Posted inଖେଳ

ମହିଳା ହକି ଦଳର ମୁଖ୍ୟ କୋଚ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୪ା୨: ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌ ଜାନେକ୍‌ ସ୍କୋପ୍‌ମାନ ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଜାତୀୟ ମହାସଂଘ ତାଙ୍କ କଥାକୁ ଗୁରୁତ୍ୱ ଦେଉ ନାହିଁ କିମ୍ବା ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉ ନାହିଁ ବୋଲି କିଛିଦିନ ପୂର୍ବେ ତାଙ୍କ ଅଭିଯୋଗ ପରେ ସେ ଚର୍ଚ୍ଚାରେ ରହିଥିଲେ।

ଡଚ୍‌ କୋଚ୍‌ ୨୦୨୧ରେ ଜୋର୍ଡ ମାରିନଙ୍କଠାରୁ ମହିଳା ଦଳର ଦାୟିତ୍ୱ ଗ୍ରହଣ କରିଥିଲେ। ମାରିନଙ୍କ ତତ୍ତ୍ୱାବଧାନରେ ଭାରତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ସ୍କୋପମାନ ୨୦୨୦ ଜାନୁଆରୀରେ ମାରିଜ୍‌ନେଙ୍କ ଅଧୀନରେ ଆନାଲିଟିକାଲ କୋଚ୍‌ ଭାବେ ଯୋଗଦେଇଥିଲେ। ପ୍ୟାରିସ ଅଲିମ୍ପିକ୍ସ ପରେ ଅଗଷ୍ଟରେ ତାଙ୍କ ଚୁକ୍ତିନାମାର ଅବଧି ଶେଷ ହେବାକୁ ଥିଲା। ମାତ୍ର ନିକଟରେ ବିବାଦୀୟ ଟିପ୍ପଣୀ ଦେବା ପରେ ସେ ତାଙ୍କ ପଦବୀରେ ଆଉ ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଥିଲା। ଓଡ଼ିଶାରେ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ହୋମ୍‌ ଲେଗ୍‌ରେ ଦଳର ମ୍ୟାଚଗୁଡ଼ିକ ଶେଷ ହେବାପରେ ଏହି ୪୬ ବର୍ଷୀୟା କୋଚ୍‌ ତାଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ପ୍ରଦାନ କରିଥିବା ହକି ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି। ନିକଟରେ ଅଲିମ୍ପିକ କ୍ୱାଲିଫାୟର୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ତାଙ୍କ ଇସ୍ତଫା ପରେ ହକି ଇଣ୍ଡିଆ ଜଣେ ନୂଆ ମୁଖ୍ୟ କୋଚ୍‌ ସନ୍ଧାନରେ ରହିବ, ଯିଏକି ୨୦୨୬ରେ ପରବର୍ତ୍ତୀ ମହିଳା ବିଶ୍ୱକପ୍‌ ଏବଂ ଲସଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ ଲାଗି ଭାରତୀୟ ଦଳକୁ ପ୍ରସ୍ତୁତ କରିବେ। ଓଡ଼ିଶାରେ ଏକ ପ୍ରୋ-ଲିଗ୍‌ ମ୍ୟାଚ ପରେ ସ୍କୋପମ୍ୟାନ ଅଭିଯୋଗ କରିଥିଲେ ହକି ଇଣ୍ଡିଆ ପୁରୁଷ କୋଚ୍‌ ପ୍ରତି ଭିନ୍ନ ବ୍ୟବହାର କରାଯାଉଛି। ଗତ ଦୁଇ ବର୍ଷ ହେଲା ସେ ଅନୁଭବ କରି ଆସୁଛନ୍ତି। ମୋର ଧାରଣା ଥିଲା ଏଠିକାର ସଂସ୍କୃତିରେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇଥାଏ। କିନ୍ତୁ ବାସ୍ତବରେ ତାହା ନୁହେଁ ବୋଲି ସେ ଅନୁଭବ କରିଛନ୍ତି। ନେଦରଲାଣ୍ଡରୁ ଆସିଥିବା ସ୍କୋପମାନ ଆମେରିକାରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସ୍କୋପମାନଙ୍କ ଅଭିଯୋଗର ଖଣ୍ଡନ କରିଛି ହକି ଇଣ୍ଡିଅ। ଉଭୟ ପୁରୁଷ ଓ ମହିଳା କୋଚ୍‌ଙ୍କ ପ୍ରତି ସମାନ ବ୍ୟବହାର କରାଯାଇଥାଏ ବୋଲି ସଫେଇ ଦେଇଛି। ସ୍କୋପମାନଙ୍କ ଅଧୀନରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି। ତାଙ୍କ ତତ୍ତ୍ୱାବଧାନରେ ଦଳ ୭୪ ମ୍ୟାଚ ଖେଳି ୩୮ଟିରେ ବିଜୟ ହାସଲ କରିଥିବା ବେଳେ ୧୭ଟି ଡ୍ର ରଖିଛି ଏବଂ ୧୯ଟିରେ ପରାଜିତ ହୋଇଛି। ତାଙ୍କ ଅଧୀନରେ ଭାରତୀୟ ଦଳର ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୩ ଟାଇଟଲ ହାସଲ ଉଲ୍ଲେଖନୀୟ। ତେବେ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରି ନ ପାରିବା ସବୁଠାରୁ ନୈରାଶ୍ୟଜନକ ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri