ଅଭିଭାବକଙ୍କ ଦାୟିତ୍ୱ

ପ୍ରଚଳିତ ଅର୍ଥରେ ଶାସନ ମାନେ ନିୟନ୍ତ୍ରଣ, ତିରସ୍କାର ଅଥବା ଦଣ୍ଡବିଧାନ। କିନ୍ତୁ ଶାସନର ପ୍ରକୃତ ଅର୍ଥ ହେଲା- କୌଣସି ଜୀବନୀୟ ଅନୁଶାସନ ବା ବିଧି-ବିଧାନରେ ନିୟନ୍ତ୍ରିତକରି ଶାସିତର ଜୀବନରେ ମଙ୍ଗଳ ବିଧାନ କରିବା। ସୁତରାଂ ଯେତେବେଳେ ପିତାମାତା ଅଥବା ଅନ୍ୟ କୌଣସି ଅଭିଭାବକ କିମ୍ବା ଦାୟିତ୍ୱଶୀଳ ଶିକ୍ଷକ ବାଳିକାବାଳକମାନଙ୍କୁ ଶାସନକରନ୍ତି ତାହାର ମୌଳିକ ଉଦ୍ଦେଶ୍ୟ ହେଲା ଚପଳମତି କିଶୋରୀକିଶୋରଙ୍କୁ ନାନା ଭାବରେ ନିୟନ୍ତ୍ରିତକରି ସେମାନଙ୍କୁ ଜୀବନୀୟ ତଥା ଉନ୍ନତିମୂଳକ ଅନୁଶାସନରେ ଅଭ୍ୟସ୍ତକରି ତୋଳିବା। ଏଥି ନିମନ୍ତେ ଅଭିଭାବକ ଅଥବା ଶିକ୍ଷକଙ୍କ ଅନ୍ତରରେ ଶାସିତଙ୍କ ପ୍ରତି ଗଭୀର ସ୍ନେହମମତା ଏବଂ ମଙ୍ଗଳ ଚିନ୍ତା ରହିବା ଏକାନ୍ତ ପ୍ରୟୋଜନ। ସ୍ବାମୀ ବିବେକାନନ୍ଦ କହିଛନ୍ତି – ‘ଶାସନ କରିବା ତାହାରି ସାଜେ/ସୁହାଗ କରେ ଯେ- ଅର୍ଥାତ୍‌ ଶାସିତ ପ୍ରତି ସୁହାଗ ବା ଭଲ ପାଇବା ନ ଥିଲେ ଶାସନ ବିଡ଼ମ୍ବନା ମାତ୍ର। ମା’ଙ୍କର ପିଲାଙ୍କ ପ୍ରତି ଗଭୀର ଭଲପାଇବା ଥିବାରୁ ତାଙ୍କର ଶାସନ ପିଲାଙ୍କ ମନରେ କଷ୍ଟ ନ ଦେଇ ସେମାନଙ୍କୁ ମା’ଙ୍କ ପ୍ରତି ଅଧିକ ଅନୁରକ୍ତ କରିଥାଏ। ଜଣେ ବୁଦ୍ଧିମତୀ ଜନନୀ ଶାସନ-ତୋଷଣରେ ସମନ୍ବୟରେ ସନ୍ତାନସନ୍ତତିଙ୍କ ଜୀବନକୁ ସୁନିୟନ୍ତ୍ରିତକରି ସଫଳ ଭାବରେ ଗଢ଼ିତୋଳି ପାରନ୍ତି। ସେହିପରି ଭାବରେ ସ୍ନେହଳ ତଥା ଦରଦୀ, ଆଦର୍ଶ ଶିକ୍ଷକଙ୍କ ପ୍ରତି ଆକୃଷ୍ଟ ହୋଇ ଶିଷ୍ୟମାନେ ଅସମ୍ଭବକୁ ମଧ୍ୟ ସମ୍ବବ କରିପାରନ୍ତି। ପ୍ରାଚୀନ ଯୁଗରେ ଆଦର୍ଶ ଗୁରୁଜୀ ଧୌମ୍ୟଙ୍କ ପ୍ରତି ଅନୁରାଗବଶତଃ ଆରୁଣୀ ଓ ଉପମନ୍ୟୁଙ୍କ ଭଳି ଶିଷ୍ୟମାନେ ଅସାଧ୍ୟ ସାଧନକରି ଇତିହାସରେ ଅମର ହୋଇରହିଛନ୍ତି। ଏ ଯୁଗରେ ମଧ୍ୟ ଅନେକ ଆଦର୍ଶପ୍ରାଣ, ଦରଦୀ ଶିକ୍ଷକଙ୍କ ବ୍ୟକ୍ତିତ୍ୱ ପ୍ରଭାବରେ ଅନେକ ଛାତ୍ରୀଛାତ୍ରଙ୍କ ଜୀବନ ଧନ୍ୟ ହୋଇଯାଇଛି। ଥରେ କଟକ ସହର ରାସ୍ତାରେ ଚାଲି ଚାଲି ଯାଉଥାନ୍ତି ଉକତ୍ଳମଣି ଗୋପବନ୍ଧୁ। ବିପରୀତ ଦିଗରୁ ଆସୁଥିଲେ ତାଙ୍କର ପ୍ରିୟ ଛାତ୍ର, ସୌମ୍ୟଦର୍ଶନ ଯୁବକ ଗୋଦାବରୀଶ ମିଶ୍ର। ସେ ସଦ୍ୟ ଏମ୍‌.ଏ. ପାସ୍‌ କରିଥାନ୍ତି। ପ୍ୟାଣ୍ଟଶାର୍ଟ ସାଙ୍ଗକୁ ବୁଟ୍‌ ଜୋତା ପିନ୍ଧି ସାହେବୀ କାଇଦାରେ ଚାଲି ଆସୁଥାନ୍ତି। ଗୋପବନ୍ଧଙ୍କୁ ଦେଖି ସେହି ରାସ୍ତା ଉପରେ ହିଁ ଭକ୍ତି ଭାବରେ ପ୍ରଣାମ କଲେ। ବହୁତ ଖୁସିହେଲେ ଉକତ୍ଳମଣି। କିନ୍ତୁ ଗୋଟିଏ କଥା କହିଲେ- ”ଗୋଦାବରୀ, ଏମ୍‌.ଏ. ପାସ୍‌ କଲେ କ’ଣ ସାହେବ ସାଜିବା ଏକାନ୍ତ ଦରକାର?“ ସେହି ପଦଟିଏ କଥାରେ ଗୋଦାବରୀଶଙ୍କ ମୁଣ୍ଡ ଲାଜରେ ନଇଁଗଲା। ସେହିଦିନ ଘରକୁ ଫେରି ପ୍ୟାଣ୍ଟଶାର୍ଟକୁ ଚିରି ଫୋପାଡ଼ିଦେଲେ। ଖାଲି ସେତିକି ନୁହେ,ଁ ଦେବୋପମ ଶିକ୍ଷକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଜୀବନର ଗତିପଥ ବଦଳିଗଲା। ପରବର୍ତ୍ତୀ ଜୀବନରେ ସେ ହୋଇଉଠିଲେ ମହାନ୍‌ ଦେଶଭକ୍ତ, ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ସତ୍ୟବାଦୀ ସଂସ୍କୃତିର ଅନ୍ୟତମ ଦିବ୍ୟସୁରୀ ପଣ୍ଡିତ ଗୋଦାବରୀଶ ମିଶ୍ର। ତେଣୁ ଶିକ୍ଷକଙ୍କର ସବୁଠାରୁ ବଡ଼ ଯୋଗ୍ୟତା ହେଲା ଛାତ୍ରମାନଙ୍କ ଉପରେ ତାଙ୍କ ଆଦର୍ଶ ଚରିତ୍ରର ପ୍ରଭାବ।
ତା’ଛଡ଼ା ଛାତ୍ରୀଛାତ୍ରଙ୍କୁ ଉନ୍ନତ ମାର୍ଗରେ ପରିଚାଳିତ କରିବାକୁ ହେଲେ ସର୍ବଦା ସେମାନଙ୍କର ଦୋଷତ୍ରୁଟିଗୁଡ଼ିକ ପ୍ରତି ଦୃଷ୍ଟି ନ ଦେଇ ପ୍ରତ୍ୟେକଙ୍କ ଭଲଗୁଣ ଗୁଡ଼ିକୁ ଆବିଷ୍କାରକରି ପ୍ରୋତ୍ସାହିତକଲେ ଅନେକ ସୁଫଳ ମିଳିଥାଏ। ଅନେକ ଦିନ ତଳର କଥା- ହିମାଇତପୁର ତପୋବନ ବିଦ୍ୟାଳୟରେ ଜଣେ ବାଳକର ପାଠପଢ଼ାରେ ମନ ନାହିଁ। ସ୍କୁଲରୁ ପଳାଇଯାଇ ପାବନା ସହରରେ ସିନେମା ଦେଖେ। ଏଥିପାଇଁ ବାପାଙ୍କ ପକେଟରୁ ପଇସା ମଧ୍ୟ ଚୋରି କରେ। ଶିକ୍ଷକ ମହାଶୟ ଶତଚେଷ୍ଟା କରି ମଧ୍ୟ ତାହାକୁ ସଂଶୋଧନ କରିପାରିଲେ ନାହିଁ। ଶେଷରେ ନିରୁପାୟ ହୋଇ ସେ ଇଷ୍ଟଗୁରୁଙ୍କ ନିକଟରେ ଏହି ସମସ୍ୟାଟି ନିବେଦନ କଲେ। ସବୁ ଶୁଣି ଗୁରୁଦେବ ସେହି ପିଲାଟିକୁ ଡକାଇ ପଠାଇଲେ ଏବଂ ସ୍ନେହଳ କଣ୍ଠରେ ପଚାରିଲେ- ତୁ କ’ଣ ସିନେମା ଦେଖିବାକୁ ବହୁତ ଭଲ ପାଉ? ପିଲାଟି ଅକପଟରେ କହିଲା- ହଁ , ମୁଁ ସିନେମା ଦେଖିବାକୁ ବହୁତ ଭଲ ପାଏ। ସ୍ମିତ ହସି ଗୁରୁଦେବ ଦରଦୀ କଣ୍ଠରେ ତାକୁ କହିଲେ- ଠିକ୍‌ ଅଛି, ଏଣିକି ତୁ ମୋ ପାଖରୁ ପଇସା ନେଇ ସିନେମା ଦେଖିବୁ। କିନ୍ତୁ ସିନେମାରେ ଦେଖିଥିବା ଗଳ୍ପଗୁଡ଼ିକ ଭଲ ଭାବରେ କାଗଜରେ ଲେଖି ମୋ ତକିଆ ତଳେ ଥୋଇଦେବୁ। ଅବସର ସମୟରେ ମୁଁ ସେଗୁଡ଼ିକ ପଢ଼ିବି। ଏହାଦ୍ୱାର ମୋର ମଧ୍ୟ ସିନେମା ଦେଖିବା ହେବ। ପିଲାଟି ନିଷ୍ଠାର ସହ ତାହା ହିଁ କରିବାକୁ ଲାଗିଲା। ସୁନ୍ଦର ଭାବରେ ସିନେମାରେ ଦେଖିଥିବା ନାଟକଗୁଡ଼ିକୁ କାଗଜରେ ଲେଖି ଗୁରୁଦେବଙ୍କ ତକିଆ ତଳେ ରଖିଦିଏ। ସେଗୁଡ଼ିକୁ ପଢ଼ି ଇଷ୍ଟଗୁରୁ ପିଲାଟିର ବହୁତ ପ୍ରଶଂସା କରନ୍ତି। କ୍ରମେ କ୍ରମେ ସେହି ପିଲା ନିଜେ ସୁନ୍ଦର ସୁନ୍ଦର ନାଟକ ଲେଖିବାକୁ ଆରମ୍ଭ କଲା ଏବଂ କିଛିବର୍ଷ ମଧ୍ୟରେ ଜଣେ ବିଶିଷ୍ଟ ନାଟ୍ୟକାର ଭାବରେ ଆମତ୍ ପ୍ରକାଶ କଲା। ତେଣୁ ଦୋଷ ପ୍ରତି ସର୍ବଦା ଦୃଷ୍ଟିଦେଲେ ଦୋଷ ବଢ଼ିଚାଲେ, କିନ୍ତୁ ଗୁଣକୁ ପ୍ରେତ୍ସାହିତ କଲେ ଗୁଣ ବଢ଼ି ଦୋଷକୁ ଲୁଚାଇଦେଇପାରେ। ହୁଏତ ଜଣେ ପିଲାର ପାଠପଢ଼ାରେ ମନ ନାହିଁ, କିନ୍ତୁ ଖେଳ କସରତରେ ଅନେକ ଦକ୍ଷତା ଅଛି। ତାକୁ ସେହି ଦିଗରେ ପ୍ରୋତ୍ସାହିତ କଲେ ସେ ଭବିଷ୍ୟତରେ ଜଣେ ଉତ୍କୃଷ୍ଟ କ୍ରୀଡ଼ାବିଦ୍‌ ହୋଇଉଠିପାରେ।
ତା’ଛଡ଼ା ଛାତ୍ରୀଛାତ୍ରଙ୍କର ଚରିତ୍ର ଗଠନ ତଥା ସେମାନଙ୍କ ଜୀବନକୁ ଶୁଭସଂସ୍କାରରେ ଅଭ୍ୟସ୍ତ କରିବାକୁ ଶିକ୍ଷୟିତ୍ରୀଶିକ୍ଷକମାନେ ଯଦି ସର୍ବଦା ସଜାଗ ନ ରହନ୍ତି, ଶାସନ ନ କରନ୍ତି ତେବେ କେବଳ ପରୀକ୍ଷାରେ ଗ୍ରେଡ୍‌ ପଏଣ୍ଟ ପ୍ରତି ଦୃଷ୍ଟି ଦେଲେ ହିଁ କ’ଣ ଶିକ୍ଷା ସାର୍ଥକ ହେବ? ଆଜିକାଲି ଚପଳମତି ବାଳିକାବାଳକଙ୍କ ନାନା ଅପକର୍ମର ଯେଉଁସବୁ ଘଟଣା ପତ୍ରପତ୍ରିକାରେ ପ୍ରକାଶିତ ହେଉଛି, ତାହା ଶୁଣିଲେ ମନ ଦୁଃଖରେ ଭାରାକ୍ରାନ୍ତ ହୋଇପଡ଼େ। ସରକାର ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ଉପରେ ଶାସନ ସମ୍ବନ୍ଧୀୟ ନାନା ପ୍ରକାର କଟକଣା ଏବଂ ଶୃଙ୍ଖଳାଗତ ଶାସ୍ତିବିଧାନର ବ୍ୟବସ୍ଥା କରିଛନ୍ତି। ପରିଣାମ ସ୍ବରୂପ ସେମାନେ ‘କାଦୁଅକୁ କାହିଁକି ଯିବା, ଗୋଡ଼ କାହିଁକି ଧୋଇବା’ ନ୍ୟାୟରେ ଛାତ୍ରୀଛାତ୍ରମାନଙ୍କର ମାରାତ୍ମକ ଦୋଷତ୍ରୁଟିଗୁଡ଼ିକ ପ୍ରତି ମଧ୍ୟ ଆଖିବୁଜି ଦେଉଛନ୍ତି। ଏହା ଆଦୌ ଶୁଭଲକ୍ଷଣ ନୁହେଁ। ଏହାର ମାରାତ୍ମକ କୁପରିଣାମ ପ୍ରତ୍ୟେକ ପରିବାର ଏବଂ ସମାଜକୁ ଭୋଗିବାକୁ ପଡୁଛି। ଅବଶ୍ୟ କେତେଜଣ ଶିକ୍ଷକ ଶାସନ ନାମରେ ପିଲାଙ୍କ ପ୍ରତି ନିଷ୍ଠୁର ଆଚରଣ କରିଥାନ୍ତି ଯାହା ସର୍ବାଦୌ ନିନ୍ଦନୀୟ। ସେଥିପାଇଁ ସମସ୍ତ ଶିକ୍ଷକଙ୍କୁ ସେହି ପର୍ଯ୍ୟାୟଭୁକ୍ତ କରିବା ଉଚିତ ମନେହୁଏ ନାହିଁ। ତେଣୁ ଅନ୍ତରରେ ଗଭୀର ସ୍ନେହ ଏବଂ ସହାନୁଭୂତି ନେଇ ଛାତ୍ରୀଛାତ୍ରମାନଙ୍କ ଜୀବନକୁ ସତ୍‌ପଥରେ ପରିଚାଳିତ କରିବା ଏବଂ ଆବଶ୍ୟକ ସ୍ଥଳେ ଉପଯୁକ୍ତ ତିରସ୍କାର ତଥା ଯୁକ୍ତିଯୁକ୍ତ ପରାମର୍ଶ ଦ୍ୱାରା ସେମାନଙ୍କ ଦୋଷତ୍ରୁଟିଗୁଡ଼ିକୁ ନିୟନ୍ତ୍ରିତ କରିବା ପ୍ରତ୍ୟେକ ଦାୟିତ୍ୱଶୀଳ ଶିକ୍ଷକ ଏବଂ ଅଭିଭାବକଙ୍କ ଏକାନ୍ତ କର୍ତ୍ତବ୍ୟ ମନେହୁଏ ନଚେତ୍‌ ଯେକୌଣସି ଶିକ୍ଷା ବ୍ୟବସ୍ଥା ବ୍ୟର୍ଥହେବାକୁ ବାଧ୍ୟ।

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ
ମୋ:୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri