ଅଶୋଧିତ ତୈଳ ଦାମ ୮ ବର୍ଷ ପରେ ରେକର୍ଡସ୍ତରରେ, ଯୁଦ୍ଧର ପ୍ରଭାବରେ ପୁଣି ବଢ଼ିବ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪।୨ : ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ରେକର୍ଡସ୍ତରରେ ପହଞ୍ଚିଛି। ବ୍ୟାରେଲ ପିଛା ଏହା ୧୦୧ ଡଲାର ଛୁଇଁଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିବାକୁ ଯାଉଛି।

ଫଳରେ ଦେଶବାସୀ ଖୁବ୍‌ ଶୀଘ୍ର ମୁଦ୍ରାସ୍ଫୀତିର ଏକ ବଡ଼ ଝଟକା ପାଇବାକୁ ଯାଉଛନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ବୃଦ୍ଧି ପାଇବା ପ୍ରାୟ ନିଶ୍ଚିତ ହୋଇଛି। ସେପ୍ଟେମ୍ବର ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାର ଟପିଛି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଅଶୋଧିତ ତୈଳ ପୁଣି ଅଧିକ ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଦେଶରେ ମହଙ୍ଗାଦର ପୁଣି ବଢ଼ିବାର ଆଶଙ୍କା ରହିଛି। ଅଶୋଧିତ ତୈଳର ମୂଲ୍ୟ ଉପରେ ନଜର ରଖିଥିବା ଅନ୍ତର୍ଜାତୀୟ ଅନୁସନ୍ଧାନ ଏଜେନ୍ସିଗୁଡ଼ିକ ଅନୁଯାୟୀ ଅଶୋଧିତ ତୈଳର ମୂଲ୍ୟ ଆହୁରି ବଢ଼ିପାରେ।

ଗୋଲ୍ଡମ୍ୟାନ ସାକ୍ସ କହିଛି ଯେ ୨୦୨୨ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ୧୦୦ ଡଲାର ଟପିବାର ପୂର୍ବାନୁମାନ ଠିକ ପ୍ରମାଣିତ ହୋଇଛି। ଏଥି ସହିତ, ଜେପି ମୋର୍ଗାନ ୨୦୨୨ରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୧୨୫ ଡଲାର ଏବଂ ୨୦୨୩ରେ ବ୍ୟାରେଲ ପିଛା ୧୫୦ ଡଲାର ପର୍ଯ୍ୟନ୍ତ ଛୁଇଁବ ବୋଲି ପୂର୍ବାନୁମାନ କରିଛି।

ଲଗାତାର ଗତ ଦୁଇ ମାସ ଧରି ଅଶୋଧିତ ତୈଳ ଦାମରେ ନିଆଁ ଲାଗିଛି। ୨୦୨୨ରେ ଅଶୋଧିତ ତୈଳ ମୂଲ୍ୟରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଗତ ଦୁଇ ମାସ ଧରି ଅଶୋଧିତ ତୈଳର ଦାମ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

୧ ଡିସେମ୍ବର ୨୦୨୧ରେ ଏହା ବ୍ୟାରେଲ ପିଛା ୬୮.୮୭ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ଟପିଛି। ଅର୍ଥାତ୍‌ ଦେଢ଼ମାସ ମଧ୍ୟରେ ଅଶୋଧିତ ତୈଳର ଦାମ ନିମ୍ନ ସ୍ତରରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି।

ଯଦିଓ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଇତି ମଧ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୪ ନଭେମ୍ବର ୨୦୨୧ଠାରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପରିବର୍ତ୍ତନ କରାଯାଇ ନାହିଁ। ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି ଏବଂ ମାର୍ଚ୍ଚ ୧୦ରେ ଫଳାଫଳ ବାହାରିବ। ନିର୍ବାଚନରେ ହାରିଯିବା ଭୟରେ ଅଶୋଧିତ ତୈଳ ଦାମରେ ଅହେତୁକ ବୃଦ୍ଧି ସତ୍ତ୍ୱେ ସରକାରଙ୍କ ଚାପରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରୁନଥିବା କୁହାଯାଉଛି। କିନ୍ତୁ ମାର୍ଚ୍ଚ ୧୦ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ କ୍ଷତି ପୂରଣ ପାଇଁ ନିଶ୍ଚିତ ଭାବରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?