ମଣ୍ଡି ନ ଖୋଲି ମିଲରେ ଧାନ ସଂଗ୍ରହ

ଯାଜପୁର ଅଫିସ,୨୪ା୨ :ଯାଜପୁର ଜିଲାରେ ୨୦୨୨-୨୩ ଖରିଫ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ମଣ୍ଡିଗୁଡିକ ଉଦ୍‌ଘାଟନ କରି ପରବର୍ତ୍ତୀ ସମୟରେ ସେଠାରୁ ଧାନ ସଂଗ୍ରହ ହୋଇନାହିଁ। ଚାଷୀଙ୍କ ଧାନକୁ ସିଧାସଳଖ ମିଲଗୁଡିକୁ ପଠାଯାଉଥିବାରୁ ଚାଷୀଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ବ୍ଲକରେ ଥିବା ପ୍ରଭାବଶାଳୀ ୨ଟି ରାଇସ୍‌ ମିଲ ମାଲିକଙ୍କ ମନମାନି ଯୋଗୁ ଚାଷୀମାନେ ନାହିଁ ନ ଥିବା କ୍ଷତି ସହୁଛନ୍ତି। କୋରେଇ ବ୍ଲକର ୧୮ଟି ପାକ୍ସରେ କାଗଜ କଲମରେ ଧାନ ମଣ୍ଡି ଖୋଲିଥିବା ଦର୍ଶାଉଥିଲେ ମଧ୍ୟ ବାସ୍ତବରେ ସମ୍ପୃକ୍ତ ଚାଷୀ ଉକ୍ତ ମିଲଗୁଡିକରେ ଧାନ ବିକ୍ରୀ କରୁଥିବା ପ୍ରକାଶ କରିଛନ୍ତି। ପ୍ରାୟ ୧୫ ଦିନ ହେଲା ଧାନ ବିକ୍ରୀ କରି କେତେଜଣ ଚାଷୀ ଏଯାଏ ପ୍ରାପ୍ୟ ପାଇ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ପାକ୍ସଗୁଡିକରେ ନିଜସ୍ବ ଧାନ ମଣ୍ଡି ନ ଥିବାରୁ ଚାଷୀମାନେ ଗାଡ଼ିରେ ଧାନ ରଖି ଭଡ଼ା ବାବଦକୁ ଅଧିକ ଖର୍ଚ୍ଚାନ୍ତ ହେଉଥିବା ମତପ୍ରକାଶ ପାଇଛି।
ରାଜ୍ୟ ସେବା ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଯାଜପୁର ଜିଲାରେ ୧୨୦ ପାକ୍ସ(ପ୍ରାଥମିକ ସେବା ସମବାୟ ସମିତି) ରହିଛି। ସେଥିମଧ୍ୟରୁ ନିଜସ୍ବ ଜମିରେ ୭୫ ପାକ୍ସ ଅଛି । ୨୫୯୫ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ମାତ୍ର ୩୫ଟି ପାକ୍ସରେ ଗୋଦାମ ଗୃହ ନିର୍ମାଣ ହୋଇଛି। ଏଥିରୁ ଚାଷୀ ଧାନ ବିକ୍ରୀ କରୁଥିବା ସମୟରେ କିଭଳି ହଇରାଣ ହେଉଥିବା ତାହା ସ୍ପଷ୍ଟ ମନେ ହେଉଛି। ମିଲର୍ସଙ୍କ ମନମାନୀ ସହ ଅଧିକାଂଶ ସମୟରେ ବାହାରେ ଧାନ ପଡି ରହୁଥିବା ଦେଖିବାକୁ ମିଳୁଛି ା ଏଥିରେ ଚାଷୀ ବହୁ ସମୟରେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡବ୍ଲ୍ୟୁଆଇଏଫ୍‌(ୱେର ହାଉସ ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ)ରେ ଖାଦ୍ୟଶସ୍ୟ ଗୋଦାମ ଗୃହ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଅଥଚ ତାହା ବି ଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଆବଶ୍ୟକସ୍ଥଳେ ଧାନ ସଂଗ୍ରହ କେନ୍ଦ୍ରଠାରେ ଗୋଦାମ ଗୃହ ଭଡ଼ାରେ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ା କିନ୍ତୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ବଦଳରେ ସିଧାସଳଖ ମିଲଗୁଡିକୁ ଧାନ ପଠାଯାଉଛି। ଚାଷୀ ବିଚିତ୍ର ଶତପଥୀ କୁହନ୍ତି, ଧନେଶ୍ୱରରେ ମଣ୍ଡି ଖୋଳିବ ବୋଲି ଘୋଷଣା ହୋଇଥିଲା। ଏଥିପାଇଁ ସରକାରୀସ୍ତରରେ ଉଦ୍‌ଘାଟନ ମଧ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିକଟସ୍ଥ କୃପାଳୁ ଓ ଆଶୀର୍ବାଦ ରାଇସ ମିଲକୁ ଧାନ ପଠାଯାଇଥିଲା। ସେଠାରେ ଚାଷୀମାନେ ଗାଡ଼ି ଭଡା କରି ଧାନ ନେଇଥିଲେ। କିନ୍ତୁ ୨ ରୁ ୩ ଦିନ ପର୍ଯ୍ୟନ୍ତ ମିଲ କର୍ତ୍ତୃପକ୍ଷ ଧାନ କିଣି ନ ଥିଲେ। ଫଳରେ ଚାଷୀ ଗାଡ଼ି ଭଡା ବାବଦକୁ ୨ ଦିନକୁ ୩୦୦୦ ଟଙ୍କା ଲେଖାଏଁ ଦେବାକୁ ବାଧ୍ୟ ହୋଇଛନ୍ତି। ଏହାବାଦ୍‌ କଟ୍‌ନି ଛଟ୍‌ନି ନାମରେ କୁଇଣ୍ଟାଲ ପିଛା ୫ କେଜି ଲେଖାଏଁ ହ୍ରାସ କରିଥିବାରୁ ଚାଷୀ ବହୁ ଶୋଷଣର ଶିକାର ହୋଇଛନ୍ତି। ଚାଷୀ ରାମଚନ୍ଦ୍ର ଶତପଥୀ କହିଛନ୍ତି, ସେ ପ୍ରାୟ ୯୦ କୁଇଣ୍ଟାଲ ଧାନ ଦେଇଛନ୍ତି। ହେଲେ ଏଯାଏ ତାଙ୍କର ପ୍ରାପ୍ୟ ପାଇ ନାହାନ୍ତି। ଏଭଳି ଅନେକ ଚାଷୀ ଧାନ ବିକ୍ରୀ କରି ଶୋଷଣର ଶିକାର ହୋଇଛନ୍ତି। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପୂର୍ବରୁ ପ୍ରତିବାଦ କରିଥିବାରୁ ଜିଲାପାଳ କଟ୍‌ନୀଛଟ୍‌ନୀ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେତେକ ମଣ୍ଡିରେ କଟନୀ ଅର୍ଥ ମଧ୍ୟ ଚାଷୀଙ୍କୁ ଫେରସ୍ତ କରିଛନ୍ତି। କିନ୍ତୁ ଏଠାରେ କାହିଁକି କଟନୀ ଅର୍ଥ ଫେରସ୍ତ ହେବ ନାହିଁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, କୋରେଇ ବ୍ଲକରେ ଜହ୍ନା ଓ ଇଚ୍ଛାପୁର ମଣ୍ଡିରେ ଧାନ ସଂଗ୍ରହ କରାଯାଉଛି। ବାକି ମଣ୍ଡିଗୁଡିକରେ ଧାନ ସଂଗ୍ରହ ହେଉ ନ ଥିବାରୁ ସିଧାସଳଖ ମିଲ ଜରିଆରେ ଧାନ କିଣାଯାଉଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri