ନାବାଳିକାଙ୍କୁ ଅସଦାଚରଣ କରି ଅବସରପ୍ରାପ୍ତ ସୈନିକ ଅଟକ

ବାଲେଶ୍ବର ଅଫିସ ୩୧।୫: ବାଲେଶ୍ବର ଜିଲା ବରପୁର ଥାନା ଅଧୀନ ଛତ୍ରପୁର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସୈନିକ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ବରହମ୍‌ପୁର ପୋଲିସ ଏକ ମାମଲା(ନଂ.୬୨/୨୦୨୨) ରୁଜୁ କରି ଅବସରପ୍ରାପ୍ତ ସୈନିକ ରାଜକିଶୋର ବେହେରା(୬୨)ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ଅଭିଯୋଗ ମୁତାବକ, ନାବାଳିକାଙ୍କ ମା’ ଝିଅ(୧୧ବର୍ଷ)ଙ୍କୁ ପଡ଼ୋଶୀ ରାଜକିଶୋର ବେହେରାଙ୍କ ଘରୁ କଦଳୀ ଏବଂ ସପୁରି ଆଣିବାକୁ ପଠାଇଥିଲେ। ନାବାଳିକା ଜଣକ ରାଜକିଶୋରଙ୍କୁ ସପୁରି ଓ କଦଳୀ ମାଗିଥିଲେ। ଏନେଇ ସେ ନାବାଳିକାଙ୍କୁ ବାଡ଼ିକୁ ଡାକି ନେଇଥିଲେ। ସେଠାରେ ସେ ତାଙ୍କୁ ଅସଦାଚରଣ କରିଥିଲେ। ଘରକୁ ଆସି ଘଟଣା ସମ୍ପର୍କରେ ନାବାଳିକା ମା’ଙ୍କୁ ଜଣାଇଥିଲେ। ଏନେଇ ଗାଁରେ ଏକ ସଭା ହୋଇଥିଲା। ସଭାରେ କୌଣସି ସମାଧାନ ନ ହେବାରୁ ନାବାଳିକାଙ୍କ ମା’ ବରହମ୍‌ପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ରାଜକିଶୋରଙ୍କୁ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରର ଉଚ୍ଚ ଜୁଆରରେ କୂଳ ଲଂଘୁଛି; ବେଳାଭୂମିର ଦ୍ରୁତ ଅବକ୍ଷୟ, ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳ

ଗଞ୍ଜାମ, ୨୭।୬ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ବେଳାଭୂମି ଗତ କିଛି ଦିନ ଧରି ଦ୍ରୁତ…

ଶ୍ରୀମନ୍ଦିର ପ୍ରଶାସନର ବଡ଼ ସୂଚନା, ୧୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୨୭।୬: ଦିନକ ପରେ ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ସ୍ନାନଯାତ୍ରାର ସ୍ବତନ୍ତ୍ର ନୀତିକାନ୍ତି ପାଇଁ ୧୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ…

ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବଞ୍ଚୋ/ହାଟଡିହୀ/ଛେନାପଦୀ,୨୭ା୬(ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏବଂ ଆନନ୍ଦପୁର ଏସ୍‌ଡିପିଓ ଚଢ଼ାଉ କରି ୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ…

ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ : ପୋଲିସର ତଦନ୍ତ ଜାରି

ଛତ୍ରପୁର,୨୭।୬ ଦିଲ୍ଲୀପ ସାମଲ : ଚମାଖଣ୍ଡି ଥାନା ଅଧୀନ କାଳିଆବାଲି ଛକ ନିକଟସ୍ଥ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ…

କାର୍‌କୁ ଧକ୍କା ଦେଇ ଓଲଟିଲା ଟାୟାର ବୋଝେଇ ଟ୍ରକ୍‌, ଡ୍ରାଇଭରଙ୍କ ସମେତ…

ମୋହନା,୨୭ା୬(ମନ୍ମଥ ମିଶ୍ର): କାର୍‌କୁ ଧକ୍କା ଦେଇ ଓଲଟି ପଡ଼ିଛି ଟାୟାର ବୋଝେଇ ଟ୍ରକ୍‌। ଡ୍ରାଇଭରଙ୍କ ସମେତ ୫ ଆହତ ହୋଇଛନ୍ତି। ଗଜପତି ଜିଲା ଅଡ଼ବା ଥାନା ନାଳାଘାଟ…

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କେତେଜଣ…

ସିଙ୍ଗିପୁରରେ ବେଆଇନ ଦେଶୀ ମଦ ଭାଟି: ପୋଲିସର ଚଢ଼ାଉ

ଗଜପତି,୨୮।୬ (ଗିରିଧାରୀ ପରିଛା): ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଶନିବାର ଭୋର ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରି ଏକ ବେଆଇନ ଦେଶୀ ମଦ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri