ଅବସର ସମୟର ବନ୍ଧୁ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଆଜକୁ ପ୍ରାୟ ୪୬ ବର୍ଷ ତଳେ ମୋ ସାଙ୍ଗେ କଲେଜରେ ପଢ଼ୁଥିବା ଏବଂ ଗତବର୍ଷ ସରକାରୀ ଚାକିରିରୁ ଅବସର ନେଇଥିବା ବନ୍ଧୁ ଅମୀୟରଞ୍ଜନ ହଠାତ୍‌ ମୋ ଘରେ ଆସି ପହଞ୍ଚତ୍ଲେ। କଲେଜ ଛାଡ଼ିବା ଦିନଠାରୁ ତାଙ୍କ ସହ ମୋର ଦେଖାହୋଇ ନ ଥିଲା। ସେ ରାଜନୀତି ବିଜ୍ଞାନରେ ଅନର୍ସ ନେଇ ବିଏ ପାସ୍‌ କଲେ ଏବଂ ପରେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ। ସେ ଓ ମୁଁ ପାଠପଢ଼ା ଶେଷରେ ଯଥାକ୍ରମେ ଭାରତୀୟ ପ୍ରଶାସନିକ ସେବା ଏବଂ ଓଡ଼ିଶା ଅର୍ଥ ସେବାରେ ଯୋଗଦେଲୁ। ତାଙ୍କର ଗୁଜରାଟ କ୍ୟାଡର ହୋଇଥିବାରୁ ସେ ଗୁଜରାଟରେ ବେଶ୍‌ କିଛିଦିନ ଚାକିିରି କରି ପରେ କେନ୍ଦ୍ରୀୟ ଡେପୁଟେଶନ ଯାଇ ଭାରତ ସରକାରଙ୍କ ଗୋଟିଏ ବିଭାଗର ସଚିବ ହୋଇ ଅବସର ଗ୍ରହଣ କଲେ। କାର୍ଯ୍ୟବ୍ୟସ୍ତତା ଭିତରେ ତାଙ୍କର ମୋର ପ୍ରାୟ ଦେଖା ହୋଇ ନ ଥିଲେ ମଧ୍ୟ ଆମ ବନ୍ଧୁତ୍ୱରେ କେବେ ଭଟ୍ଟା ପଡ଼ି ନ ଥିଲା। ରୀତିମତ ଚିଠିପତ୍ର ଦିଆନିଆ ଏବଂ ମୋବାଇଲ ମାଧ୍ୟମରେ କଥାବାର୍ତ୍ତା ହୁଏ।
ବର୍ତ୍ତମାନ ସେ ଅବସର ଗ୍ରହଣ କରି ଭୁବନେଶ୍ୱରରେ ପଲାଶପଲ୍ଲୀଠାରେ ଥିବା ସପତ୍ନୀକ ନିଜ ବାସଗୃହରେ ରହୁଛନ୍ତି। ପିଲାମାନେ ସବୁ ବାହାରେ ରହୁଛନ୍ତି। ମୋର ମଧ୍ୟ ଠିକ୍‌ ସେହିଭଳି ଅବସ୍ଥା। ଆମେ ପତି-ପତ୍ନୀ ଦୁହେଁ କଳ୍ପନା ଅଞ୍ଚଳରେ ଥିବା ଆମ ଘରେ ରହୁଛୁ। ସେଦିନ ବନ୍ଧୁ ଆସି ଠିକଣା ଖୋଜି ଖୋଜି ଆମ ଘରେ ପହଞ୍ଚତ୍ଗଲେ। ବେଶ୍‌ ଦୀର୍ଘ ସମୟ ଧରି ଆଲୋଚନା ହେଲା। କଥା ପ୍ରସଙ୍ଗରେ ସେ କହିଲେ, ଭାଇ ମୁଁ ଭଲରେ ଅଛି। ଆଜିକାଲି ପ୍ରାୟ ଏଭଳି ସ୍ବୀକାରୋକ୍ତି ମିଳିବା କାଠିକର ପାଠ। ଆମ ବୟସର କୌଣସି ବ୍ୟକ୍ତି ଯେତେ ଦୁଃଖରେ ରହୁଥିଲେ ମଧ୍ୟ ତାଙ୍କ କୁଶଳ ଜିଜ୍ଞାସା ପଚାରିଲେ ମନର ବ୍ୟଥାକୁ ଚାପିରଖି କହୁଥିବାର ଶୁଣାଯାଏ। ‘ହଁ ଭାଇ ଯଥାକଥା ଚଳିଯାଉଛି’। ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ଭାବେ ଜାଣିହୁଏ ଯେ, ସେ ସତ କଥାକୁ ଲୁଚାଇ ରଖୁଛନ୍ତି।
କଥା ପ୍ରସଙ୍ଗରେ ବନ୍ଧୁ କହିଲେ, ଭାଇ! ମୁଁ ଅବସର ପରେ ତିନୋଟି ଜିନିଷକୁ ଆପଣେଇ ନେଇଛି ଏବଂ ସେ ତିନୋଟି ଜିନିଷ ମୋତେ ଖୁସି ଦେଉଛନ୍ତି। ପ୍ରଥମ ହେଲା ମୋର ପେନ୍‌ସନ୍‌, ଦ୍ୱିତୀୟ ମୋର ସ୍ତ୍ରୀ ଏବଂ ତୃତୀୟ କଥା ହେଉଛି ତୁମମାନଙ୍କ ଭଳି ସମଭାବାପନ୍ନ ବନ୍ଧୁ। ସେ କହିଲେ ଭାଇ, ଆମେ ବୁଢ଼ାବଢ଼ୀ ଦୁଇଜଣ ପେନ୍‌ସନ୍‌ ପ୍ରାୟ ମାସକୁ ଏକ ଲକ୍ଷ ଟଙ୍କାରୁ ଅଧିକ ପାଉଛୁ। ଡ୍ରାଇଭର, ଗାଡ଼ିର ତେଲପାଣି ଖର୍ଚ୍ଚ, ବିଜୁଳି ବିଲ୍‌, ଘରର ମେଣ୍ଟେନାନ୍ସ ଏବଂ ବଜାର ଖର୍ଚ୍ଚ ପରେ ଯାହାକିଛି ବଳେ ସେଥିରେ ଆମେ ଦୁହେଁ ଖୁବ୍‌ ଖୁସିରେ ଚଳିଯାଉଛୁ। ପିଲାମାନଙ୍କ ପାଖରେ ଆଉ ହାତପାତିବାକୁ ପଡ଼େନାହିଁ। ସେମାନେ ମଧ୍ୟ ପ୍ରତିଷ୍ଠିତ ଏବଂ ମୋ ପେନ୍‌ସନ୍‌ ପ୍ରତି ସେମାନଙ୍କର ଲୋଭ ନାହିଁ।
ଦ୍ୱିତୀୟ ଖୁସିଟି ହେଲା ମୋ ଧର୍ମପତ୍ନୀ। ଏ ପରିଣତ ବୟସରେ ସେ ମୋର ବାନ୍ଧବୀ, ମାର୍ଗଦର୍ଶିକା ତଥା ଜୀବନ ଦର୍ଶନର ଆଖ୍ୟାୟିକା। ବନ୍ଧୁଜଣକ କହିଲେ, ତୃତୀୟ ଜିନିଷଟି ହେଲା ବନ୍ଧୁ। ହାତଗଣତି କିଛି ଭଲ ବନ୍ଧୁ ଥିବାରୁ ଏ ଅବସର ସମୟ ବେଶ୍‌ ଖୁସିରେ କଟିଯାଉଛି। ମୁଁ କହିଲି ହଁ ଭାଇ! ବନ୍ଧୁଟିଏ ଥିଲେ ଦୁଃଖ ସମୟରେ ସେ ହିଁ ପ୍ରକୃତ ପ୍ରବୋଧନା ଦିଏ ଏବଂ ଚିନ୍ତାରୁ ମୁକ୍ତି ମିଳେ। ଏକଥା କହି ମୁଁ ତାଙ୍କୁ ଭଗବାନ ଶ୍ରୀକୃଷ୍ଣ ଏବଂ ଉଦ୍ଧବଙ୍କ ମଧ୍ୟରେ କିପରି ବନ୍ଧୁତା ଥିଲା ସେ ବିଷୟରେ ସୂଚନା ଦେଲି। କଥାଟି ହେଉଛି ଏହିପରି – ଥରେ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ପ୍ରକୃତ ବନ୍ଧୁ କିଏ? ଶ୍ରୀକୃଷ୍ଣ କହିଲେ, ବିପଦରେ ପଡ଼ିଥିବା ବେଳେ ଯିଏ ବିନା ନିମନ୍ତ୍ରଣରେ ପହଞ୍ଚତ୍ ସାହାଯ୍ୟ କରେ ସେ ହିଁ ପ୍ରକୃତ ବନ୍ଧୁ। ଏହାର ଉତ୍ତରରେ ଉଦ୍ଧବ କହିଲେ, ଏକଥା ଠିକ୍‌। ତୁମେ ତ ପାଣ୍ଡବମାନଙ୍କ ସଖା ଥିଲ; କିନ୍ତୁ ପଶାଖେଳରେ ହାରି ପାଣ୍ଡବମାନେ ବନବାସ ଗଲାବେଳେ ତୁମେ ତୁମଆଡ଼ୁ ସାହାଯ୍ୟ କଲ ନାହିଁ କାହିଁକି? ଦ୍ରୌପଦୀଙ୍କୁ ରାଜସଭାରେ ଯେତେବେଳେ ବିବସ୍ତ୍ର କରାଗଲା ସେତେବେଳ ଯାଏ ତୁମେ କେଉଁଠି ଥିଲ? ଏ ପ୍ରକାର ବନ୍ଧୁତାର ମୂଲ୍ୟ କ’ଣ? ଉଦ୍ଧବଙ୍କ ପ୍ରଶ୍ନବାଣରେ ଜର୍ଜ୍ଜରିତ ସ୍ଥିତପ୍ରଜ୍ଞ ଶ୍ରୀକୃଷ୍ଣ ହସି ହସି କହିଲେ, ଯୁଧିଷ୍ଠିର ମୋତେ ପଶାଖେଳ ବିଷୟରେ ଜଣାଇ ନ ଥିଲେ। ବରଂ କହିଥିଲେ ମୁଁ ନ କହିବା ପର୍ଯ୍ୟନ୍ତ ତୁମେ ସଭାଗୃହକୁ ଯିବ ନାହିଁ। ତଥାପି ମୁଁ (ଶ୍ରୀକୃଷ୍ଣ) ସଭାଗୃହ ଦ୍ୱାର ଦେଶରେ ତାଙ୍କ ଡାକିବାର ‘ଅନୁମତିକୁ ଅପେକ୍ଷା କରିଥିଲି’। ପଶା ଖେଳ ବାସ୍ତବରେ ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ହେବା କଥା। ଏପରି ହୋଇଥିଲେ ଦୁର୍ଯ୍ୟୋଧନ ନିଶ୍ଚୟ ହାରିଥାନ୍ତେ। କିନ୍ତୁ ଦୁର୍ଯ୍ୟୋଧନଙ୍କ ପ୍ରତିନିଧି ଭାବେ ଶକୁନି ପଶା ଖେଳିଲେ। ଯୁଧିଷ୍ଠିରଙ୍କର ନିଜ ପଶା ଖେଳର ଜ୍ଞାନ ଉପରେ ଏତେ ଭରସା ଥିଲା ଯେ ସେ ଏଥିରେ ରାଜି ହୋଇଗଲେ। ମୁଁ ତ ମନକୁ ମନ ବିନା ଅନୁମତିରେ ରାଜସଭାକୁ ଯାଇପାରିବି ନାହିଁ ବୋଲି ଯୁଧିଷ୍ଠିର କହିଥିଲେ, ତେଣୁ ବାଧ୍ୟ ହୋଇ ଯେଉଁଠି ଥିଲି ସେଇଠି ରହିଲି।
ବାକି ରହିଲା ଦ୍ରୌପଦୀଙ୍କ କଥା। ଦ୍ରୌପଦୀ ଭାବିଥିଲେ ଯେ, ତାଙ୍କୁ ଦୁଃଶାସନ ଘୋଷାଡ଼ି ଘୋଷାଡ଼ି ସଭା ମଧ୍ୟକୁ ଆଣିବା ଦେଖିଲେ ବା ଜାଣିଲେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ, ଏପରି କି ମହାରାଜ ଧୃତରାଷ୍ଟ୍ର ରାଗିକରି ସିଷ୍ଟାଚାର ଦୃଷ୍ଟିରୁ ଦୁଃଶାସନକୁ ଦ୍ରୌପଦୀଙ୍କୁ ଛାଡ଼ି ଦେବାକୁ କହି ନଥିଲେ। କିନ୍ତୁ ହେଲା କ’ଣ? ଦ୍ରୌପଦୀ, ଭୀଷ୍ମ, ଦ୍ରୋଣ, ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ, ଯୁଧିଷ୍ଠିର ଇତ୍ୟାଦି ସମସ୍ତଙ୍କୁ ଧର୍ମ ଓ ନୀତି କଥା କହି ତାଙ୍କୁ ଏପରି ବିବଶନା କରିବା ଅନ୍ୟାୟ ବୋଲି ହାତଯୋଡ଼ି କହିବା ସତ୍ତ୍ୱେ ଉପରଲିଖିତ ବ୍ୟକ୍ତିମାନଙ୍କଠାରୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ ପିନ୍ଧାଲୁଗା ଛାଡ଼ ଦେଇ ଦୁଇ ହାତ ଟେକି ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହେଲେ।
ଦ୍ରୌପଦୀଙ୍କ ମୁହଁରୁ ମୁଁ ଏଇକଥା ଶୁଣି ତତ୍‌କ୍ଷଣାତ୍‌ ତାଙ୍କୁ ସାହାଯ୍ୟ କରିବାକୁ ଅଗ୍ରସର ହେଲି। ମୋର ତ ଅନ୍ୟ ନାମ ଦୀନବନ୍ଧୁ। ତେଣୁ ଦୁଃଖରେ ଯେକୌଣସି ଜୀବ ମୋତେ ଡାକେ ମୁଁ ତାକୁ କାଳବିଳମ୍ବ ନ କରି ଉଦ୍ଧାର କରେ। ବନ୍ଧୁତାର ୬ଟି ଲକ୍ଷଣ ଅଛି। ‘ପଦାତି, ପ୍ରତିଗୃହ୍ମାତି, ଗୁହ୍ୟଂ, ଅଖ୍ୟାତି, ପ୍ରଚ୍ଛତି ଭୁକ୍ତେ, ଭୋଜୟତେ, ଚୈବ, ଷଡ଼ବିଧଂ ପ୍ରୀତିଲକ୍ଷଣ’। ଏହାର ଅର୍ଥ ହେଲା ଦେବା, ଗ୍ରହଣ କରିବା, ‘ଗୋପନ’ କଥା କହିବା ଓ ପଚାରିବା, ଖାଇବା ଓ ଖୁଆଇବା – ଏହି ଛ’ଟି ହେଉଛି ପ୍ରେମ ବା ବନ୍ଧୁତ୍ୱର ଲକ୍ଷଣ।
କଥା ଆହୁରି ଆଗେଇଥାନ୍ତା ହଠାତ୍‌ କାନ୍ଥଘଡ଼ିରେ ଦିନ ୨ଟା ବାଜିବାର ସଂକେତ ମିଳିବାରୁ ବନ୍ଧୁ ଅମୀୟରଞ୍ଜନ ସଚେତନ ହୋଇ ତାଙ୍କ ଘରକୁ ଯିବାପାଇଁ ଉଦ୍ୟତ ହେଲେ। ସେ ଚାଲିଗଲା ପରେ ମୁଁ ମୋ ଧର୍ମପତ୍ନୀଙ୍କୁ ସବୁ କଥା କହିଲି। ଧର୍ମପତ୍ନୀ ମୋ ସହ ଏକମତ ହୋଇ କହିଲେ, ବାସ୍ତବିକ୍‌ ଏହା ହିଁ ହେଉଛି ସତକଥା।
ଚୈତନ୍ୟ ଧାମ, ଶବର ସାହି
ଭୁବନେଶ୍ୱର, ମୋ:୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri