Posted inଫୁରସତ

ସମାନତା ବଢ଼ାଇବ ସମ୍ମାନ

ନଦୀ ପରି ପ୍ରବାହମାନ ଧାରାଟିଏ ନାରୀ। ତା’ର ଅନେକ ରୂପ। କେବେ ସେ ମା’ ହୋଇ ଅଜାଡ଼ିଦିଏ ଅନାବିଳ ବାତ୍ସଲ୍ୟ ମମତା। ଆଉ କେବେ ଝିଅ ହୋଇ ଦୁଇକୁଳ ଭିତରେ ପାଲଟେ ସଂଯୋଗର ସେତୁ। କେବେ ଭଉଣୀ ହୋଇ ପରିବାରକୁ ସ୍ନେହରେ ବାନ୍ଧିରଖେ ତ ଆଉ କେବେ ସ୍ତ୍ରୀ ରୂପରେ ସମ୍ଭାଳିଥାଏ ସଂସାର ଡୋର। ନିଜର ଇଚ୍ଛାକୁ ପଛ କରିଦେଇ ଅନ୍ୟମାନଙ୍କୁ ଖୁସି କରାଇବା ପାଇଁ ଜୀବନ ଉତ୍ସର୍ଗୀକୃତ କରିଥିବା ଜଣେ ମହିଳାଙ୍କୁ ପୁରୁଷ ସହ ସମାନ ଅଧିକାର ଦେବାକୁ ଦୀର୍ଘଦିନରୁ ସ୍ବର ଉଠୁଛି। ତଥାପି ଅଧିକାଂଶ ଦେଶରେ ଆଜି ବି ଅବହେଳିତ ନାରୀ। ଏକ ଭେଦଭାବହୀନ ସମାଜରେ ମହିଳା ସମାଜକୁ ଉଚିତ ସମ୍ମାନ ଦେବାକୁ ପ୍ରତିବର୍ଷ ଅଗଷ୍ଟ ୨୬ରେ ପାଳିତ ହେଉଛି ନାରୀ ସମାନତା ଦିବସ ବା ଓମେନ୍ସ ଇକ୍ୱାଲିଟି ଡେ’।

ମହିଳାଙ୍କୁ ପୁରୁଷଙ୍କ ସମାସ୍କନ୍ଦ ବିବେଚନା ଲାଗି କରାଯାଇଥିବା ପ୍ରୟାସର ପରିଣାମ ଓମେନ୍ସ ଇକ୍ୱାଲିଟି ଡେ’। ସର୍ବପ୍ରଥମେ ୧୮୯୩ରେ ନ୍ୟୁଜିଲାଣ୍ଡରୁ ଉଠିଥିଲା ମହିଳା ସମାନତାର ସ୍ବର। ତେବେ ୧୯୨୦ ଅଗଷ୍ଟ ୨୬ରେ ଆମେରିକାର ୧୯ତମ ସମ୍ବିଧାନ ସଂଶୋଧନରେ ପ୍ରଥମ କରି ମହିଳାଙ୍କୁ ମିଳିଥିଲା ମତଦାନ ଅଧିକାର। ଏହା ପୂର୍ବରୁ ପୁରୁଷଙ୍କୁ ପ୍ରଥମ ଏବଂ ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀରେ ରଖାଯାଇଥିଲା। ତେବେ ଆମେରିକାର ଓକିଲ ବେଲା ଅବାଗ୍‌ ମହିଳାଙ୍କୁ ନ୍ୟାୟ ଦେବାକୁ ଜାରି ରଖିଥିଲେ ସଂଘର୍ଷ। ତାଙ୍କର ଏହି ଅଦମ୍ୟ ପ୍ରଚେଷ୍ଟାର ଫଳସ୍ବରୂପ ୧୯୭୩ରୁ ପ୍ରତିବର୍ଷ ପାଳିତ ହୋଇ ଆସୁଛି ମହିଳା ସମାନତା ଦିବସ।
ସ୍ବାଧୀନତା ପରେ ଭାରତରେ ମହିଳାଙ୍କୁ ମିଳିଥିଲା ମତଦାନ ଅଧିକାର। ହେଲେ ସ୍ବାଧୀନୋତ୍ତର ଭାରତରେ ମହିଳାଙ୍କ ବାସ୍ତବ ସ୍ଥିତିକୁ ଦେଖିଲେ ସେମାନେ ଅନେକ ଅଧିକାରରୁ ବଞ୍ଚତ୍ତ ହୋଇ ରହିଥିବା ସ୍ପଷ୍ଟ ଭାବେ ଜଣାପଡ଼େ। ଅନେକ କ୍ଷେତ୍ରରେ ଭାରତୀୟ ମହିଳା ପ୍ରେରଣା ପାଲଟିଛନ୍ତି। ସେହିପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନେ ଭାଗୀଦାରି ହୋଇ ଦେଶ ବିକାଶର ମଙ୍ଗୁଆଳ ସାଜିଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହାର ଗୋଟିଏ ଗୋଟିଏ ଉଦାହରଣ। ସେହିପରି ପ୍ରତିରକ୍ଷାଠାରୁ ଆରମ୍ଭ କରି ବିଜ୍ଞାନ, ଚିକିତ୍ସା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମହିଳାମାନେ ଦକ୍ଷତାର ପ୍ରମାଣ ଦେଇସାରିଲେଣି। ଏସବୁ ସତ୍ତ୍ୱେ ସେମାନଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଉନାହିଁ। ଗ୍ରାମାଞ୍ଚଳରେ ଆଜି ବି ଚାରି କାନ୍ଥ ଭିତରେ ଆବଦ୍ଧ ଜୀବନ ବିତାଉଛନ୍ତି ମହିଳା। ଘର ଜଞ୍ଜାଳ ଭିତରେ ଧନ୍ଦି ହୋଇ ସେମାନଙ୍କ ପ୍ରତିଭା ଲୁଚିଯାଉଛି। ସାମାଜିକ ବ୍ୟବସ୍ଥାର ବେଡି ଛିଣ୍ଡାଇ ସ୍ବର ଉତ୍ତୋଳନ କଲେ ସେମାନେ ବିରୋଧାଭାସର ସମ୍ମୁଖୀନ ହେଉଛନ୍ତି। ନାରୀ ନିର୍ଯାତନା, ଘରୋଇ ହିଂସା ନିତିଦିନିଆ ଘଟଣା ପାଲଟିଛି, ଯାହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବିକାଶକୁ ପ୍ରଭାବିତ କରୁଛି। କେବଳ ମତଦାନ ଅଧିକାର ଦେଇ ଅନ୍ୟପ୍ରସଙ୍ଗରେ ନୀରବ ରହିଲେ ମହିଳା ସମାନତା ମୂଲ୍ୟହୀନ ହୋଇପଡ଼ିବ। ତେଣୁ ଶିକ୍ଷା, କର୍ମନିଯୁକ୍ତି, ଲିଙ୍ଗଗତ ତାରତମ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଚିନ୍ତା କରିବାର ବେଳଆସିଛି ବୋଲି ରାଷ୍ଟ୍ରନୀତିଜ୍ଞମାନେ ମତ ଦେଇ ଆସୁଛନ୍ତି। ସବୁକ୍ଷେତ୍ରରେ ମହିଳାଙ୍କୁ ପୁରୁଷଙ୍କ ଭଳି ସମାନ ସ୍ଥାନ ଦିଆଗଲେ ସେମାନଙ୍କ ସମ୍ମାନ ବଢ଼ିବ ବୋଲି ଯୁକ୍ତି ବାଢ଼ିଛନ୍ତି ବୁଦ୍ଧିଜୀବୀ।
ସବୁବର୍ଷ ନାରୀ ସଙ୍ଗଠନ, ଏନ୍‌ଜିଓ ଦ୍ୱାରା ବ୍ୟାପକ ଭାବେ ନାରୀ ସମାନତା ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଘରେ ରହି ଏହାକୁ ପାଳନ କରାଯିବ। ସୋସିଆଲ ମିଡିଆରେ #Womens Equality Day ପୋଷ୍ଟ କରି ମହିଳାଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri