କରୋନା ମହାମାରୀ ସମୟରେ ୪୩ ପ୍ରତିଶତ ପିଲା ଶିକ୍ଷାରୁ ବଞ୍ଚିତ: ରିପୋର୍ଟ

ନୂଆଦିଲ୍ଲୀ,୧୧ ।୧୧: ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା କରୋନା ମହାମାରୀ ଦେଶ ଉପରେ ବି ବେଶ ପ୍ରଭାବ ପକାଇଛନ୍ତି । ଏହି ସମୟରେ ଦେଶରେ ପ୍ରାୟ ୪୩ ପ୍ରତିଶତ ପିଲାଙ୍କ ନିକଟରେ ୧୯ ମାସ ପର୍ଯ୍ୟନ୍ତ ଘରେ ବସି ପାଠ ପଢିବାର କୌଣସି ସାଧନ ନ ଥିବାରୁ ଏମାନେ ପାଠପଢାରୁ ବଞ୍ଚିତ ହୋଇଛନ୍ତି । ଲକଡାଉନ ଓ ଶିକ୍ଷା ସଂସ୍ଥା ଗୁଡିକ ବନ୍ଦ ହେବା ପରେ ପିଲାମାନେ ଶିକ୍ଷାଠାରୁ ଦୂରେଇ ଯାଇଥିଲେ । ଆଉଟ ଅଫ୍ ସ୍କୁଲ ଚିଲଡ୍ରେନ୍ (ଓଓଏସସି)ର ଏକ ମ୍ୟାପିଂ ଅଧ୍ୟୟନରୁ ଏହା ଜଣାପଡିଛି । ରିପୋର୍ଟ ଅନୁଯାୟୀ, କୋଭିଡ ମହାମାରୀ ସମୟରେ ସ୍କୁଲ ବନ୍ଦ ହେବାରୁ ଏହି ପିଲାମାନେ ପାଠପଢି ପାରି ନାହାନ୍ତି ।
ଦିଲ୍ଲୀ ସ୍ଥିତ ଥିଙ୍କ ସେଣ୍ଟର ବିଧି ସେଣ୍ଟର ଫର ଲିଗାଲ ପଲିସି ଦ୍ୱାରା ପ୍ରସ୍ତୁତ ରିପୋର୍ଟ ପୂର୍ବରୁ ଜାରି କରାଯାଇଛି । ରିପୋର୍ଟ ଏପ୍ରିଲ ୨୦୨୦ ଓ ମେ ୨୦୨୨ ମଧ୍ୟରେ ପ୍ରକାଶିତ ଅଧ୍ୟୟନକୁ ନଜରରେ ରଖି ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେଶନ ସିଷ୍ଟମ ଅଫ ଏଜୁକେଶନ(ୟୁଡିଆଇଏସସି) ଓ ଆନୁଆଲ ଷ୍ଟେଟସ୍ ଅଫ୍ ଏଜୁକେଶନ ରିପୋର୍ଟ(ଏଏସଇଆର) ଡେଟା ସହିତ ୨୧ ପ୍ରାଥମିକ ଅଧ୍ୟୟନ ସ୍ରୋତର ଉପଯୋଗ କରି ପ୍ରସ୍ତୁତ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ୧୯ ମାସ ପର୍ଯ୍ୟନ୍ତ ୪୩ ପ୍ରତିଶତ ପିଲାଙ୍କ ନିକଟରେ ସ୍କୁଲ ଶିକ୍ଷା ପହଞ୍ଚିବାର କୌଣସି ସାଧନ ନ ଥିଲା । କାରଣ ଏହି ପିଲାମାନେ ଏମିତି ସ୍କୁଲରେ ପାଠ ପଢୁଥିଲେ ଯେଉଁଠି ଡିଜିଟାଲ ଶିକ୍ଷା ଓ ମୋବାଇଲ ଆଦିର ବ୍ୟବସ୍ଥା ନ ଥିଲା । ମହାମାରୀ ଯୋଗୁ ସ୍କୁଲ ବନ୍ଦ ହେବା କାରଣରୁ ପୂର୍ବରୁ ଖରାପ ସ୍ଥିତି ଥିବା ପିଲାମାନଙ୍କର ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଅନ୍ୟପଟେ ଏହି ସମୟରେ ସ୍କୁଲରେ ଡ୍ରପ ଆଉଟ ସଂଖ୍ୟା୧.୩ ପ୍ରତିଶତରୁ ୪୩.୫ ପ୍ରତିଶତ ଥିଲା ।

Share