ଅଳାଇଲୋରେ ଅଧିକୃତ ଜମି ଚାଷୀଙ୍କୁ ଫେରାଅ

କେନ୍ଦ୍ରାପଡ଼ା,୧୬ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଳାଇଲୋଠାରେ ବିଦ୍ୟୁତ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ସ୍ଥାନୀୟ ଲୋକଙ୍କଠାରୁ ୧୨ବର୍ଷ ପୂର୍ବେ ଜମି ଅଧିଗ୍ରହଣ କରାଯାଇଥିଲା। ତେବେ ଏହି ଜମି ଚାଷୀଙ୍କୁ ଫେରାଇବା ପାଇଁ ଜିଲା ଜନ ଅଧିକାର ଅଭିଯାନ ପକ୍ଷରୁ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଦାବି ଉପସ୍ଥାପନ କରାଯାଇଛି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ଅଭିଯାନର ସଭାପତି ଭୁବନ ମୋହନ ଜେନା, ଇଚ୍ଛାପୁରର ଚିତ୍ତ ରଞ୍ଜନ ସାହୁ, ଯୁବ ନେତା ରାକେଶ ମହାନ୍ତି, ସାମଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ଆଳୟ ସାମନ୍ତରାୟ ପ୍ରମୁଖ କହିଛନ୍ତି, ୱାରି ଗ୍ରୁପ ପକ୍ଷରୁ ଢେଙ୍କାନାଳ ଜିଲାରେ ଏକ ମେଗା ସୌର ପ୍ୟାନେଲ ପ୍ରକଳ୍ପ ନିର୍ମାଣ ହେବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱର ବୃହତ ସମନ୍ବିତ ସୌର ପ୍ୟାନେଲ କାରଖାନା ସେଠାରେ ନିର୍ମିତ ହେବ। ଯାହାର ୧୦ହଜାର ମେଗାୱାଟ ବିଦ୍ୟୁତ୍‌ ଉପତ୍ାଦନ କ୍ଷମତା ରହିବ। ୯୦୦ ହେକ୍ଟର ଜମି ଉପରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରାୟ ୧୪ ହଜାର ପ୍ରତ୍ୟକ୍ଷ ଓ ୨୫ ହଜାର ଲୋକଙ୍କୁ ପରୋକ୍ଷ ନିଯୁକ୍ତି ମିଳିବ। ତେବେ କେନ୍ଦ୍ରାପଡ଼ା ଜିଲାର ୧୨ ବର୍ଷ ତଳର ଏପରି ପ୍ରକଳ୍ପ ସ୍ବପ୍ନ ଏବେ ଧୂଳିସାତ ହୋଇଛି। ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ପାଇଁ ମହାକାଳପଡା ବ୍ଲକ ଅଞ୍ଚଳର ଅଧିଗ୍ରହଣ ହୋଇଥିବା ୮୭୫ ଏକର ଜମି ଏବେ ସୁଦ୍ଧା ପଡ଼ିଆ ପଡ଼ିଛି। ୫୦ ଏକର ଜମି ଉପରେ ସହରାଞ୍ଚଳ ଗଢ଼ି ଉଠୁଥିବା ସ୍ବପ୍ନରେ ଭଟ୍ଟା ପଡ଼ିଛି। ୨୦୧୧ ମସିହାରେ ଜିଲାର ମହାକାଳପଡା ତହସିଲ ଅଞ୍ଚଳରେ ୨ଟି ୬୬୦ ମେଗାୱାଟ ବିଶିଷ୍ଟ ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହେବ ବୋଲି ଜିଲାବାସୀ ସ୍ବପ୍ନ ଦେଖିଥିଲେ। ସେହିବର୍ଷ ଜାନୁୟାରୀ ୩ରେ ତତ୍କାଳୀନ ଶକ୍ତି ସଚିବ ଓ ଚେନ୍ନାଇସ୍ଥିତ ମେସର୍ସ ଏସ୍‌ପିଆଇ ପୋର୍ଟ ପ୍ରାଇଭେଟ ଲିମିଟେଡ (ଏସ୍‌ପିଆଇପିଏଲ୍‌)ର ନିର୍ଦ୍ଦେଶକଙ୍କ ମଧ୍ୟରେ କମ୍ପାନୀ ଧାରା ୧୯୫୬ ଅନୁଯାୟୀ ଏକ ଏମ୍‌ଓୟୁ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଅଳାଇଲୋ, ବିଲିପଡ଼ା, ନଛିପଡ଼ା ଓ ନିୟାମତପୁର ରାଜସ୍ବ ଗ୍ରାମର ୮୭୫ ଏକର ଜମି ଜିଲା ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୮୪୦ ଏକରୁ ଊର୍ଦ୍ଧ୍ୱ ଜମିରେ ଚାଷ ହେଉଥିଲା। ଜମି ଅଧିଗ୍ରହଣ ପରେ ଏହା ପଡ଼ିଆ ପଡ଼ିଛି। ପାୱାର ପ୍ଲାଣ୍ଟ ପ୍ରକଳ୍ପ ଅନୁଯାୟୀ, ଅଧିଗ୍ରହଣ ଜମିରେ ୫୬୫ ଏକର ଜମି ପ୍ଲାଣ୍ଟ ପାଇଁ ଉପଯୋଗ କରିବାକୁ ଥିବା ବେଳେ ୧୨୫ ଏକର ଜମି ରେଳପଥ, ପାଣି ପାଇପ ଲାଇନ ବିଛାଇବାରେ ବିନିଯୋଗ ହୋଇଥାନ୍ତା। ଅବଶଷ୍ଟ ଜମିରୁ ୫୦ ଏକର ଜମି ଉପରେ ସହରାଞ୍ଚଳ ଓ ୨୬୦ ଏକର ଜମିରେ ସବୁଜ ବଳୟ ସୃଷ୍ଟି କରାଯାଇଥାନ୍ତା। ତେବେ ୨୦୧୬ ଜାନୁୟାରୀ ୩ରୁ ଏମ୍‌ଓୟୁ ଅବଧି ସରି ଯାଇଥିବା ବେଳେ ଜିଲାବାସୀଙ୍କ ଶିଳ୍ପ ସ୍ବପ୍ନ ଅଧୁରା ରହିଛି। ସେହିପରି ଏହି ବିଦ୍ୟୁତ୍‌ ପ୍ଲାଣ୍ଟର ସାମଗ୍ରୀ ପରିବହନ ପାଇଁ ପ୍ରାଥମିକସ୍ତରରେ ଭିତ୍ତିଭୂମି ନ ଥିବା ବେଳେ ୩ ବର୍ଷ ଧରି ହରିଦାସପୁର- ପାରାଦୀପ ବ୍ରଡଗେଜ ଲାଇନରେ ପଣ୍ୟବାହୀ ରେଳ ଚଳାଚଳ କରୁଛି। ବିଦ୍ୟୁତ୍‌ ପ୍ଲାଣ୍ଟ ପାଇଁ ଅଧିଗ୍ରହଣ ଜମି କାର୍ଯ୍ୟରେ ଲାଗୁ ନ ଥିବାରୁ ଜିଲା ପ୍ରଶାସନ ଚାଷୀଙ୍କୁ ଜମି ଫେରାଇ ଦେବାକୁ ସେମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri