୍ତି ।
-ସେ ଦିନ ୨ଟା ବେଳେ ବିଛଣାରୁ ଉଠନ୍ତି, ତେଣୁ କ୍ଲାସ କରିପାରନ୍ତି ନାହିଁ ।
-ବିଭାଗୀୟ ମୁଖ୍ୟଙ୍କୁ ଦରଖାସ୍ତ ନଦେଇ କ୍ଲାସରୁ ଅନୁପସ୍ଥିତ ରୁହନ୍ତି, ତେଣୁ ଉପସ୍ଥାନ କମ୍‌ ରୁହେ ।
-ନିର୍ଯାତନା ନେଇ ପ୍ରମାଣ କମିଟିର ହସ୍ତଗତ ହୋଇନାହିଁ, ତେଣୁ ଏହା ଭିତ୍ତିହୀନ


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri