Posted inଖେଳ

ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ: ରୋହିତଙ୍କ ସେମେତ ୫ ଖେଳାଳି ଆଇସୋଲେଶନରେ

ମେଲବୋର୍ନ,୩।୧(ପି.ଟି.): ଉପଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ଜଣ ଭାରତୀୟ ଖେଳାଳିଙ୍କୁ ମେଲବୋର୍ନରେ ଆଇସୋଲେଶନରେ ରଖାଯାଇଛି। ଜୈବ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ଉଦୀୟମାନ ଓପନର ଶୁବମନ ଗିଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ, ନବଦୀବ ସଇନି, ପୃଥ୍ବୀ ଶ ଓ ରୋହିତଙ୍କୁ ଆଇସୋଲେଶନରେ ରଖାଯାଇଛି ବୋଲି ଶନିବାର କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ କୁହାଯାଇଛି। ଏହି ଖେଳାଳିମାନଙ୍କ ମେଲବୋର୍ନରେ ଏକ ଇନ୍‌ଡୋର ରେଷ୍ଟୁରାଣ୍ଟରେ ଖାଇବାର ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଫଳରେ ଏହି ୫ ଖେଳାଳି ଦଳର ବାକି ସଦସ୍ୟମାନଙ୍କଠାରୁ ଅଲଗା ରହିବା ସ୍ପଷ୍ଟ ହୋଇଛି। ପ୍ରଥମେ ଏ ନେଇ କୌଣସି ତଦନ୍ତର ଆବଶ୍ୟକତା ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଉଥିଲେ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ କିନ୍ତୁ ଭିନ୍ନ ମତ ଦେଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଏ ନେଇ ପ୍ରକାଶ କରିଥିବା ରିପୋର୍ଟକୁ ବିସିସିଆଇ ଖଣ୍ଡନ କରିଥିଲା। ଖେଳାଳିମାନେ ପ୍ରୋଟୋକଲର ଉଲ୍ଲଂଘନ କରିନାହାନ୍ତି ବୋଲି ବିସିସିଆଇ ସ୍ପଷ୍ଟ ଭାବେ କହିଥିଲା। ତେବେ ବିସିସିଆଇ ସହିତ ମିଳିତ ଭାବେ ଏ ତଦନ୍ତ କରିବେ ବୋଲି ସିଏ ତରଫରୁ କୁହାଯାଇଛି। ଫଳରେ ଘଟଣା ଭିନ୍ନ ମୋଡ ନେଇଛି। ଯଦି ଖେଳାଳିମାନଙ୍କ ତ୍ରୁଟି ପ୍ରମାଣିତ ହୁଏ ତେବେ ଟିମ୍‌ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ସମସ୍ୟା ସୃଷ୍ଟି ହେବ। କାରଣ ଏହି ୫ଜଣ ଖେଳାଳିଙ୍କ ମଧ୍ୟରୁ ୩ଜଣ ତୃତୀୟ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ ଥିଲା।
ନବଦୀପ ସିଂ ନାମକ ଜଣେ ପ୍ରଶଂସକ ଟୁଇଟରରେ ଏହି ଖେଳାଳିମାନେ ମେଲବୋର୍ନରେ ଏକ ଇନ୍‌ଡୋର ରେଷ୍ଟୁରାଣ୍ଟରେ ଖାଇବାର ଭିଡିଓ ଶେୟାର କରିଥିଲେ। ଏହି ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ପନ୍ତଙ୍କୁ ସମ୍ପୃକ୍ତ ପ୍ରଶଂସକ ଜଣକ ଆଲିଙ୍ଗନ କରିଥିବା ଦାବି କରିଥିଲେ ମଧ୍ୟ ପରେ ସେ ଏହାକୁ ଅସ୍ବୀକାର କରିଛନ୍ତି। ନୂଆବର୍ଷ ଦିନ ଏହି ଖେଳାଳିମାନେ ରେଷ୍ଟୁରାଣ୍ଟରେ ଖାଇବା ନେଇ ଭାଇରାଲ ହୋଇଥିବା ଭିଡିଓ ନେଇ ବିସିସିଆଇ ଓ ସିଏ ଅବଗତ ଥିବା କଥା କହିଛନ୍ତି। ଉଲ୍ଲେଖଥାଉ କି, ତୃତୀୟ ଟେଷ୍ଟ ଜାନୁୟାରୀ ୭ ତାରିଖରୁ ସିଡ୍‌ନୀରେ ଆରମ୍ଭ ହେବାକୁ ଯାଉଛି।
ପ୍ରୋଟୋକଲ ଅନୁସାରେ ଖେଳାଳିମାନେ ଆଉଟଡୋରରେ ସାମାଜିକ ଦୂରତା ରକ୍ଷା କରି ଖାଇବାର ନିୟମ ରହିଛି। ଖେଳାଳିମାନଙ୍କୁ ବାହାରକୁ ଯିବାର ଅନୁମତି ଦିଆଯାଇଛି। ତେବେ ରେଷ୍ଟୁରାଣ୍ଟ ବାହାରେ ହିଁ ଖେଳାଳିମାନେ ରହିବେ ବୋଲି ସ୍ପଷ୍ଟ ଭାବେ ପୂର୍ବରୁ କୁହାଯାଇଛି। ବିସିସିଆଇ ଓ ସିଏ ଏ ନେଇ ତଦନ୍ତ ଜାରି ରଖିଛନ୍ତି ଓ ପ୍ରକୃତରେ ଏ ନେଇ ଜୈବ ସୁରକ୍ଷା ପ୍ରୋଟୋକଲର ଉଲ୍ଲଂଘନ ହୋଇଛି କି ନା ସେ ନେଇ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ତେଣୁ ଅଷ୍ଟ୍ରେଲୀୟ ଓ ଭାରତୀୟ ମେଡିକାଲ ଟିମ୍‌ ଦ୍ୱୟର ପରାମର୍ଶକ୍ରମେ ଏହି ସାବଧାନତାକୁ ଦୃଷ୍ଟିରେ ରଖି ଖେଳାଳିମାନଙ୍କୁ ଆଇସୋଲେଶନକୁ ପଠାଇ ଦିଆଯାଇଛି। ଫଳରେ ଟ୍ରେନିଂ ଭେନ୍ୟୁକୁ ଏହି ଖେଳାଳିମାନେ ଅଷ୍ଟ୍ରେଲିଆ ଓ ଭାରତୀୟ ଦଳଠାରୁ ପୃଥକ୍‌ ଭାବେ ଯିବେ ଓ ଅଭ୍ୟାସ କରିବେ। ଅବଶ୍ୟ ଏହି ୫ ଖେଳାଳି ପ୍ରୋଟୋକଲ ଅନୁସାରେ ଟ୍ରେନିଂ କରିପାରିବେ ବୋଲି କୁହାଯାଇଛି।
ତେବେ ଖେଳାଳିମାନଙ୍କ ଏହି କାର୍ଯ୍ୟକଳାପକୁ ନେଇ ଦଳର ଆଡମିନିଷ୍ଟ୍ରେଟିଭ ମ୍ୟାନେଜର ଓ କ୍ରିକେଟ ଅପରେଶନ ଅଧିକାରୀ ଅବଗତ ଥିଲେ କି ନା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଅଧିକାରୀମାନେ ଖେଳାଳିମାନଙ୍କ ଗତିବଧି ସମ୍ପର୍କରେ ଅବଗତ ରହିବା ସହ ଖେଳାଳିମାନେ ବାହାରକୁ ଯିବା ପାଇଁ ବା ଖାଇବା ନେଇ ରିପୋର୍ଟ ଦେବାର ନିୟମ ରହିଛି।
ନବଦୀପ ସିଂ ନାମକ ଜଣେ ଭାରତୀୟ ପ୍ରଶଂସକ ଏହି ଭିଡିଓ ପୋଷ୍ଟ କରିଥିଲେ ଓ ସେ ଖେଳାଳିଙ୍କ ୧୧୮. ୬୯ ଡଲାରର ବିଲ୍‌ ପୈଠ କରିଥିଲେ। ସେ ଖେଳାଳିମାନଙ୍କ ଶପିଂର ଫଟୋ ବି ପୋଷ୍ଟ କରିଛନ୍ତି। ରେଷ୍ଟୁରାଣ୍ଟରେ ଭାରତୀୟ ଖେଳାଳିମାନେ କରିଥିବା ଏହି ପ୍ରୋଟୋକଲର ଉଲ୍ଲଂଘନକୁ ବେଶ୍‌ ଗମ୍ଭୀରତା ସହ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri