ଅନୁମତି ନ ଥିବା ସଂସ୍ଥାକୁ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ

ଭୁବନେଶ୍ୱର, ୨୯।୨ (ବନ୍ଦନା ସେଠୀ)ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପୁଣି ଥରେ ଆରମ୍ଭ ହୋଇଛି। ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଫେବୃଆରୀ ୭ରୁ ସହରରେ ବିଧିବଦ୍ଧ ଭାବେ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି। ତେବେ ଏଥିରେ ବିଏମ୍‌ସି ବ୍ୟାପକ ଚଞ୍ଚକତା କରିବା ସହ ସଂସ୍ଥା ଚୟନରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଅସ୍ତ୍ରୋପଚାର ପାଇଁ ବିଏମ୍‌ସି ମହାରାଷ୍ଟ୍ରର ଏକ ସଂସ୍ଥା ‘ଭେଟ୍‌ ଫର୍‌ ଆନିମଲ୍‌’ ସହିତ ସେପ୍ଟେମ୍ବର ୨୦୨୨ରୁ ୩ବର୍ଷିଆ ଚୁକ୍ତି କରିଛି। ଇତିମଧ୍ୟରେ ସଂସ୍ଥା ପକ୍ଷରୁ ୩ଶହରୁ ଊର୍ଦ୍ଧ୍ୱ କୁକୁରଙ୍କ ଅସ୍ତ୍ରୋପଚାର ହୋଇସାରିଥିବା ସୂଚନା ମିଳିଛି। ତେବେ ଏହି ସଂସ୍ଥାକୁ ଆନିମଲ୍‌ ଓ୍ବେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ଅସ୍ତ୍ରୋପଚାର କିମ୍ବା ଏ ସମ୍ବନ୍ଧିତ କୌଣସ କାର୍ଯ୍ୟ କରିବାକୁ ଅନୁମତି ଦେଇ ନ ଥିବା ଜଣାପଡିଛି। ଏଡବ୍ଲ୍ୟୁବିଆଇର ଓ୍ବେବ୍‌ସାଇଟ୍‌ରେ ରହିଥିବା ତଥ୍ୟ ଅନୁଯାୟୀ, ଆନିମଲ୍‌ ବାର୍ଥ କଣ୍ଟ୍ରୋଲ ରୁଲ୍ସ ୨୦୨୩ର ରୁଲ୍‌ ୩ ଅନୁଯାୟୀ, ମୋଟ୍‌ ୧୪ଟି ସଂସ୍ଥାକୁ ଏବିସି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇନାହିଁ। ଏଥିମଧ୍ୟରେ ମହାରାଷ୍ଟ୍ରର ସମ୍ପୃକ୍ତ ସଂସ୍ଥାର ନାମ ରହିଛି। ତେଣୁ କେଉଁ ଆଧାରରେ ବିଏମ୍‌ସି ସମ୍ପୃକ୍ତ ସଂସ୍ଥା ସହିତ ଚୁକ୍ତି କରିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଡବ୍ଲ୍ୟୁବିଆଇଠାରୁ ଅନୁମତି ପାଇଥିବା ୨୧ଟି ସଂସ୍ଥା ମଧ୍ୟରୁ କାହାକୁ ଟେଣ୍ଡର ନ ଦେଇ ବିଏମ୍‌ସି ଭେଟ୍‌ ଫର୍‌ ଆନିମଲକୁ କାହିଁକି ଅନୁକମ୍ପା ଦେଖାଇ କୁକୁର ଅସ୍ତ୍ରୋପଚାର ଦାୟିତ୍ୱ ଦେଇଛି ତାହା ମଧ୍ୟ ରହସ୍ୟ ଘେରରେ ରହିଛି। କେବଳ ସେତିକି ନୁହେଁ, ଏନେଇ ଏଡବ୍ଲ୍ୟୁବିଆଇ ପକ୍ଷରୁ ବିଏମ୍‌ସିକୁ ଦୁଇଥର ଚିଠି କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ଫର୍‌ ଆନିମଲ ସଂସ୍ଥାର ଅନୁମୋଦନ ସାର୍ଟିଫିକେଟ୍‌ ନ ଥିବା ଏବଂ ଏହା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ ରୁଲ୍‌ ୨୦୨୩କୁ ଉଲ୍ଲଂଘନ କରୁଥିବା ନେଇ ‘ପିପୁଲ୍‌ ଫର୍‌ ଆନିମଲ୍‌’ର ସନ୍ତୋଷ ଦାସ ଏବଂ ଜୀବନ ବଲ୍ଲଭ ଦାସ ୨୦୨୩ ମେ’ ୧୬ରେ ଏଡବ୍ଲ୍ୟୁବିଆଇରେ ଅଭିଯୋଗ କରିଥିଲେ। ଏହାପରେ ଏଡବ୍ଲ୍ୟୁବିଆଇ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ଏକ ଚିଠି କରାଯାଇଥିଲା। ଅଭିଯୋଗ ହୋଇଥିବା ସଂସ୍ଥା ପାଖରେ ଏବିସି କାର୍ଯ୍ୟକ୍ରମ କରିବାକୁ ଅନୁମୋଦନ ଅଛି କି ନାହିଁ ତାହା ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ଅନୁମୋଦନ ନାହିଁ, ତେବେ ୬ମାସ ମଧ୍ୟରେ ସ୍ବୀକୃତି ପାଇଁ ଆବେଦନ କରିବାକୁ ମଧ୍ୟ କୁହାଯାଇଥିଲା। ମାତ୍ର ତତ୍କାଳୀନ ବିଏମ୍‌ସି କମଶନର ଏହାକୁ ଅଣଦେଖା କରିବା ସହ କୌଣସି ରିପୋର୍ଟ ଦେଇ ନ ଥିଲେ। ପରେ ଚଳିତ ଫେବୃଆରୀ ୧୨ରେ ସମ୍ପୃକ୍ତ ସଂସ୍ଥା ନାମରେ ଏଡବ୍ଲ୍ୟୁବିଆଇ ନିକଟରେ ସମାନ ଅଭିଯୋଗ ହୋଇଥିଲା। ଫଳରେ ଗତ ୧୩ ତାରିଖରେ ଏଡବ୍ଲ୍ୟୁବିଆଇ ପୁନର୍ବାର ବିଏମ୍‌ସି କମିଶନରଙ୍କୁ ଚିଠି ଲେଖିଛି। ପ୍ରଥମ ଚିଠିର ୮ମାସ ବିତିଯାଇଥିଲେ ବି ବିଏମ୍‌ସି ପକ୍ଷରୁ କୌଣସି ରିପୋର୍ଟ ପ୍ରଦାନ କରାଯାଇ ନ ଥିବାବେଳେ ତୁରନ୍ତ ଏନେଇ ଆକ୍ସନ ନେବାକୁ ସେଥିରେ ଉଲ୍ଲେଖ ରହିଛି। ତେବେ ବାରମ୍ବାର ହେଉଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ ସମ୍ପୃକ୍ତ ସଂସ୍ଥାକୁ ଅନୁକମ୍ପା ଦେଖାଇ କୌଣସି ପଦକ୍ଷେପ ନେଉ ନ ଥିବା ଜଣାପଡିଛି। ଚଳିତ ମାସ ୬ ତାରିଖରେ ମଞ୍ଚେଶ୍ୱରଠାରେ ନିର୍ମିତ ନୂତନ ଶ୍ୱାନ ହସ୍ପିଟାଲରେ ସମ୍ପୃକ୍ତ ସଂସ୍ଥା ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଜାରି ରଖିଛି।
ସନ୍ତୋଷଙ୍କ କହିବାନୁଯାୟୀ, ବିଏମ୍‌ସି ଜାଣିଶୁଣି ଅନୁମୋଦନ ନ ଥିବା ଏକ ସଂସ୍ଥାକୁ ଏବିସି କାର୍ଯ୍ୟକ୍ରମ ପାଇଁ ଟେଣ୍ଡର ଦେଇଛି, ଯାହାକି ସମ୍ପୂର୍ଣ୍ଣ ବେଆଇନ। ସେହିପରି ବିଏମ୍‌ସି ଏବିସି ନିୟମ ୨୦୨୩ର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ସେହିପରି ପୂର୍ବରୁ ଏବିସି କାର୍ଯ୍ୟକ୍ରମକୁ ନେଇ ହାଇକୋର୍ଟରେ କେସ୍‌ କରିଥିବା ଆଇନଜୀବୀ ତଥା ଷ୍ଟେଟ୍‌ ଆନିମଲ୍‌ ଓ୍ବେଲଫେୟାର ବୋର୍ଡର ସଦସ୍ୟ ବିଶ୍ୱଜିତ୍‌ ପ୍ରଧାନ କହିଛନ୍ତି, କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ ବନ୍ଧ୍ୟାକରଣ ଜରୁରୀ। ମାତ୍ର ଏବିସି କାର୍ଯ୍ୟକ୍ରମ ପାଇଁ ଯେଉଁସବୁ ଗାଇଡ୍‌ଲାଇନ୍‌ ରହିଛି ବିଏମ୍‌ସି ସେସବୁକୁ ଉଲ୍ଲଂଘନ କରୁଛି। କାରଣ ବନ୍ଧ୍ୟାକରଣ ପୂର୍ବରୁ ପ୍ରଥମେ କୁକୁରଙ୍କ ଗଣନା ହେବା ଆବଶ୍ୟକ। ପରେ ରାଜ୍ୟ ମନିଟରିଂ କମିଟି ଏହାର ଗୁରୁତ୍ୱକୁ ଦେଖି ବନ୍ଧ୍ୟାକରଣ ପାଇଁ ନିଷ୍ପତ୍ତି ନେବ। ସେହିପରି ଏବିସି ପାଇଁ ଯେଉଁ ସଂସ୍ଥାକୁ ଚୟନ କରାଯାଇଛି ତାହା ସ୍ବୀକୃତିପ୍ରାପ୍ତ ନୁହେଁ। ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏନେଇ ମେୟର ସୁଲୋଚନା ଦାସ କହିଛନ୍ତି, ଘଟଣା ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ପ୍ରଶାସନିକ ଅଧିକାରୀ ଏ ବାବଦରେ କହି ପାରିବେ। ସେହିପରି ବିଏମ୍‌ସି ଅତିରିକ୍ତ କମିଶନରଙ୍କ ପ୍ରତିକ୍ରିୟା ମିଳପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri