ଖୁଚୁରା ଋଣ ଆବଣ୍ଟନ ୨୫% ବୃଦ୍ଧି

ଭୁବନେଶ୍ୱର,୨୪।୨: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବୁଧବାର ଏହାର ଆଗାମୀ ଯୋଜନା ଓ କାରବାର ସହିତ ଚଳିତ ଆର୍ଥିକ ବର୍ଷର ଓଡିଶା କାରବାର ସମ୍ପର୍କରେ ଏକ ଫଳାଫଳ ଘୋଷଣା କରାଯାଇଛି। ସେହିଭଳି ବ୍ୟାଙ୍କର ବିଭିନ୍ନ ଡିଜିଟାଲ ଅଭିଯାନ ଓ ଗ୍ରାହକ କୈନ୍ଦ୍ରୀକ ବ୍ୟବସ୍ଥା ଜରିଆରେ ରାଜ୍ୟରେ କିପରି ଏହାର ରିଟେଲ ଫ୍ରାଞ୍ଚାଇଜିକୁ ଆହୁରି ଅଧିକ ସୁଦୃଢ଼ କରି ହେବ ସେ ଦିଗରେ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ଏହି ଅଭିଯାନଗୁଡ଼ିକ ଯୋଗୁ ରାଜ୍ୟରେ ବ୍ୟାଙ୍କର ଖୁଚୁରା ଋଣ ଆବଣ୍ଟନ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨ ଆର୍ଥିକ ବର୍ଷ)ରେ ୨୫% ବୃଦ୍ଧି ପାଇ ୫,୨୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଅନୁପ ବାଗ୍‌ଚୀ ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ଆମ ପାଇଁ ଓଡ଼ିଶା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ନିକଟରେ ଥିବା ୪ଟି ରାଜ୍ୟରେ ଆମର ରିଟେଲ ବ୍ୟାଙ୍କିଙ୍ଗ୍‌ ପରିଚାଳନା ପାଇଁ ଭୁବନେଶ୍ୱରକୁ ମୁଖ୍ୟାଳୟ କରାଯାଇଛି। ଓଡ଼ିଶାରେ ବିଭିନ୍ନ ପ୍ରକାର ଡିଜିଟାଲ ଅଭିଯାନ ଜରିଆରେ ଆମେ ଆମର ଫ୍ରାଞ୍ଚାଇଜି, ଡେଲିଭରି ଓ ସେବା ପ୍ରଦାନ ଦକ୍ଷତାକୁ ସୁଦୃଢ଼ କରିବାକୁ ପ୍ରୟାସ ଜାରି ରଖିଛୁ। ସେହିଭଳି ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ଏହାର ଖୁଚରା ଋଣ ବ୍ୟବସାୟକୁ ବିସ୍ତାର କରିବା ଲାଗି ବ୍ୟାଙ୍କ ଏହାର ପ୍ରଯୁକ୍ତି ଶକ୍ତିକୁ ବ୍ୟବହାର କରୁଛି। ବନ୍ଧକ ଋଣ ଆବଣ୍ଟନ ରାଜ୍ୟରେ ୩୦% ବୃଦ୍ଧି ପାଇ ୧,୨୫୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ବ୍ୟାଙ୍କ ପକ୍ଷରୁ ଆଶା କରାଯାଉଥିବା ବେଳେ ମୁଖ୍ୟତଃ ବ୍ୟକ୍ତିଗତ ଋଣ ଓ ଯାନ ଋଣକୁ ନେଇ ଗଠିତ ଉପଭୋକ୍ତା ଋଣ ୪୦%ରୁ ଅଧିକ ବୃଦ୍ଧି ପାଇ ୧୮୦୦ କୋଟି ଟଙ୍କାର ହେବ ବୋଲି ଆଶା କରାଯାଉଛି। ବ୍ୟାଙ୍କ ଏହାର ବ୍ୟବସାୟ ଋଣ ଓ ଓଭରଡ୍ରାଫ୍ଟ ଆବଣ୍ଟନକୁ ୩୫% ବଢ଼ାଇ ୧୩୦୦ କୋଟିରୁ ଊର୍ଦ୍ଧ୍ୱ କାରବାର କରିବାକୁ ଲକ୍ଷ୍ୟ ରଖିଛି।
ବନ୍ଧକ ଋଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ସହ ବାଗ୍‌ଚୀ କହିଛନ୍ତି, ତୁରନ୍ତ ଋଣ ମଞ୍ଜୁର ଏବଂ ଅଣୁ ବଜାରରେ ସମ୍ପ୍ରସାରଣ ଯୋଗୁ ଓଡ଼ିଶାରେ ଆମର ବନ୍ଧକ ଋଣ ଆଗକୁ ବଢ଼ିଛି। ଆମର ଏହିସବୁ ଅଭିଯାନ ଯୋଗୁ ବନ୍ଧକ ଋଣ ଆବଣ୍ଟନ ଓଡ଼ିଶାରେ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୦୨୨ରେ ପ୍ରାୟ ୩୦% ବୃଦ୍ଧି ପାଇ ୧,୨୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିଭଳି ରାଜ୍ୟରେ ୪୫୦ ଟଚ୍‌ ପଏଣ୍ଟ ସହ ୧୬୦ ଶାଖା ଓ ୨୯୦ ଏଟିଏମ୍‌ର ଏକ ବୃହତ୍‌ ନେଟ୍‌ୱର୍କ ବ୍ୟାଙ୍କର ରହିଛି। ୧୬୦ଟି ଶାଖା ମଧ୍ୟରୁ ପ୍ରାୟ ୭୦% ଶାଖା ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ବିକାଶ ଶର୍ମା, କୌଶିକ ଦତ୍ତ, ପ୍ରଦୋଷ ରଞ୍ଜନ ରାଉତଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri