ପୁନର୍ଗଠନ ଚିନ୍ତା

Dillip Cherian

ଟେଲିକମ୍‌ ସେକ୍ଟରର ପୁନର୍ଗଠନ ଲକ୍ଷ୍ୟରେ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ (ଟିଆର୍‌ଏଆଇ)ଆଇନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିବାକୁ କେନ୍ଦ୍ର ଚିନ୍ତା କରୁଥିବା ଜଣାପଡ଼ିଛି। ଏହି ସଂଶୋଧନ ବରିଷ୍ଠ କର୍ପୋରେଟ କାର୍ଯ୍ୟନିର୍ବାହୀମାନଙ୍କୁ ଟିଆର୍‌ଏଆଇର ଅଧ୍ୟକ୍ଷ ହେବାକୁ ସୁଯୋଗ ଦେବ। ପ୍ରମୁଖ ନିୟାମକ ପଦବୀରେ ଅଧିକ ବ୍ୟକ୍ତି ଭାଗ ନେବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ତେବେ ବେସରକାରୀ କ୍ଷେତ୍ରରେ ବୋର୍ଡ ସଦସ୍ୟ କିମ୍ବା ସିଇଓ ଭଳି ଏକ୍‌ଜିକ୍ୟୁଟିଭ୍‌ ପଦବୀରେ ସର୍ବନିମ୍ନ ୩୦ ବର୍ଷ ଅଭିଜ୍ଞତା ଥିଲେ ଟିଆର୍‌ଏଆଇ ଚୟାରମ୍ୟାନ ହୋଇପାରିବେ ବୋଲି ପ୍ରସ୍ତାବିତ ଟେଲିକମ ବିଲ୍‌ ସ୍ପଷ୍ଟ କରିପାରେ । ଏବେ ଅତି କମ୍‌ରେ ୩ବର୍ଷ ପର୍ଯ୍ୟନ୍ତ ସଚିବ କିମ୍ବା ଅତିରିକ୍ତ ସଚିବ ସମ ସରକାରୀ ପଦବୀରେ ରହିଥିଲେ ଟିଆର୍‌ଏଆଇ ସଦସ୍ୟ ପଦବୀ ଲାଗି ଯୋଗ୍ୟ ହେଉଛନ୍ତି। ଅଧ୍ୟକ୍ଷଙ୍କ ନିଯୁକ୍ତି ପାଇଁ ସେମିତି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ। ବର୍ତ୍ତମାନର ଟିଆର୍‌ଏଆଇ ଅଧ୍ୟକ୍ଷ ପି. ଡି.ଭାଗେଲା ଏବଂ ତାଙ୍କ ପୂର୍ବବର୍ତ୍ତୀ ଆର୍‌. ଏସ୍‌.ଶର୍ମାଙ୍କ ନିଯୁକ୍ତି ପୂର୍ବରୁ ସେମାନେ ସରକାରୀ ଦାୟିତ୍ୱରେ ଥିଲେ। ତେବେ ଟିଆର୍‌ଏଆଇର ନେତୃତ୍ୱ ନେବା ଲାଗି ଏହି ପ୍ରସ୍ତାବିତ ସଂଶୋଧନ ସରକାରୀ ସେବା ସହ ବେସରକାରୀ କ୍ଷେତ୍ରର ଶୀର୍ଷ ଅଧିକାରୀଙ୍କ ପାଇଁ ବାଟ ଫିଟାଇଦେଇଛି। ଟିଆର୍‌ଏଆଇ ଅଧିନିୟମ ୧୯୯୭ର ଧାରା ୪ରେ ସଂଶୋଧନ ହେଲେ ତାହା ଟେଲିକମ, ଶିଳ୍ପ, ଅର୍ଥ, ଆକାଉଣ୍ଟାନ୍ସି, ଆଇନ, ପରିଚାଳନା କିମ୍ବା ଉପଭୋକ୍ତା ବ୍ୟାପାରରେ ବିଶେଷ ଜ୍ଞାନ ଥିବା ବ୍ୟକ୍ତିବିଶେଷଙ୍କୁ ନିୟାମକ ସଂସ୍ଥାର ମୁଖ୍ୟ ଭାବରେ ନିଯୁକ୍ତ କରିବାର ଅଧିକାର କେନ୍ଦ୍ରକୁ ପ୍ରଦାନ କରିବ।
ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ
ନିକଟରେ କର୍ନାଟକ ହାଇକୋର୍ଟଙ୍କ ଦ୍ୱାରା ପ୍ରକାଶିତ ଏକ ରାୟରେ ଉତ୍ତରଦାୟିତ୍ୱର ଜଟିଳତା ଏବଂ ଆଇନର ଶାସନ ଉପରେ ଧ୍ୟାନ ଦିଆଯାଇଛି। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ (ଆର୍‌ଡିପିଆର୍‌) ବିଭାଗରେ ହୋଇଥିବା ଆର୍ଥିକ ଅନିୟମିତତାକୁ ନେଇ ୩ଜଣ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ ଚାଲିଥିବା ଆପରାଧିକ ବିଚାର ଏବଂ ତଦନ୍ତକୁ କୋର୍ଟ ବନ୍ଦ କରି ଦେଇଛନ୍ତି। ଅର୍ଥର ଅପବ୍ୟବହାର ଯୋଗୁୁ ରାଜ୍ୟ ରାଜସ୍ବକୁ ୨୬୯ କୋଟି ଟଙ୍କା କ୍ଷତି ପହଞ୍ଚାଇବା କାରଣରୁ ଆର୍‌ଡିପିଆର ବିଭାଗର ୩ଜଣ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ସମେତ ମୋଟ ୬ଜଣଙ୍କ ବିରୋଧରେ ଅଭିଯୋଗର ମାମଲା ଦାଏର କରାଯାଇଥିଲା। ଏହି ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ସାଧାରଣରେ ଦୃଷ୍ଟି ଆକର୍ଷଣ କରିିଛି; ଯେହେତୁ ୩ଜଣ ପୂର୍ବତନ ପ୍ରମୁଖ ସଚିବ ଅମିତା ପ୍ରସାଦ, ଟି.ଏମ୍‌. ବିଜୟ ଭାସ୍କର ଏବଂ ଇ.ଭି. ରାମନା ରେଡ୍ଡି ଏହି ମାମଲାରେ ଜଡ଼ିତ ଅଛନ୍ତି। ବିଚାର ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଏହି ଅଧିକାରୀମାନେ ଦାଖଲ କରିଥିବା ଏକ ଆବେଦନ ଉପରେ ହାଇକୋର୍ଟ କହିଛନ୍ତି ଯେ, ଦକ୍ଷ ଅଧିକାରୀଙ୍କ ଅନୁପସ୍ଥିତିରେ ବ୍ୟକ୍ତିଗତ ଅଭିଯୋଗକୁ ଭିତ୍ତିକରି ଅଧିକାରୀଙ୍କ ବିରୋଧରେ ବିଚାର କରିବା ବିଷୟ ସ୍ବତନ୍ତ୍ର ଅଦାଲତ ଜାଣିପାରି ନ ଥିଲେ। ଆବେଦନକାରୀ ଅଧିକାରୀମାନେ ଦାବି କରିଥିଲେ ଯେ, ସେହି ସମୟରେ ସେମାନେ ସରକାରୀ କର୍ମଚାରୀ ଥିଲେ ଓ ସେମାନଙ୍କ ବିରୋଧରେ ମକଦ୍ଦମା ଚଳାଇବା ଲାଗି ମଞ୍ଜୁରୀପ୍ରାପ୍ତ କରିବା ଅନିବାର୍ଯ୍ୟ ଥିଲା। କୌତୂହଳର ବିଷୟ, ହାଇକୋର୍ଟଙ୍କ ରାୟ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ନିର୍ଦ୍ଦୋଷ କରିନାହିଁ କିମ୍ବା ସେମାନଙ୍କୁ ଅଭିଯୋଗରୁ ମୁକ୍ତ କରି ନାହିଁ।
କ୍ଷମତା ଲଢ଼େଇ
ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ସମୟରେ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ କ୍ଷମତା ଲଢ଼େଇ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ୟୁପିରେ ବିକାଶ ଏବଂ ଆଇନ ଶୃଙ୍ଖଳା ସମୀକ୍ଷା କରିବା ଲକ୍ଷ୍ୟରେ ଜାରି ଏକ ନୂତନ ନିର୍ଦ୍ଦେଶାବଳୀ ଆଇପିଏସ୍‌ ର଼୍ୟାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଗତ ମାସରେ ୟୁପିର ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ର ଏକ ଆଦେଶ ଜାରି କରି କହିଥିଲେ ଯେ, ଜିଲା ମାଜିଷ୍ଟ୍ରେଟ (ଡିଏମ୍‌) ୭୫ଟି ଜିଲା ମଧ୍ୟରୁ ୬୮ ଟିରେ ଆଇନ ଶୃଙ୍ଖଳା ନିରୀକ୍ଷଣ ଦାୟିତ୍ୱ ଗ୍ରହଣ କରିବେ। ଅର୍ଥାତ୍‌ ବରିଷ୍ଠ ପୋଲିସ ଅଧିକାରୀ, ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ, ଓକିଲ ଏବଂ ଷ୍ଟେଶନ ହାଉସ ଅଫିସର (ଏସ୍‌ଏଚ୍‌ଓ )ଙ୍କ ଉପସ୍ଥିତିରେ ଡିଏମ୍‌ମାନେ ପ୍ରତି ମାସରେ ଆଇନଶୃଙ୍ଖଳା ବୈଠକଗୁଡ଼ିକରେ ଅଧ୍ୟକ୍ଷତା କରିବେ। ଅବଶିଷ୍ଟ ୭ଟି ଜିଲା ଆଗ୍ରା, ଗାଜିଆବାଦ, କାନପୁର, ଲକ୍ଷ୍ନୌ, ନୋଏଡା, ପ୍ରୟାଗରାଜ ଏବଂ ବାରାଣସୀର ପୋଲିସ କମିଶନରେଟ ବ୍ୟବସ୍ଥାରେ ପୋଲିସ କମିଶନରମାନେ ଦାୟୀ ରହିବେ। ଏହି ନିର୍ଦ୍ଦେଶ ପରେ ୟୁପିର ବରିଷ୍ଠ ପୋଲିସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ଯୋଗୀ ଆଦିତ୍ୟନାଥ ଏହି ଆଦେଶକୁ ପ୍ରତ୍ୟାହାର କରିନେଲେ। ସୂତ୍ରରୁ ପ୍ରକାଶ, ୨୦୧୭ରେ ବି ଏକ ସମାନ ପ୍ରକାର ଆଦେଶ ଜାରି ହୋଇଥିଲା ଏବଂ ଆଇପିଏସ୍‌ ସ୍ତରରୁ ତୀବ୍ର ବିରୋଧ ହେବାପରେ ତାହାକୁ ତୁରନ୍ତ ପ୍ରତ୍ୟାହାର କରାଯାଇଥିଲା । ତା’ପରେ ପରବର୍ତ୍ତୀ ବର୍ଷ ଏକ ସରକାରୀ ଆଦେଶରେ ଜିଲା ପୋଲିସ ମୁଖ୍ୟମାନେ ଏସ୍‌ଏଚ୍‌ଓଙ୍କୁ ନିଯୁକ୍ତ କରିବା ସମୟରେ ଡିଏମ୍‌ମାନଙ୍କ ସହିତ ପରାମର୍ଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲ। ଏହି ନିର୍ଦ୍ଦେଶନାମା ମଧ୍ୟ ଅନେକ ଜିଲାରେ ବିବାଦ ସୃଷ୍ଟି କରିବା ସହ ଆଇଏଏସ୍‌ ଓ ଆଇପିଏସ୍‌ ମଧ୍ୟରେ ଉତ୍ତେଜନାକୁ ତୀବ୍ର କରିଥିଲା । ତେବେ ଏବକାର ନୂତନ ଅଧ୍ୟାୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗଭୀର ବିଶ୍ୱାସ ଜନ୍ମାଇଛି ଯେ, ରାଜ୍ୟ ପୋଲିସର କ୍ଷମତାକୁ ଛଡ଼ାଇ ନେବା ପାଇଁ ଆଇଏଏସ୍‌ ଲବିର ଏହା ଆଉ ଏକ ପ୍ରୟାସ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri