Posted inଫୁରସତ

ସମାନତା ବଢ଼ାଇବ ସମ୍ମାନ

ନଦୀ ପରି ପ୍ରବାହମାନ ଧାରାଟିଏ ନାରୀ। ତା’ର ଅନେକ ରୂପ। କେବେ ସେ ମା’ ହୋଇ ଅଜାଡ଼ିଦିଏ ଅନାବିଳ ବାତ୍ସଲ୍ୟ ମମତା। ଆଉ କେବେ ଝିଅ ହୋଇ ଦୁଇକୁଳ ଭିତରେ ପାଲଟେ ସଂଯୋଗର ସେତୁ। କେବେ ଭଉଣୀ ହୋଇ ପରିବାରକୁ ସ୍ନେହରେ ବାନ୍ଧିରଖେ ତ ଆଉ କେବେ ସ୍ତ୍ରୀ ରୂପରେ ସମ୍ଭାଳିଥାଏ ସଂସାର ଡୋର। ନିଜର ଇଚ୍ଛାକୁ ପଛ କରିଦେଇ ଅନ୍ୟମାନଙ୍କୁ ଖୁସି କରାଇବା ପାଇଁ ଜୀବନ ଉତ୍ସର୍ଗୀକୃତ କରିଥିବା ଜଣେ ମହିଳାଙ୍କୁ ପୁରୁଷ ସହ ସମାନ ଅଧିକାର ଦେବାକୁ ଦୀର୍ଘଦିନରୁ ସ୍ବର ଉଠୁଛି। ତଥାପି ଅଧିକାଂଶ ଦେଶରେ ଆଜି ବି ଅବହେଳିତ ନାରୀ। ଏକ ଭେଦଭାବହୀନ ସମାଜରେ ମହିଳା ସମାଜକୁ ଉଚିତ ସମ୍ମାନ ଦେବାକୁ ପ୍ରତିବର୍ଷ ଅଗଷ୍ଟ ୨୬ରେ ପାଳିତ ହେଉଛି ନାରୀ ସମାନତା ଦିବସ ବା ଓମେନ୍ସ ଇକ୍ୱାଲିଟି ଡେ’।

ମହିଳାଙ୍କୁ ପୁରୁଷଙ୍କ ସମାସ୍କନ୍ଦ ବିବେଚନା ଲାଗି କରାଯାଇଥିବା ପ୍ରୟାସର ପରିଣାମ ଓମେନ୍ସ ଇକ୍ୱାଲିଟି ଡେ’। ସର୍ବପ୍ରଥମେ ୧୮୯୩ରେ ନ୍ୟୁଜିଲାଣ୍ଡରୁ ଉଠିଥିଲା ମହିଳା ସମାନତାର ସ୍ବର। ତେବେ ୧୯୨୦ ଅଗଷ୍ଟ ୨୬ରେ ଆମେରିକାର ୧୯ତମ ସମ୍ବିଧାନ ସଂଶୋଧନରେ ପ୍ରଥମ କରି ମହିଳାଙ୍କୁ ମିଳିଥିଲା ମତଦାନ ଅଧିକାର। ଏହା ପୂର୍ବରୁ ପୁରୁଷଙ୍କୁ ପ୍ରଥମ ଏବଂ ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀରେ ରଖାଯାଇଥିଲା। ତେବେ ଆମେରିକାର ଓକିଲ ବେଲା ଅବାଗ୍‌ ମହିଳାଙ୍କୁ ନ୍ୟାୟ ଦେବାକୁ ଜାରି ରଖିଥିଲେ ସଂଘର୍ଷ। ତାଙ୍କର ଏହି ଅଦମ୍ୟ ପ୍ରଚେଷ୍ଟାର ଫଳସ୍ବରୂପ ୧୯୭୩ରୁ ପ୍ରତିବର୍ଷ ପାଳିତ ହୋଇ ଆସୁଛି ମହିଳା ସମାନତା ଦିବସ।
ସ୍ବାଧୀନତା ପରେ ଭାରତରେ ମହିଳାଙ୍କୁ ମିଳିଥିଲା ମତଦାନ ଅଧିକାର। ହେଲେ ସ୍ବାଧୀନୋତ୍ତର ଭାରତରେ ମହିଳାଙ୍କ ବାସ୍ତବ ସ୍ଥିତିକୁ ଦେଖିଲେ ସେମାନେ ଅନେକ ଅଧିକାରରୁ ବଞ୍ଚତ୍ତ ହୋଇ ରହିଥିବା ସ୍ପଷ୍ଟ ଭାବେ ଜଣାପଡ଼େ। ଅନେକ କ୍ଷେତ୍ରରେ ଭାରତୀୟ ମହିଳା ପ୍ରେରଣା ପାଲଟିଛନ୍ତି। ସେହିପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନେ ଭାଗୀଦାରି ହୋଇ ଦେଶ ବିକାଶର ମଙ୍ଗୁଆଳ ସାଜିଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହାର ଗୋଟିଏ ଗୋଟିଏ ଉଦାହରଣ। ସେହିପରି ପ୍ରତିରକ୍ଷାଠାରୁ ଆରମ୍ଭ କରି ବିଜ୍ଞାନ, ଚିକିତ୍ସା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମହିଳାମାନେ ଦକ୍ଷତାର ପ୍ରମାଣ ଦେଇସାରିଲେଣି। ଏସବୁ ସତ୍ତ୍ୱେ ସେମାନଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଉନାହିଁ। ଗ୍ରାମାଞ୍ଚଳରେ ଆଜି ବି ଚାରି କାନ୍ଥ ଭିତରେ ଆବଦ୍ଧ ଜୀବନ ବିତାଉଛନ୍ତି ମହିଳା। ଘର ଜଞ୍ଜାଳ ଭିତରେ ଧନ୍ଦି ହୋଇ ସେମାନଙ୍କ ପ୍ରତିଭା ଲୁଚିଯାଉଛି। ସାମାଜିକ ବ୍ୟବସ୍ଥାର ବେଡି ଛିଣ୍ଡାଇ ସ୍ବର ଉତ୍ତୋଳନ କଲେ ସେମାନେ ବିରୋଧାଭାସର ସମ୍ମୁଖୀନ ହେଉଛନ୍ତି। ନାରୀ ନିର୍ଯାତନା, ଘରୋଇ ହିଂସା ନିତିଦିନିଆ ଘଟଣା ପାଲଟିଛି, ଯାହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବିକାଶକୁ ପ୍ରଭାବିତ କରୁଛି। କେବଳ ମତଦାନ ଅଧିକାର ଦେଇ ଅନ୍ୟପ୍ରସଙ୍ଗରେ ନୀରବ ରହିଲେ ମହିଳା ସମାନତା ମୂଲ୍ୟହୀନ ହୋଇପଡ଼ିବ। ତେଣୁ ଶିକ୍ଷା, କର୍ମନିଯୁକ୍ତି, ଲିଙ୍ଗଗତ ତାରତମ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଚିନ୍ତା କରିବାର ବେଳଆସିଛି ବୋଲି ରାଷ୍ଟ୍ରନୀତିଜ୍ଞମାନେ ମତ ଦେଇ ଆସୁଛନ୍ତି। ସବୁକ୍ଷେତ୍ରରେ ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ସ୍ଥାନ ଦିଆଗଲେ ସେମାନଙ୍କ ସମ୍ମାନ ବଢ଼ିବ ବୋଲି ଯୁକ୍ତି ବାଢ଼ିଛନ୍ତି ବୁଦ୍ଧିଜୀବୀ।
ସବୁବର୍ଷ ନାରୀ ସଙ୍ଗଠନ, ଏନ୍‌ଜିଓ ଦ୍ୱାରା ବ୍ୟାପକ ଭାବେ ନାରୀ ସମାନତା ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଘରେ ରହି ଏହାକୁ ପାଳନ କରାଯିବ। ସୋସିଆଲ ମିଡିଆରେ #Womens Equality Day ପୋଷ୍ଟ କରି ମହିଳାଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri