ଅଶୋଧିତ ତୈଳ ଦାମ ୮ ବର୍ଷ ପରେ ରେକର୍ଡସ୍ତରରେ, ଯୁଦ୍ଧର ପ୍ରଭାବରେ ପୁଣି ବଢ଼ିବ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪।୨ : ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ଘୋଷଣା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ରେକର୍ଡସ୍ତରରେ ପହଞ୍ଚିଛି। ବ୍ୟାରେଲ ପିଛା ଏହା ୧୦୧ ଡଲାର ଛୁଇଁଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିବାକୁ ଯାଉଛି।

ଫଳରେ ଦେଶବାସୀ ଖୁବ୍‌ ଶୀଘ୍ର ମୁଦ୍ରାସ୍ଫୀତିର ଏକ ବଡ଼ ଝଟକା ପାଇବାକୁ ଯାଉଛନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ବୃଦ୍ଧି ପାଇବା ପ୍ରାୟ ନିଶ୍ଚିତ ହୋଇଛି। ସେପ୍ଟେମ୍ବର ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାର ଟପିଛି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଅଶୋଧିତ ତୈଳ ପୁଣି ଅଧିକ ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଦେଶରେ ମହଙ୍ଗାଦର ପୁଣି ବଢ଼ିବାର ଆଶଙ୍କା ରହିଛି। ଅଶୋଧିତ ତୈଳର ମୂଲ୍ୟ ଉପରେ ନଜର ରଖିଥିବା ଅନ୍ତର୍ଜାତୀୟ ଅନୁସନ୍ଧାନ ଏଜେନ୍ସିଗୁଡ଼ିକ ଅନୁଯାୟୀ ଅଶୋଧିତ ତୈଳର ମୂଲ୍ୟ ଆହୁରି ବଢ଼ିପାରେ।

ଗୋଲ୍ଡମ୍ୟାନ ସାକ୍ସ କହିଛି ଯେ ୨୦୨୨ରେ ଅଶୋଧିତ ତୈଳର ବ୍ୟାରେଲ ପିଛା ୧୦୦ ଡଲାର ଟପିବାର ପୂର୍ବାନୁମାନ ଠିକ ପ୍ରମାଣିତ ହୋଇଛି। ଏଥି ସହିତ, ଜେପି ମୋର୍ଗାନ ୨୦୨୨ରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୧୨୫ ଡଲାର ଏବଂ ୨୦୨୩ରେ ବ୍ୟାରେଲ ପିଛା ୧୫୦ ଡଲାର ପର୍ଯ୍ୟନ୍ତ ଛୁଇଁବ ବୋଲି ପୂର୍ବାନୁମାନ କରିଛି।

ଲଗାତାର ଗତ ଦୁଇ ମାସ ଧରି ଅଶୋଧିତ ତୈଳ ଦାମରେ ନିଆଁ ଲାଗିଛି। ୨୦୨୨ରେ ଅଶୋଧିତ ତୈଳ ମୂଲ୍ୟରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଗତ ଦୁଇ ମାସ ଧରି ଅଶୋଧିତ ତୈଳର ଦାମ କ୍ରମାଗତ ଭାବରେ ବୃଦ୍ଧି ପାଉଛି।

୧ ଡିସେମ୍ବର ୨୦୨୧ରେ ଏହା ବ୍ୟାରେଲ ପିଛା ୬୮.୮୭ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ଟପିଛି। ଅର୍ଥାତ୍‌ ଦେଢ଼ମାସ ମଧ୍ୟରେ ଅଶୋଧିତ ତୈଳର ଦାମ ନିମ୍ନ ସ୍ତରରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି।

ଯଦିଓ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଇତି ମଧ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୪ ନଭେମ୍ବର ୨୦୨୧ଠାରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପରିବର୍ତ୍ତନ କରାଯାଇ ନାହିଁ। ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି ଏବଂ ମାର୍ଚ୍ଚ ୧୦ରେ ଫଳାଫଳ ବାହାରିବ। ନିର୍ବାଚନରେ ହାରିଯିବା ଭୟରେ ଅଶୋଧିତ ତୈଳ ଦାମରେ ଅହେତୁକ ବୃଦ୍ଧି ସତ୍ତ୍ୱେ ସରକାରଙ୍କ ଚାପରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରୁନଥିବା କୁହାଯାଉଛି। କିନ୍ତୁ ମାର୍ଚ୍ଚ ୧୦ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ କ୍ଷତି ପୂରଣ ପାଇଁ ନିଶ୍ଚିତ ଭାବରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri