ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା

କଟକ ଅଫିସ,୨୧।୪: ରାଜ୍ୟରେ କୁମ୍ଭମେଳା ଫେରନ୍ତା ଚିନ୍ତା ବଢ଼ାଇ ଚାଲିଛନ୍ତି। ଆଜି କଟକରୁ ଆଉ ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସିଏମ୍‌ସି ସୂଚନା ଦେଇଛନ୍ତି।

କଟକ ରେଳ ଷ୍ଟେଶନରେ ଆର୍‌ଟିପିସଆର ଟେଷ୍ଟ ବେଳେ ୧୩ ଜଣ କୁମ୍ଭମେଳା ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ମଙ୍ଗଳବାର ମଧ୍ୟ ୧୩ କୁମ୍ଭମେଳା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୁମ୍ଭମେଳାରୁ ଫେରୁଥିବା ସମସ୍ତ ବ୍ୟକ୍ତବିଶେଷଙ୍କ ପାଇଁ ଆର୍‌ଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରୁ ୪୮୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ କଟକରୁ ୩୦୪ ଜଣ ଚିହ୍ନଟ ହୋଇଛନ୍ତି।