‘ସମାଧାନ କର, ନଚେତ୍‌ ଲଢ଼ିବାକୁ ଓକିଲ ଦିଅ’

ଭୁବନେଶ୍ୱର,୪ା୬(ବ୍ୟୁରୋ): ୫ ଦିନ ପୂର୍ବରୁ ସ୍ଥିର ହୋଇଥିବା ଯୋଜନା ମୁତାବକ ବହୁ ସେବାୟତ ଶୁକ୍ରବାର ଏକ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ବସ୍‌ ଯୋଗେ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସା ୫ଟା ୪୫ରେ ପହଞ୍ଚିଥିଲେ। ପ୍ରାୟ ୫୦ରୁ ଅଧିକ ସେବାୟତ ପୁରୀ ଉପଜିଲାପାଳ ଭବତାରଣ ସାହୁଙ୍କ ନେତୃତ୍ୱରେ ଆସି ସେଠାରେ ପହଞ୍ଚିବା ପରେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଆଗକୁ ରଥଯାତ୍ରା ଥିବାରୁ ସେବାୟତମାନଙ୍କୁ ଡାକି ସେମାନଙ୍କ ସମସ୍ୟା ଏବଂ ଆବଶ୍ୟକତା ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରାରେ ସହଯୋଗ କରିବାକୁ ସରକାରଙ୍କ ଅନୁରୋଧ ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ କରୁଥିବା ସମର୍ଥନ ପ୍ରତିବଦଳରେ ସେବାୟତମାନେ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଦାବି କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଆଇନଜୀବୀ ମୃଣାଳିନୀ ପାଢ଼ୀ ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଏକ ମକଦ୍ଦମା କରିଥିଲେ। ସୁପ୍ରିମକୋର୍ଟ ଏନେଇ ୨୦୧୯ ନଭେମ୍ବର ୪ରେ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ୨୨ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେଥିମଧ୍ୟରେ ବଂଶାନୁକ୍ରମିକ ସେବା ପରମ୍ପରା ଉପରେ ରୋକ ଲଗାଇ ସିଧାସଳଖ ସେବାୟତ ନିଯୁକ୍ତ କରିବାକୁ କୁହାଯାଇଥିଲା। ଏହାକୁ ଅନୁପାଳନ କରିବାକୁ ସରକାର ପ୍ରସ୍ତୁତ ହେଉଥିବା ଖବର ମିଳିବା ପରେ ସେବାୟତମାନେ ତାହାର ସମାଧାନ ପାଇଁ ଚେଷ୍ଟା ଆରମ୍ଭ କରିଥିବା କୁହାଯାଉଛି। ବୈଠକରେ ଉପସ୍ଥିତ ଥିବା ଜଣେ ସେବାୟତ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବଂଶାନୁକ୍ରମିକ ସେବା ପରମ୍ପରା ନେଇ ହେବାକୁ ଥିବା କଟକଣାକୁ ସେମାନେ ବିରୋଧ କରୁଛନ୍ତି। କାରଣ ଜଣେ ସେବାୟତ ଜନ୍ମରୁ ମହାପ୍ରଭୁଙ୍କ ସେବାର ଅଧିକାର ରଖୁଛନ୍ତି। ତାହାକୁ ସେମାନେ ଅକ୍ଷୁଣ୍ଣ ରଖିବାକୁ ଚାହୁଁଛନ୍ତି। ତେଣୁ ଏହି ସମସ୍ୟାର ସମାଧାନ କରିବାକୁ ସେବାୟତମାନେ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ନଚେତ ମାମଲା ଲଢ଼ିବା ପାଇଁ ଓକିଲ ଯୋଗାଇ ଦିଅନ୍ତୁ ବୋଲି ସେମାନେ ଦାବିପତ୍ର ମାଧ୍ୟମରେ ଜଣାଇଥିବା ସେବାୟତ ଜଣକ କହିଛନ୍ତି।
ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ବହୁ ସେବାୟତ ଅଛନ୍ତି, ଯେଉଁମାନଙ୍କ ଶ୍ରୀମନ୍ଦିରରେ ଅଳ୍ପ ସେବା ରହିଛି। ହେଲେ ସେମାନେ ସବୁବେଳେ ମନ୍ଦିରରେ ସେବା କରୁଛନ୍ତି। ବହୁ ଲୋକ ଘଣ୍ଟ ବାଡେଇବା ସେବାୟତ କହି ମନ୍ଦିରରେ କାମ ଚଳାଇଛନ୍ତି। ମନଇଚ୍ଛା ବହୁ ଲୋକ ସେଥିରେ ପଶିଯାଇଛନ୍ତି। ତାହାକୁ ପରିବର୍ତ୍ତନ କରି, ଯାହାର ଯେତିକି ପାଳି ସେତିକି କରିବେ। ଏହାକୁ ଲାଗୁ ନ କରାଇବା ପାଇଁ ସେବାୟତମାନଙ୍କ ପକ୍ଷରୁ ମଧ୍ୟ ମାମଲା ଲଢ଼ାଯାଉଥିବା ସେ କହିଛନ୍ତି। ହେଲେ ବିଧିବଦ୍ଧ ଭାବେ ବୈଠକରେ କ’ଣ ଆଲୋଚନା ହେଲା ସେ ବିଷୟରେ ପଚରାଯିବାରୁ ବୈଠକରେ ଉପସ୍ଥିତ ବହୁ ସେବାୟତ ରଥଯାତ୍ରା ନେଇ ଆଲୋଚନା ହୋଇଥିବା କହିଛନ୍ତି। ଶ୍ରୀମନ୍ଦିର ସଂସ୍କାର ବିଷୟରେ ହୋଇଥିବା ଆଲୋଚନା କଥାକୁ ସେମାନେ ଏଡ଼ାଇ ଯାଇଛନ୍ତି। ଉପଜିଲାପାଳ ମଧ୍ୟ ରଥଯାତ୍ରା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିବା କହିଛନ୍ତି।
ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ରଥଯାତ୍ରାରେ ଅଧିକ ଲୋକ ହେବେ, ତାହାକୁ ଦୃଷ୍ଟିରେ ରଖି ଅଧିକ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ଲାଗି ଦାବି କରାଯାଇଛି। ସେହିପରି ପୁରୀ ଲୋକନାଥ ମନ୍ଦିର ସହ ୫ ମହାଦେବଙ୍କ ମନ୍ଦିର ଉନ୍ନତୀକରଣ କରିବା, ବନ୍ଦ ଥିବା ରଘୁନାଥ ବେଶ ଆରମ୍ଭ କରିବା ଏବଂ ପରିକ୍ରମା ପ୍ରକଳ୍ପ କାମ ତୁରନ୍ତ ଶେଷ କରିବାକୁ ଦାବି କରାଯାଇଛି ବୋଲି ଗୌରହରି କହିଛନ୍ତି। ବୈଠକ ଶେଷ ପରେ ସେବାୟତମାନେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ସନ୍ଧ୍ୟା ୭ଟାରେ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଏହାସହ ସେବାୟତ ନିଯୋଗର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଇଥିଲେ। ଏହାପରେ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦେଇଥିବା ରାୟ ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?