ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୦ ଦଫା ଦାବି ହାସଲ ପାଇଁ ମଙ୍ଗଳବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଙ୍ଘର ଡାକରା କ୍ରମେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଡ଼.ଯୁଧିଷ୍ଠିର ସ୍ବାଇଁଙ୍କ ନେତୃତ୍ୱରେ ସଂଘର କାର୍ଯ୍ୟକର୍ତ୍ତା ଭବାନୀ ପାଢ଼ୀ, ପଦ୍ମଚରଣ ମେକାପ, ସୁଷମା ପାଠୀ, ଜୟନ୍ତୀବାଳା ମିଶ୍ର, ପୁଷ୍ପାଞ୍ଜଳି ରଥ, ଭୀମସେନ ପଣ୍ଡା, ରାଜକିଶୋର ଚୌଧୁରୀ, ସୁବାସ ପାଢ଼ୀ, ନରସିଂହ ପଣ୍ଡା, ଜନାର୍ଦ୍ଦନ ପଣ୍ଡା,ବିମ୍ବାଧର ବେହେରା, ରାଧାମୋହନ ସାହୁ, ପୀତବାସ ରଥ, ଦିବାକର ପାଣିଗ୍ରାହୀ, ସିମାଞ୍ଚଳ ପ୍ରଧାନ, ମନୋରଞ୍ଜନ ସାହୁ ପ୍ରମୁଖ ସଭ୍ୟା ସଭ୍ୟ ଏକାଠି ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ।
ଅବସରପ୍ରାପ୍ତ କର୍ମଚାରୀ ସଂଘର ରାଜ୍ୟ କମିଟି ଉପଦେଷ୍ଟା କେ.ନନ୍ଦେଶୁ ସେନାପତି ଉପସ୍ଥିତ ରହି ଗତ ୨୦୨୫ ମାର୍ଚ୍ଚରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ ହୋଇଥିବା ଭାଲିଡେସନ ଆକ୍ଟକୁ ପ୍ରତ୍ୟାହାର କରାଯିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଏନପିଏସ, ୟୁପିଏସ ବଦଳରେ ଓପିଏସ ସ୍କିମରେ ପେନସନ ପ୍ରଦାନ କରିବା। ଗତ ୨୦୨୫ ଡିସେମ୍ବର ୩୧ ସୁଧା ଅବସର ନେଇଥିବା ସମସ୍ତ ପେନସନଧାରୀଙ୍କୁ ଅଷ୍ଟମ ବେତନ କମିଶନରଙ୍କ ସୁପାରିଶ ଅଧାରରେ ସମସ୍ତ ସୁବିଧା ପ୍ରଦାନ କରାଯିବା। ରାଜ୍ୟ ପେନସନଧାରୀଙ୍କୁ କେନ୍ଦ୍ରୀୟ ହାରରେ ମହଙ୍ଗା ଭତ୍ତା ବୃଦ୍ଧି କରାଯିବା, ଗତ କୋଭିଡ ସମୟର ୮ ମାସର ମହଙ୍ଗା ଭତ୍ତା ପ୍ରଦାନ କରିବା, କମୁଟେସନ ଅବଧି ୧୫ ବର୍ଷ ବଦଳରେ ୧୧ ବର୍ଷ କରାଯିବା, ବରିଷ୍ଠ ନାଗରିକଙ୍କ ରେଳ ଯାତ୍ରାରେ ଥିବା ରିହାତିକୁ ପୁନଃ ଲାଗୁ କରାଯିବା।ସମସ୍ତ ରାଜ୍ୟ ସରକାରୀ ପେନସନର ମାନଙ୍କୁ ଇନ୍ସୁରେନ୍ସ ମାଧ୍ୟମରେ ଚିକିତ୍ସାସୁବିଧା ପ୍ରଦାନ କରିବା ।ପବ୍ଲିକ ସେକ୍ଟର ଅନୁଷ୍ଠାନ ଗୁଡିକୁ ନିଜିକରଣ କରିବାରେ କ୍ଷାନ୍ତ ରହିବା। ଅତି ସାଙ୍ଘାତିକ ୪ ଶ୍ରମ କୋଡ଼କୁ ବାତିଲ କରିବା ଓ ନୂତନ ଶିକ୍ଷାନୀତି ୨୦୨୦କୁ ପ୍ରତ୍ୟାହାର କରାଯିବା ପ୍ରଭୃତି ୧୦ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା।
ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆଗାମୀ ମେ ୧୩ ତାରିଖ ଠାରୁ ୧୫ ତାରିଖ ୩ ଦିନି ବ୍ୟାପୀ ଭୁବନେଶ୍ୱର ଠାରେ ରାଜ୍ୟ ସଂଘ ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ରାଜ୍ୟ ସଂଘର ଉପଦେଷ୍ଟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ମେ ୧୩ ତାରିଖ ଠାରୁ ୧୫ ତାରିଖ ୩ ଦିନି ବ୍ୟାପୀ ଭୁବନେଶ୍ୱରଠାରେ ରାଜ୍ୟ ସଂଘ ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ରାଜ୍ୟ ସଂଘର ଉପଦେଷ୍ଟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।