ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ଗୁପ୍ତ ଏଜେଣ୍ଡା ସରକାର ପ୍ରକାଶ କରନ୍ତୁ: ପ୍ରଦୀପ ପୁରୋହିତ

ବରଗଡ଼ ଅଫିସ,୪।୨: ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ବୁଧବାର ତୋଫାନୀ ଗସ୍ତରେ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନରେ ଆସିଥିଲେ। ଏହି ଗସ୍ତର କିଛି ଗୁପ୍ତ ଏଜେଣ୍ତା ରହିଛି କି ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ତଥା ଭାଜପାର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଛନ୍ତି।
୧୧ବର୍ଷ ତଳେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିଥିଲେ ଓ ପର୍ଯ୍ୟଟନସ୍ଥଳୀର ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ଘୋଷଣା କରିଯାଇଥିଲେ। ରାଜ୍ୟ ସରକାର ପଶ୍ଚିମଓଡ଼ିଶାର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଓ ହରିଶଙ୍କର କୌଣସି ପ୍ରକାର ବିକାଶ କଲେ ନାହିଁ। ୧୧ ବର୍ଷ ପରେ ପୁଣି ଥରେ ରାଜ୍ୟ ସରକାର ଏହି ୨ ପର୍ଯ୍ୟଟନସ୍ଥଳୀକୁ ମନେ ପକାଇଥିବାରୁ ମୁଁ ସ୍ବାଗତ କରୁଛି।

ଗନ୍ଧମାର୍ଦ୍ଦନ ପାହାଡ଼ର ପ୍ରାକୃତିକ ଶୋଭାରେ ଭରପୂର ଏହି ଦୁଇ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ମୁଁ ସ୍ବାଗତ କରୁଛି। ଏକଦା ଗୌତମବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ବାରା ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରତିଷ୍ଠିତ ବୌଦ୍ଧ ବିଶ୍ବବିଦ୍ୟାଳୟକୁ ଚିହ୍ନଟ ଓ ତାର ସୁରକ୍ଷା, ନୃସିଂହନାଥରୁ ହରିଶଙ୍କର ଭିତରେ ଯାତ୍ରୀମାନଙ୍କ ପାଇଁ ରୋପ ଓ୍ବେ ନିର୍ମାଣ, ଯାତ୍ରୀମାନଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା, ନୃସିଂହନାଥ ହରିଶଙ୍କରକୁ କେନ୍ଦ୍ରୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ପୁରୋହିତ ଦାବି କରିଛନ୍ତି।

ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି, ତେବେ ଏଥିପାଇଁ ଚଳିତ ବଜେଟ ଅଧିବେଶନରେ ସରକାର ପାଣ୍ଠିର ବ୍ୟବସ୍ଥା କରନ୍ତୁ। ବେଦାନ୍ତ କମ୍ପାନୀ ବକ୍‌ସାଇଟ୍‌ ଯୋଗାଇ ଦେବା ପାଇଁ ଗନ୍ଧମାର୍ଦ୍ଦନକୁ ସଚିବମାନଙ୍କ ଗସ୍ତର ଯଦି ଗୁପ୍ତ ଏଜେଣ୍ତା ଅଛି, ତେବେ ରାଜ୍ୟ ସରକାର ଏହାକୁ ପ୍ରକାଶ କରନ୍ତୁ । ଗନ୍ଧମାର୍ଦ୍ଦନରେ ଖଣିଖନନ ପାଇଁ ଯଦି ଉଦ୍ଦେଶ୍ୟ ଅଛି ଏହାକୁ ପଶ୍ଚିମ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି ପୂର୍ବତନ ବିଧାୟକ ପୁରୋହିତ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri