ଅନୁମତି ନ ଥିବା ସଂସ୍ଥାକୁ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ

ଭୁବନେଶ୍ୱର, ୨୯।୨ (ବନ୍ଦନା ସେଠୀ)ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପୁଣି ଥରେ ଆରମ୍ଭ ହୋଇଛି। ହାଇକୋର୍ଟରୁ ସବୁଜ ସଙ୍କେତ ମିଳିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଫେବୃଆରୀ ୭ରୁ ସହରରେ ବିଧିବଦ୍ଧ ଭାବେ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି। ତେବେ ଏଥିରେ ବିଏମ୍‌ସି ବ୍ୟାପକ ଚଞ୍ଚକତା କରିବା ସହ ସଂସ୍ଥା ଚୟନରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଅସ୍ତ୍ରୋପଚାର ପାଇଁ ବିଏମ୍‌ସି ମହାରାଷ୍ଟ୍ରର ଏକ ସଂସ୍ଥା ‘ଭେଟ୍‌ ଫର୍‌ ଆନିମଲ୍‌’ ସହିତ ସେପ୍ଟେମ୍ବର ୨୦୨୨ରୁ ୩ବର୍ଷିଆ ଚୁକ୍ତି କରିଛି। ଇତିମଧ୍ୟରେ ସଂସ୍ଥା ପକ୍ଷରୁ ୩ଶହରୁ ଊର୍ଦ୍ଧ୍ୱ କୁକୁରଙ୍କ ଅସ୍ତ୍ରୋପଚାର ହୋଇସାରିଥିବା ସୂଚନା ମିଳିଛି। ତେବେ ଏହି ସଂସ୍ଥାକୁ ଆନିମଲ୍‌ ଓ୍ବେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ଅସ୍ତ୍ରୋପଚାର କିମ୍ବା ଏ ସମ୍ବନ୍ଧିତ କୌଣସ କାର୍ଯ୍ୟ କରିବାକୁ ଅନୁମତି ଦେଇ ନ ଥିବା ଜଣାପଡିଛି। ଏଡବ୍ଲ୍ୟୁବିଆଇର ଓ୍ବେବ୍‌ସାଇଟ୍‌ରେ ରହିଥିବା ତଥ୍ୟ ଅନୁଯାୟୀ, ଆନିମଲ୍‌ ବାର୍ଥ କଣ୍ଟ୍ରୋଲ ରୁଲ୍ସ ୨୦୨୩ର ରୁଲ୍‌ ୩ ଅନୁଯାୟୀ, ମୋଟ୍‌ ୧୪ଟି ସଂସ୍ଥାକୁ ଏବିସି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇନାହିଁ। ଏଥିମଧ୍ୟରେ ମହାରାଷ୍ଟ୍ରର ସମ୍ପୃକ୍ତ ସଂସ୍ଥାର ନାମ ରହିଛି। ତେଣୁ କେଉଁ ଆଧାରରେ ବିଏମ୍‌ସି ସମ୍ପୃକ୍ତ ସଂସ୍ଥା ସହିତ ଚୁକ୍ତି କରିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଡବ୍ଲ୍ୟୁବିଆଇଠାରୁ ଅନୁମତି ପାଇଥିବା ୨୧ଟି ସଂସ୍ଥା ମଧ୍ୟରୁ କାହାକୁ ଟେଣ୍ଡର ନ ଦେଇ ବିଏମ୍‌ସି ଭେଟ୍‌ ଫର୍‌ ଆନିମଲକୁ କାହିଁକି ଅନୁକମ୍ପା ଦେଖାଇ କୁକୁର ଅସ୍ତ୍ରୋପଚାର ଦାୟିତ୍ୱ ଦେଇଛି ତାହା ମଧ୍ୟ ରହସ୍ୟ ଘେରରେ ରହିଛି। କେବଳ ସେତିକି ନୁହେଁ, ଏନେଇ ଏଡବ୍ଲ୍ୟୁବିଆଇ ପକ୍ଷରୁ ବିଏମ୍‌ସିକୁ ଦୁଇଥର ଚିଠି କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ଫର୍‌ ଆନିମଲ ସଂସ୍ଥାର ଅନୁମୋଦନ ସାର୍ଟିଫିକେଟ୍‌ ନ ଥିବା ଏବଂ ଏହା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ ରୁଲ୍‌ ୨୦୨୩କୁ ଉଲ୍ଲଂଘନ କରୁଥିବା ନେଇ ‘ପିପୁଲ୍‌ ଫର୍‌ ଆନିମଲ୍‌’ର ସନ୍ତୋଷ ଦାସ ଏବଂ ଜୀବନ ବଲ୍ଲଭ ଦାସ ୨୦୨୩ ମେ’ ୧୬ରେ ଏଡବ୍ଲ୍ୟୁବିଆଇରେ ଅଭିଯୋଗ କରିଥିଲେ। ଏହାପରେ ଏଡବ୍ଲ୍ୟୁବିଆଇ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ଏକ ଚିଠି କରାଯାଇଥିଲା। ଅଭିଯୋଗ ହୋଇଥିବା ସଂସ୍ଥା ପାଖରେ ଏବିସି କାର୍ଯ୍ୟକ୍ରମ କରିବାକୁ ଅନୁମୋଦନ ଅଛି କି ନାହିଁ ତାହା ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ଅନୁମୋଦନ ନାହିଁ, ତେବେ ୬ମାସ ମଧ୍ୟରେ ସ୍ବୀକୃତି ପାଇଁ ଆବେଦନ କରିବାକୁ ମଧ୍ୟ କୁହାଯାଇଥିଲା। ମାତ୍ର ତତ୍କାଳୀନ ବିଏମ୍‌ସି କମଶନର ଏହାକୁ ଅଣଦେଖା କରିବା ସହ କୌଣସି ରିପୋର୍ଟ ଦେଇ ନ ଥିଲେ। ପରେ ଚଳିତ ଫେବୃଆରୀ ୧୨ରେ ସମ୍ପୃକ୍ତ ସଂସ୍ଥା ନାମରେ ଏଡବ୍ଲ୍ୟୁବିଆଇ ନିକଟରେ ସମାନ ଅଭିଯୋଗ ହୋଇଥିଲା। ଫଳରେ ଗତ ୧୩ ତାରିଖରେ ଏଡବ୍ଲ୍ୟୁବିଆଇ ପୁନର୍ବାର ବିଏମ୍‌ସି କମିଶନରଙ୍କୁ ଚିଠି ଲେଖିଛି। ପ୍ରଥମ ଚିଠିର ୮ମାସ ବିତିଯାଇଥିଲେ ବି ବିଏମ୍‌ସି ପକ୍ଷରୁ କୌଣସି ରିପୋର୍ଟ ପ୍ରଦାନ କରାଯାଇ ନ ଥିବାବେଳେ ତୁରନ୍ତ ଏନେଇ ଆକ୍ସନ ନେବାକୁ ସେଥିରେ ଉଲ୍ଲେଖ ରହିଛି। ତେବେ ବାରମ୍ବାର ହେଉଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ ସମ୍ପୃକ୍ତ ସଂସ୍ଥାକୁ ଅନୁକମ୍ପା ଦେଖାଇ କୌଣସି ପଦକ୍ଷେପ ନେଉ ନ ଥିବା ଜଣାପଡିଛି। ଚଳିତ ମାସ ୬ ତାରିଖରେ ମଞ୍ଚେଶ୍ୱରଠାରେ ନିର୍ମିତ ନୂତନ ଶ୍ୱାନ ହସ୍ପିଟାଲରେ ସମ୍ପୃକ୍ତ ସଂସ୍ଥା ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଜାରି ରଖିଛି।
ସନ୍ତୋଷଙ୍କ କହିବାନୁଯାୟୀ, ବିଏମ୍‌ସି ଜାଣିଶୁଣି ଅନୁମୋଦନ ନ ଥିବା ଏକ ସଂସ୍ଥାକୁ ଏବିସି କାର୍ଯ୍ୟକ୍ରମ ପାଇଁ ଟେଣ୍ଡର ଦେଇଛି, ଯାହାକି ସମ୍ପୂର୍ଣ୍ଣ ବେଆଇନ। ସେହିପରି ବିଏମ୍‌ସି ଏବିସି ନିୟମ ୨୦୨୩ର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ସେହିପରି ପୂର୍ବରୁ ଏବିସି କାର୍ଯ୍ୟକ୍ରମକୁ ନେଇ ହାଇକୋର୍ଟରେ କେସ୍‌ କରିଥିବା ଆଇନଜୀବୀ ତଥା ଷ୍ଟେଟ୍‌ ଆନିମଲ୍‌ ଓ୍ବେଲଫେୟାର ବୋର୍ଡର ସଦସ୍ୟ ବିଶ୍ୱଜିତ୍‌ ପ୍ରଧାନ କହିଛନ୍ତି, କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ ବନ୍ଧ୍ୟାକରଣ ଜରୁରୀ। ମାତ୍ର ଏବିସି କାର୍ଯ୍ୟକ୍ରମ ପାଇଁ ଯେଉଁସବୁ ଗାଇଡ୍‌ଲାଇନ୍‌ ରହିଛି ବିଏମ୍‌ସି ସେସବୁକୁ ଉଲ୍ଲଂଘନ କରୁଛି। କାରଣ ବନ୍ଧ୍ୟାକରଣ ପୂର୍ବରୁ ପ୍ରଥମେ କୁକୁରଙ୍କ ଗଣନା ହେବା ଆବଶ୍ୟକ। ପରେ ରାଜ୍ୟ ମନିଟରିଂ କମିଟି ଏହାର ଗୁରୁତ୍ୱକୁ ଦେଖି ବନ୍ଧ୍ୟାକରଣ ପାଇଁ ନିଷ୍ପତ୍ତି ନେବ। ସେହିପରି ଏବିସି ପାଇଁ ଯେଉଁ ସଂସ୍ଥାକୁ ଚୟନ କରାଯାଇଛି ତାହା ସ୍ବୀକୃତିପ୍ରାପ୍ତ ନୁହେଁ। ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ଏନେଇ ମେୟର ସୁଲୋଚନା ଦାସ କହିଛନ୍ତି, ଘଟଣା ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ପ୍ରଶାସନିକ ଅଧିକାରୀ ଏ ବାବଦରେ କହି ପାରିବେ। ସେହିପରି ବିଏମ୍‌ସି ଅତିରିକ୍ତ କମିଶନରଙ୍କ ପ୍ରତିକ୍ରିୟା ମିଳପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଚାଷୀ ଆଣିଲେ ବଡ଼ ଅଭିଯୋଗ

ବଞ୍ଚୋ,୧୭ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର କ୍ଷୁଦ୍ରଜଳସେଚନ ଅଧୀନ ପାଇକଚାଟ୍ରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନେଇ ଗୁରୁତର ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ପାଣି ପଞ୍ଚାୟତ ଗଠନରେ ଅଣଚାଷୀମାନଙ୍କୁ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri