ଅବସର ସମୟ

”What is this life if full of care, we have no time to stand and stare. W.H. Davies (Leisure).“ପ୍ରଖ୍ୟାତ ଇଂରାଜୀ କବି ଉଇଲିୟମ ହେନେରି ଡେଭିସ୍‌ଙ୍କ ଭାଷାରେ ଯେଉଁ ଜୀବନରେ ଦଣ୍ଡେ ଠିଆ ହେବା ଏବଂ କିଛି ଦେଖିବା ପାଇଁ ଫୁର୍‌ସତ ନାହିଁ ସେଭଳି ଜୀବନରେ କି ଲାଭ ?
ଏଥିରୁ ବ୍ୟସ୍ତବହୁଳ ଜୀବନରେ ଉଦ୍‌ବୃତ୍ତ ସମୟ, ଅବସର ବା ଫୁର୍‌ସତର ତାତ୍ପର୍ଯ୍ୟ ସହଜରେ ଅନୁମେୟ। ସମୟ ଯେତିକି ମୂଲ୍ୟବାନ୍‌ ଅବସର ସେତିକି ଅପରିହାର୍ଯ୍ୟ। ଅବସର ବିନା ସମୟ ଅସମ୍ପୂର୍ଣ୍ଣ ଏବଂ ଜୀବନ ଅର୍ଥହୀନ। ସେଥିପାଇଁ ତ ରାତି ଓ ଦିନର ସୃଷ୍ଟି। କର୍ମକ୍ଷେତ୍ରରେ ବି ଏହାର ଆବଶ୍ୟକତା ସମ୍ୟକ୍‌ ଉପଲବ୍ଧ I ତେଣୁ ଶିକ୍ଷାୟତନ, ଶିଳ୍ପାୟନ, ବ୍ୟବସାୟିକ ସଂସ୍ଥା, ସରକାରୀ ଦପ୍ତର, ଘରୋଇ ସଂସ୍ଥାନ, ସାମାଜିକ ଅନୁଷ୍ଠାନ ଏ ପ୍ରତ୍ୟେକ କ୍ଷେତ୍ରରେ ସପ୍ତାହାନ୍ତ ଅବକାଶ ପାଇଁ ବ୍ୟବସ୍ଥା କରାଯାଇଅଛି। ଏପରି କି କାରାଗାରର ଶୃଙ୍ଖଳା ଭିତରେ ବି ଅନ୍ତେବାସୀଙ୍କର ଅବସର ବିନୋଦନ ପାଇଁ କେତେକ ବନ୍ଦୋବସ୍ତ କରାଯାଇଥାଏ। କର୍ମଜୀବୀଙ୍କ ପାଇଁ ମଧ୍ୟାହ୍ନ ବିରତି ଏହାର ଅନ୍ୟ ଏକ ଦୃଷ୍ଟାନ୍ତ। ଅବସରର ଅନ୍ୟତମ ଉଦ୍ଦେଶ୍ୟ ହେଲା ଏହା କ୍ଳାନ୍ତି ଓ ଅବସାଦ ଦୂର କରେ ଏବଂ କାର୍ଯ୍ୟରେ ଦକ୍ଷତା ବୃଦ୍ଧି ପାଇଁ ସହାୟକ ହୁଏ I ତେଣୁ ଧରାବନ୍ଧା ଜଞ୍ଜାଳରୁ ଟିକିଏ ତ୍ରାହି ପାଇଁ ଛୁଟିଦିନକୁ ସମସ୍ତେ ଚାତକ ପରି ଚାହିଁ ରହିଥାନ୍ତି ଏବଂ ସେ ଦିନ ଆସିଗଲେ ବିଭିନ୍ନ ଉପାୟରେ ମନୋରଞ୍ଜନ ଲାଗି ଲାଗିପଡ଼ନ୍ତି। ବଣଭୋଜି, ବନ୍ଧୁ ଦର୍ଶନ, ସିନେମା ଥିଏଟର, ରିୟଲିଟି ଶୋ’, ପ୍ରବଚନ, ପାର୍କ ଭ୍ରମଣ, ଦର୍ଶନୀୟ ସ୍ଥାନ ଭ୍ରମଣ, ଅବସର ବିନୋଦନ କେନ୍ଦ୍ର, ବାର୍‌, ହୋଟେଲ, ରେସ୍ତୋରାଁ, କ୍ଲବ, ପାର୍ଟି, ଭୋଜିଭାତ, ଜିମ୍‌, ସ୍ପୋଟର୍‌ସ କ୍ଲବ, ସାଇବର ହବ୍‌, ସଙ୍ଗୀତ, ନାଇଟ୍‌ କ୍ଲବ(ରାଗା ଡବ୍‌ ଫେଷ୍ଟ୍‌ ଇତ୍ୟାଦି) ଏବଂ ସାଂସ୍କୃତିକ କେନ୍ଦ୍ର ଏ ପ୍ରତ୍ୟେକ ମନୋରଞ୍ଜନ ପାଇଁ ଖୋରାକ ଯୋଗାଇଥାଏ। ଖେଳ କସରତ ମଧ୍ୟ ଏ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପାରମ୍ପରିକ ପଶାପାଲି, ଲୁଡୁ, ପୁଚି, କବାଡ଼ିଠାରୁ ଆଧୁନିକ ଖେଳ ଯାଏ ମଣିଷକୁ ଭରପୂର ଆନନ୍ଦ ଦେଇଥାଏ I ବୈଦ୍ୟୁତିକ ସରଂଯାମ ଯଥା ଟିଭି, ଭିଡିଓ, ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ବି ଆମୋଦପ୍ରମୋଦର ଅନ୍ୟ ଏକ ଉତ୍ସ। କିନ୍ତୁ ଅବସର ବିନୋଦନ ପାଇଁ ପୁସ୍ତକ ହିଁ ସର୍ବଶ୍ରେଷ୍ଠ ଉପାଦାନ। ବହି ମଣିଷର ଚିରସହଚର I
ଯେତେ ବେଳେ ଅନ୍ୟମାନେ ତା’ଠାରୁ ଦୂରେଇଯାଆନ୍ତି ବହି ହିଁ ତା’ ପାଖେ ପାଖେ ରହିଥାଏ ଏବଂ ତା’ର ସଦୁପଯୋଗ ମଣିଷର ସମସ୍ତ ଅବସାଦ ଦୂର କରିଦିଏ। ସୂଚନାଯୋଗ୍ୟ, ସଂପ୍ରତି ଦିଲ୍ଲୀରେ ଏକ ଅଭିନବ ସଂସ୍ଥା ପ୍ରତିଷ୍ଠିତ ହୋଇଛି, ଯାହାର ନାମ ବିୱାଇଓବି (BYOB) ଅର୍ଥାତ୍‌ ‘ବ୍ରିଙ୍ଗ୍‌ ଇଓର୍‌ ଓନ୍‌ ବୁକ୍‌’ କ୍ଲବ। ଏଠାରେ ପ୍ରତ୍ୟେକେ ନିଜ ନିଜର ବହି ଆଣି ପଢ଼ନ୍ତି ଏବଂ ଅନ୍ୟମାନଙ୍କ ସହିତ ବହି ଅଦଳବଦଳ କରନ୍ତି। ତାରି ମାଧ୍ୟମରେ ପରସ୍ପର ସହିତ ଭାବ ଆଦାନପ୍ରଦାନ କରନ୍ତି। ମାତ୍ର ଗଭୀର ପରିତାପର ବିଷୟ, ସମୟ ଭଳି ଏକ ଦୁର୍ଲଭ ସମ୍ପଦର ମୂଲ୍ୟ ବୁଝି ନ ପାରି ଅନେକେ ତା’ର ଅପଚୟ କରନ୍ତି ଏବଂ ଟିକିଏ ଫୁର୍‌ସତ୍‌ ମିଳିଲେ ପରଚର୍ଚ୍ଚା, ପରଛିଦ୍ର, ପରର ଦୁର୍ବଳତା, କୁତ୍ସାରଟନା, ପରଶ୍ରୀକାତରତା ଇତ୍ୟାଦି ନକାରାତ୍ମକ ଚିନ୍ତାଧାରାରେ ମଗ୍ନ ହୋଇଯା’ନ୍ତି। ବିଶେଷକରି ଗାଁ ଗହଳିର ଗୃହିଣୀମାନେ ବୃଥା ଗପସପରେ ଯେତିକି ସମୟ ନଷ୍ଟ କରନ୍ତି ତା’ର ହିସାବ ନାହିଁ। ସେ ଗାଧୁଆତୁଠରେ ହେଉ, ଦାଣ୍ଡଦୁଆରେ ହେଉ, ସମ୍ମିଳିତ ଉପାସନା ସ୍ଥଳୀ ହେଉ କିମ୍ବା ସାହିପଡ଼ିଶାଙ୍କ ସହିତ ହେଉ ସେମାନେ ଗପରେ ଏମିତି ମଜ୍ଜିଯାଆନ୍ତି ଯେ ସମୟ କେମିତି କଟିଯାଏ ଜଣାପଡ଼େନା। ଅଳସୁଆମାନଙ୍କ ପାଇଁ ତ ସମୟ ଏକ ବୋଝ ସଦୃଶ। କିଛି କାମଦାମ ନ ଥିବାରୁ ତାଙ୍କ ମନରେ ନାନା ପ୍ରକାରର ଅସାର ଓ ଅବାସ୍ତବ କଳ୍ପନା ରୂପ ନିଏ, ଯାହା ବେଳେବେଳେ ଧ୍ବଂସାତ୍ମକ ସାବ୍ୟସ୍ତ ହୁଏ I ତେଣୁ କୁହାଯାଏ ”ଖାଲି ମସ୍ତିଷ୍କ ସୈତାନ୍‌ର ଘର(କର୍ମଶାଳା) I“ ଅବସର ସମୟର ସଦୁପଯୋଗ ପାଇଁ ଆମର ପୁରାଣ ଶାସ୍ତ୍ରରେ ଅନେକ ଉପଦେଶ ଦିଆଯାଇଅଛି I ତନ୍ମଧ୍ୟରୁ ନିମ୍ନୋକ୍ତ ଆପ୍ତବାଣୀଟି ପ୍ରଣିଧାନଯୋଗ୍ୟ। ”କାବ୍ୟଶାସ୍ତ୍ର ବିନୋଦେନ କାଳୋ ଗଚ୍ଛତି ଧୀମତାଂ, ବ୍ୟସନେନ ଚ ମୂର୍ଖାଣାଂ ନିଦ୍ରୟା କଳହେନ ବା I“ ଅର୍ଥାତ୍‌ ଗୁଣୀଜନମାନଙ୍କର ସମୟ କାବ୍ୟଶାସ୍ତ୍ର ଆଲୋଚନାରେ କଟିଯାଏ। କିନ୍ତୁ ମୂର୍ଖମାନଙ୍କର ସମୟ ବିଳାସବ୍ୟସନ (ଅଳସୁଆମି), ନିଦ୍ରା କିମ୍ବା କଳହ ମାଧ୍ୟମରେ କଟେ I
ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର,
ୟୁନିଟ୍‌-୪,ଭୁବନେଶ୍ୱର,
ମୋ:- ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri