ମଶା ଉତ୍ପାତରେ ସହରବାସୀ ଅତିଷ୍ଠ

ଯାଜପୁର ରୋଡ,୨୪ା୨(ଡି.ଏନ.ଏ.):ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ ା ହେଲେ ଗତ କିଛି ମାସ ହେଲା ସବ୍ୟସାଚୀ ମହାକୁଡ ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ସମ୍ପ୍ରସାରଣ କରିବା ପରେ ବ୍ୟାସନଗର ପୌର କର୍ତ୍ତୃପକ୍ଷ ମହରଗରୁ ଯାଇ କାନ୍ତାରରେ ପଡିଛନ୍ତି ା ସହରର ବିଭିନ୍ନ ସ୍ଥାନରେ ବହୁଦିନ ଧରି ଆବର୍ଜନା ଉଠୁନାହିଁ। ଆବଶ୍ୟତାଠାରୁ ଅଧିକ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଥିଲେ ହେଁ ମଶା ନିୟନ୍ତ୍ରଣ କରିବାରେ ପୌର କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ଯଦ୍ୱାରା କଠିନ ବର୍ଜ୍ୟବସ୍ତୁର ସଠିକ ପରିଚାଳନା କରି ନ ପାରିବା ଅଭିଯୋଗରେ ଏହି ପୌରାଞ୍ଚଳ ଖୁବ୍‌ଶୀଘ୍ର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)ର ଫାଶରେ ପଡିବାର ସମ୍ଭାବନା ସୃଷ୍ଟି କରିଛି ା
ଏନ୍‌ଜିଟି ପକ୍ଷରୁ କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନ ପକାଇବା ଏବଂ ଆବର୍ଜନା ସ୍ଥାନରେ ଜଳାଇବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ା ଏହାର ଖିଲାପ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ଜରିମାନା ସ୍ବରୂପ ୫ ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ ହଜାର ଟଙ୍କା ଭୂ-ରାଜସ୍ବ ଆକାରରେ ଆଇନ ଅନୁଯାୟୀ ଆଦାୟ କରାଯିବ ା କିନ୍ତୁ ଯାଜପୁର ଜିଲାର ବ୍ୟାସନଗର ପୌରପରିଷଦ ଏହି ନିର୍ଦ୍ଦେଶକୁ ଅବମାନନା କରି ଚାଲିଛନ୍ତି। ଫଳରେ ଡ୍ରେନେଜ ଓ ପରିବେଶ ସମସ୍ୟାରେ ବ୍ୟାସନଗର ସହରବାସୀ ରୁନ୍ଧି ହେଉଛନ୍ତି ା ଦେଶରେ ବ୍ୟବସ୍ଥାଗତ ଦୃଷ୍ଟିରୁ ପୌରାଞ୍ଚଳକୁ ପ୍ରଶାସନିକ ବ୍ୟବସ୍ଥାରୁ ମୁକ୍ତ କରାଯାଇଛି ା ସହରବାସୀଙ୍କ ମତଦାନରେ କାଉନସିଲ ଓ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି ା ଯଦ୍ୱାରା ସେମାନେ ନିଜ ଅଞ୍ଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ତାଙ୍କ ସହରକୁ ଆହୁରି ବିକାଶମୁଖର କରି ପାରିବେ ା କିନ୍ତୁ ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ବିକାଶର ଗତି ଓଲଟା ହୋଇଯାଇଛି। ପଦବୀ ଲୋଭରେ ସହରର ବିକାଶ ପ୍ରକ୍ରିୟାକୁ ପରାହତ କରିଛି ା ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଆସୁଥିବା ଅନୁଦାନ ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ ା ଲୋକଙ୍କ ଆଶା ଭରସାକୁ ନିଜ ସ୍ବାର୍ଥରେ ଅଧିକ ନିୟୋଜିତ କରାଯାଉଛି ା ଜନପ୍ରତିନିଧିମାନଙ୍କ ପାରିବାପଣିଆ ଓ ବିକାଶର ଦୃଷ୍ଟିଭଙ୍ଗୀ ଅଭାବରୁ ମୁଖ୍ୟମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ଯୋଜନାଗୁଡିକ ସଫଳ ହେଉନାହିଁ ବୋଲି ମତପ୍ରକାଶ ପାଉଛି ା ଏହିକ୍ରମରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ସରକାର ଅଧିକ ଅନୁଦାନର ବ୍ୟବସ୍ଥା କରିଛନ୍ତି ା ଗତ ୨ ମାସ ହେବ ଅଭିଜ୍ଞ ସମ୍ପନ୍ନ ସଫେଇ ସଂସ୍ଥା ମହାକୁଡକୁ ଦାୟିତ୍ୱ ଦିଆଯାଇଛି ା ପୂର୍ବରୁ ଯେଉଁ ସଫେଇ ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ସେଥିପାଇଁ ଏବେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ା ରାସ୍ତାକଡରୁ ମଇଳା, ଡ୍ରେନ ଆଦୌ ସଫା ହେଉ ନ ଥିବାରୁ ମଶାଙ୍କ ଉପତ୍ାତ ଚରମସୀମାରେ ପହଞ୍ଚିଛି ା କୌଣସି ମଶାମରା ଔଷଧ କାମରେ ଲାଗୁନାହିଁ ା ପ୍ରାୟ ୬ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ ା ଡ୍ରେନରେ ଆବଶ୍ୟକ ମଶାତେଲ ସିଞ୍ଚନ କରାଯାଉ ନାହିଁ ା ଏଥିପାଇଁ ଆସୁଥିବା ଅନୁଦାନକୁ ଠିକାସଂସ୍ଥା ଓ ପୌର କର୍ତ୍ତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ା ବାସ୍ତବରେ ମାସିକ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ କିଛି ପୌର ଅଧିକାରୀଙ୍କୁ ହାତକରି ଏହାର ୨ ଗୁଣ ବିଲ ଦାଖଲ କରାଯାଉଛି ା ଯାହାକି ତଦନ୍ତ ସାପେକ୍ଷ ବୋଲି ସହରବାସୀ ଦାବି କରୁଛନ୍ତି ା
ଚୁକ୍ତି ଅନୁସାରେ ସଫେଇ କରିବାକୁ ବିଭିନ୍ନ ସର୍ତ୍ତ ରଖାଯାଇଛି। କିନ୍ତୁ କୌଣସି ତଦନ୍ତ ହେଉ ନ ଥିବାରୁ ସଂପୃକ୍ତ ଠିକାସଂସ୍ଥା ନିଜର ମନମାନି କରୁଥିବା ଚର୍ଚ୍ଚା ହେଉଛି। ଫଳରେ ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଭୁଶୁଡିବାରେ ଲାଗିଛି ା ସହରର ସମସ୍ତ ଡ୍ରେନକୁ ଦେଖିଲେ ଆବର୍ଜନାରେ ପରିପୂର୍ଣ୍ଣ ରହିଛି ା ଏଥିପାଇଁ ଡ୍ରେନରୁ ବର୍ଜ୍ୟପାଣି ଠିକ ଭାବେ ନିର୍ଗତ ହୋଇ ପାରୁନାହିଁ ା ସଫେଇ କର୍ମଚାରୀ ଓ ଶ୍ରମିକମାନଙ୍କ ଉପସ୍ଥିତି ପାଇଁ ବାୟୋମେଟ୍ରିକ ମେଶିନ ସ୍ଥାପନ କରାଯାଇଛି। କିନ୍ତୁ ଏବେ ତାହା ବାଧ୍ୟତାମୂଳକ ହେଉ ନ ଥିବାରୁ ମନଇଚ୍ଛା ଶ୍ରମିକଙ୍କ ଉପସ୍ଥାନ ଦର୍ଶାଯାଇ ବିପୁଳ ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲ୍ଲିକଙ୍କ ମତାମତ ନେବାକୁ ଗୁରୁବାର ତାଙ୍କୁ ଫୋନ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri