ନିର୍ଣ୍ଣାୟକ ଭୂମିକା ନେବେ ବସ୍ତିବାସିନ୍ଦା

ବାରିପଦା ଅଫିସ,୧୫।୩ ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି। ଜିଲା ପରିଷଦ ନିର୍ବାଚନରେ ଅପୂର୍ବ ସଫଳତା ହାସଲ କରିଥିବା ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବିଫଳତାକୁ ନେଇ ଭାଜପା ଓ କଂଗ୍ରେସ କର୍ମୀଙ୍କ ଶିବିରରେ ନୈରାଶ୍ୟ ଖେଳି ଯାଇଥିବା ବେଳେ ପ୍ରସଙ୍ଗକୁ ଖୋଜି ଭୋଟରଙ୍କ ନିକଟତର ହେବାରେ ଲାଗି ପଡ଼ିଛନ୍ତି। ଏପରିକି ସକାଳୁ ରାତି ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ସହ ସମର୍ଥକମାନେ ସାହି ସାହିରେ ସଭାସମିତି କରି ଭୋଟରଙ୍କୁ ମନାଇବାକୁ ପ୍ରୟାସ ଜାରି ରଖିଛନ୍ତି। ସରକାରୀ ଯୋଜନାରେ ଥିବା ସମସ୍ତ ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି। ତେବେ ବାରିପଦା ପୌର ପରିଷଦ ଅଞ୍ଚଳରେ ଥିବା ବସ୍ତିବାସିନ୍ଦାଙ୍କ ମୌଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ନ ଥିବାରୁ ନେତା ବାଛିବାରେ ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହୋଇ ପାରେ ବୋଲି ଆକଳନ କରାଯାଉଛି ା
ୱାର୍ଡକୁ ନେଇ ବାରିପଦା ପୌର ପରିଷଦ ଗଠିତ। ଏଠାରେ ୨୪ହଜାର ୭୧୮ପରିବାରରେ ୧ଲକ୍ଷ ୧୦ହଜାର ୧୪୩ଜଣ ଲୋକ ବସବାସ କରୁଥିବା ବେଳେ ଭୋଟର ତାଲିକାରେ ୮୧ହଜାର ୨୨୨ଜଣ ରହିଛନ୍ତି। ଏହି ୱାର୍ଡ ଗୁଡ଼ିକରେ ଦୀର୍ଘ ଦିନ ଧରି ବସବାସ କରୁଥିବା ୪୬ ବସ୍ତିବାସିନ୍ଦାଙ୍କ ମୌଳିକ ସମସ୍ୟା ଭରପୁର ରହିଛି। ମିଳିଥିବା ସୂଚନା ଅନୁଯାୟୀ, ୪୩ଟି ବସ୍ତିରେ ରହୁଥିବା ୭ହଜାର ୮୯୧ ପରିବାରଙ୍କ ମଧ୍ୟରୁ ୫ହଜାର ୬୭୩ଜଣ ଭୂମିହୀନ ରହିଛନ୍ତି। ଅନ୍ୟ ତିନୋଟି ବସ୍ତିର ରିପୋର୍ଟ ମିଳି ନ ଥିବା ବେଳେ ବହୁ ଲୋକ ଜମିପଟ୍ଟାରୁ ବଞ୍ଚିତ ହେବା ଦ୍ୱାରା ବିଭିନ୍ନ ସରକାରୀ ଯୋଜନାରୁ ଦୂରେଇ ଯାଇଛନ୍ତି। ଏପରିକି ବାସସ୍ଥାନ ପ୍ରମାଣ ପତ୍ର ପାଇଁ ଛାତ୍ରୀଛାତ୍ରମାନେ ଉନ୍ନତମାନର ଶିକ୍ଷା ସହ ଛାତ୍ରାବାସରେ ରହିବା ସୁବିଧାରୁ ବଞ୍ଚିିତ ରହିଛନ୍ତି। ଜମିପଟ୍ଟା ନ ଥିବାରୁ ଆବାସ ଗୃହ, ବିଦ୍ୟୁତ୍‌, ପାନୀୟ ଜଳ ପାଇପାରୁ ନାହାନ୍ତି। ଅଳିଆ ଆବର୍ଜନାରେ ଭରପୁର ରହୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶରେ ସେମାନଙ୍କ ଜୀବନ ଦୁର୍ବସହ ହୋଇପଡ଼ିଛି। ସେହିପରି ସାହି ବସ୍ତିକୁ କଂକ୍ରିଟ ରାସ୍ତା ସଂଯୋଗୀକରଣ, ଆଲୋକୀକରଣ ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକେ ଅନ୍ଧାରରେ ଯିବାଆସିବା କରୁଛନ୍ତି। ଏପରିକି ବହୁ ଲୋକ ଭୋଟର କାର୍ଡ ଓ ଆଧାର କାର୍ଡରୁ ବଞ୍ଚିତ ହୋଇ ଅଫିସ ଓ ଅଧିକାରୀଙ୍କ ନିକଟକୁ ଯାଇ ହଇରାଣ ହରକତ ହେଉଛନ୍ତି। ସହର ମଧ୍ୟଦେଇ ଯାଇଥିବା ନଦୀ ଗୁଡ଼ିକରେ ବନ୍ୟା ନିୟନ୍ତ୍ରଣ ପାଇଁ ଆଡ଼ିବନ୍ଧ କରାଯାଇ ନ ଥିବାରୁ ବନ୍ୟା ଓ ଡ୍ରେନ ପାଣି ଘରେ ପଶୁଛି। ଫଳରେ ବସ୍ତିବାସିନ୍ଦା ବର୍ଷାଦିନେ ପାଣି କାଦୁଅରେ ରହି ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହିପରି ଅନେକ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଦକ୍ଷତା ସମ୍ପନ୍ନ କାଉନସିଲର ଓ ପୌରାଧ୍ୟକ୍ଷ ବାଛିବାକୁ ବସ୍ତି ଭୋଟର ନିଷ୍ପତ୍ତି ନେଇଥିବା ଆଲୋଚନାରୁ ଜଣାପଡ଼ିଛି। ଏହି ବସ୍ତିରେ ପାଖାପାଖି ୧୮ହଜାରରୁ ଊର୍ଦ୍ଧ୍ୱ ଭୋଟର ରହିଥିବାରୁ ସେମାନଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ଗହଳି ଦେଖିବାକୁ ମିଳିଛି। ତେଣୁ ପୌର ନିର୍ବାଚନରେ ବସ୍ତିବାସିନ୍ଦା ଯାହାଙ୍କ ପ୍ରତି ଢଳିବେ ସେହି ପ୍ରାର୍ଥୀ ହିଁ ବିଜୟ ମୁକୁଟ ପିନ୍ଧିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri