ଖୁଚୁରା ଋଣ ଆବଣ୍ଟନ ୨୫% ବୃଦ୍ଧି

ଭୁବନେଶ୍ୱର,୨୪।୨: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବୁଧବାର ଏହାର ଆଗାମୀ ଯୋଜନା ଓ କାରବାର ସହିତ ଚଳିତ ଆର୍ଥିକ ବର୍ଷର ଓଡିଶା କାରବାର ସମ୍ପର୍କରେ ଏକ ଫଳାଫଳ ଘୋଷଣା କରାଯାଇଛି। ସେହିଭଳି ବ୍ୟାଙ୍କର ବିଭିନ୍ନ ଡିଜିଟାଲ ଅଭିଯାନ ଓ ଗ୍ରାହକ କୈନ୍ଦ୍ରୀକ ବ୍ୟବସ୍ଥା ଜରିଆରେ ରାଜ୍ୟରେ କିପରି ଏହାର ରିଟେଲ ଫ୍ରାଞ୍ଚାଇଜିକୁ ଆହୁରି ଅଧିକ ସୁଦୃଢ଼ କରି ହେବ ସେ ଦିଗରେ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ଏହି ଅଭିଯାନଗୁଡ଼ିକ ଯୋଗୁ ରାଜ୍ୟରେ ବ୍ୟାଙ୍କର ଖୁଚୁରା ଋଣ ଆବଣ୍ଟନ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨ ଆର୍ଥିକ ବର୍ଷ)ରେ ୨୫% ବୃଦ୍ଧି ପାଇ ୫,୨୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଅନୁପ ବାଗ୍‌ଚୀ ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ଆମ ପାଇଁ ଓଡ଼ିଶା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ନିକଟରେ ଥିବା ୪ଟି ରାଜ୍ୟରେ ଆମର ରିଟେଲ ବ୍ୟାଙ୍କିଙ୍ଗ୍‌ ପରିଚାଳନା ପାଇଁ ଭୁବନେଶ୍ୱରକୁ ମୁଖ୍ୟାଳୟ କରାଯାଇଛି। ଓଡ଼ିଶାରେ ବିଭିନ୍ନ ପ୍ରକାର ଡିଜିଟାଲ ଅଭିଯାନ ଜରିଆରେ ଆମେ ଆମର ଫ୍ରାଞ୍ଚାଇଜି, ଡେଲିଭରି ଓ ସେବା ପ୍ରଦାନ ଦକ୍ଷତାକୁ ସୁଦୃଢ଼ କରିବାକୁ ପ୍ରୟାସ ଜାରି ରଖିଛୁ। ସେହିଭଳି ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ଏହାର ଖୁଚରା ଋଣ ବ୍ୟବସାୟକୁ ବିସ୍ତାର କରିବା ଲାଗି ବ୍ୟାଙ୍କ ଏହାର ପ୍ରଯୁକ୍ତି ଶକ୍ତିକୁ ବ୍ୟବହାର କରୁଛି। ବନ୍ଧକ ଋଣ ଆବଣ୍ଟନ ରାଜ୍ୟରେ ୩୦% ବୃଦ୍ଧି ପାଇ ୧,୨୫୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ବ୍ୟାଙ୍କ ପକ୍ଷରୁ ଆଶା କରାଯାଉଥିବା ବେଳେ ମୁଖ୍ୟତଃ ବ୍ୟକ୍ତିଗତ ଋଣ ଓ ଯାନ ଋଣକୁ ନେଇ ଗଠିତ ଉପଭୋକ୍ତା ଋଣ ୪୦%ରୁ ଅଧିକ ବୃଦ୍ଧି ପାଇ ୧୮୦୦ କୋଟି ଟଙ୍କାର ହେବ ବୋଲି ଆଶା କରାଯାଉଛି। ବ୍ୟାଙ୍କ ଏହାର ବ୍ୟବସାୟ ଋଣ ଓ ଓଭରଡ୍ରାଫ୍ଟ ଆବଣ୍ଟନକୁ ୩୫% ବଢ଼ାଇ ୧୩୦୦ କୋଟିରୁ ଊର୍ଦ୍ଧ୍ୱ କାରବାର କରିବାକୁ ଲକ୍ଷ୍ୟ ରଖିଛି।
ବନ୍ଧକ ଋଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ସହ ବାଗ୍‌ଚୀ କହିଛନ୍ତି, ତୁରନ୍ତ ଋଣ ମଞ୍ଜୁର ଏବଂ ଅଣୁ ବଜାରରେ ସମ୍ପ୍ରସାରଣ ଯୋଗୁ ଓଡ଼ିଶାରେ ଆମର ବନ୍ଧକ ଋଣ ଆଗକୁ ବଢ଼ିଛି। ଆମର ଏହିସବୁ ଅଭିଯାନ ଯୋଗୁ ବନ୍ଧକ ଋଣ ଆବଣ୍ଟନ ଓଡ଼ିଶାରେ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୦୨୨ରେ ପ୍ରାୟ ୩୦% ବୃଦ୍ଧି ପାଇ ୧,୨୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିଭଳି ରାଜ୍ୟରେ ୪୫୦ ଟଚ୍‌ ପଏଣ୍ଟ ସହ ୧୬୦ ଶାଖା ଓ ୨୯୦ ଏଟିଏମ୍‌ର ଏକ ବୃହତ୍‌ ନେଟ୍‌ୱର୍କ ବ୍ୟାଙ୍କର ରହିଛି। ୧୬୦ଟି ଶାଖା ମଧ୍ୟରୁ ପ୍ରାୟ ୭୦% ଶାଖା ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ବିକାଶ ଶର୍ମା, କୌଶିକ ଦତ୍ତ, ପ୍ରଦୋଷ ରଞ୍ଜନ ରାଉତଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri