Posted inଜାତୀୟ

ପ୍ରଥମ କ୍ୟାବିନେଟ୍‌ରେ ‘୩୭୦’ ସଂକଳ୍ପନାମା

ଶ୍ରୀନଗର,୧୦ା୧୦:ଜମ୍ମୁ-କଶ୍ମୀରରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସର ମେଣ୍ଟ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ୍‌ରେ ଅନୁଚ୍ଛେଦ ୩୭୦ ଉପରେ ସଂକଳ୍ପନାମା ପାରିତ କରାଯିବ। କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇବା ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦାବି ଦୋହରାଯିବ ବୋଲି ବୁଧବାର ଏନ୍‌ସି ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା କହିଛନ୍ତି।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଜମ୍ମୁ-କଶ୍ମୀରରେ ୨୦୧୪ ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏନ୍‌ସି ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦କୁ ପୁନଃ ଅବସ୍ଥାପିତ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଲଗାତର ଭାବେ ୩୭୦ ପ୍ରସଙ୍ଗ ଉଠାଇ କେନ୍ଦ୍ରର ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି କି ଇଣ୍ଡିଆ ବ୍ଲକ୍‌ ଆଗାମୀ ଦିନରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରସ୍ତ ଦାବିରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ରାହୁଲ ନିର୍ବାଚନ ପ୍ରଚାର ବେଳେ କହିଥିଲେ। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ମଧ୍ୟରେ ୩ ପର୍ଯ୍ୟାୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳ ଏନ୍‌ସି-କଂଗ୍ରେସ ମେଣ୍ଟ ସପକ୍ଷରେ ଯାଇଛି। କଶ୍ମୀରବାସୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଏନ୍‌ସିକୁ ୪୨ ଓ ସହଯୋଗୀ କଂଗ୍ରେସକୁ ୬ ଆସନରେ ବିଜୟୀ କରାଇଛନ୍ତି। ଏଥିସହ ତାଙ୍କ ପୁଅ ତଥା ଏନ୍‌ସି ଉପାଧ୍ୟକ୍ଷ ଓମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏ ନେଇ ଓମାର ବୁଧବାର ଶ୍ରୀନଗରରେ ଖବରଦାତାମାନଙ୍କୁ କହିଛନ୍ତି, ଜମ୍ମୁ-କଶ୍ମୀରରେ ସରକାର ‘ଦିଲ୍ଲୀ ଅବସ୍ଥା’ ନ ଭୋଗି ସୁରୁଖୁରୁରେ ଚାଲିବ ବୋଲି ସେ ଆଶାବାଦୀ। ସରକାର ଗଠନ ହେବା ମାତ୍ରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ୩୭୦ ପୁନଃ ଅବସ୍ଥାପନ ଏବଂ ରାଜ୍ୟ ମାନ୍ୟତା ଫେରସ୍ତ ନେଇ ସଂକଳ୍ପନାମା ପାରିତ କରାଯିବ। ଏହା ପରେ ଜମ୍ମୁ-କଶ୍ମୀର ସରକାର ଏହି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଯିବେ। କେନ୍ଦ୍ର ସହ ଜମ୍ମୁ-କଶ୍ମୀର ସରକାରଙ୍କ ସମ୍ଭାବ୍ୟ ମୁହଁାମୁହିଁ ସ୍ଥିତି ନେଇ ପ୍ରଶ୍ନ କରାଯିବାରୁ ଓମାର କହିଥିଲେ, ନୂଆଦିଲ୍ଲୀ ସହ ବିବାଦ କରି କିଛି ହାସଲ କରାଯାଇପାରିବ ନାହିଁ। ପ୍ରଥମେ ସରକାର ଗଠନ ହେଉ। କେନ୍ଦ୍ର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିବ। ଏଥିରୁ ଜମ୍ମୁ-କଶ୍ମୀରବାସୀ ଲାଭାନ୍ବିତ ହେବେ। ଲୋକେ ଆମକୁ ମୁହଁାମୁହିଁ ହେବା ପାଇଁ ନୁହେଁ, ବରଂ ବିକାଶ, ନିଯୁକ୍ତି ଓ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଫେରିପାଇବା ସକାଶେ ଭୋଟ ଦେଇଛନ୍ତି।
ଓମାର ଆହୁରି କହିଛନ୍ତି, ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଗୁରୁବାର ଏନ୍‌ସି ବିଧାୟକ ଦଳ ବୈଠକ ଡକାଯାଇଛି। ଉକ୍ତ ବୈଠକରେ ଏନ୍‌ସି ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ଅଧ୍ୟକ୍ଷତା କରିବେ। ଏହା ପରେ ସହଯୋଗୀ ଦଳଗୁଡ଼ିକୁ ଡକାଯିବ ଏବଂ ମେଣ୍ଟର ନେତା ନିର୍ବାଚନ କରାଯିବ। ଆମେ ରାଜଭବନ ଯାଇ ସରକାର ଗଠନ ପାଇଁ ଦାବି ଜଣାଇବୁ। ଖୁବ୍‌ଶୀଘ୍ର ସରକାର ଶପଥ ନେବେ। ତେବେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)କୁ ମେଣ୍ଟ ସରକାରରେ ସାମିଲ କରାଯିବ କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ଓମାର କହିଥିଲେ, ଏ ଯାଏ ସେନେଇ କିଛି ଆଲୋଚନା ହୋଇନାହିଁ। ପିଡିପି ମଧ୍ୟ ଆମକୁ ଏ ସମ୍ପର୍କରେ ଅନୁରୋଧ କରିନାହିଁ ବୋଲି ଓମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?