ବନ୍ୟାଜଳ ଘେରରେ କଣାସ ଅଞ୍ଚଳବାସୀ

କଣାସ,୧୭ା୮(ସ୍ବ.ପ୍ର.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରୁ ମୁଣ୍ଡରେ ବନ୍ୟାଜଳ ସମେତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲା କଣାସ ବ୍ଲକର ଅଧିକାଂଶ ସ୍ଥାନରେ ଘାଇ ସୃଷ୍ଟି ହୋଇଯାଇଛି। ଫଳରେ ଗ୍ରାମର ରାସ୍ତାଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଗ୍ରାମ ସବୁ ଜଳମଗ୍ନ ହୋଇଯାଇଛି। ଏଥିଯୋଗୁ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗୃହପାଳିତ ପ୍ରାଣୀ ମଧ୍ୟ ଏହି ଜଳରେ ରହି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିପ୍ରତି ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
କଣାସ ଦେଇ ଯାଇଥିବା ଦୟାନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦୟାନଦୀର ବିପଦ ସଙ୍କେତ ୩.୯୯ ମିମି ଥିବାବେଳେ ବର୍ତ୍ତମାନ ୫.୩୮ ମିମି ଜଳ ପ୍ରବାହିତ ହେଉଛି ଏବଂ ଜଳପତନ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ା ଦୋକନ୍ଦା, କଦଳୀଦଣ୍ଡା, ବାଲିପାଟଣା, ତରପଡା, ବଡାସ, ବୈଦ୍ୟନାଥପାଟଣା, କଖାରୁବସ୍ତ ଗ୍ରାମ ବନ୍ୟାଜଳ ଘେରରେ ରହିିଛି ା ଦୟା ଓ ରାଜୁଆ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, ଗଡ଼ବଳଭଦ୍ରପୁର, ବଡାସ ପଞ୍ଚାୟତର ଧାନ ଜମିରେ ବନ୍ୟାଜଳ ଲହଡି ମାରୁଛି। ଫଳରେ ଚାଷୀମାନେ କରିଥିବା ଫସଲ ସବୁ ବୁଡିଯାଇଛି। ବନ୍ୟାଜଳ ଘେରରେ ଥିବା ଗ୍ରାମରେ ପାନୀୟ ଜଳ ମିଳୁ ନ ଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଓ ଗୋଖାଦ୍ୟ, ଔଷଧ ଓ ଶୁଖିଲା ଖାଦ୍ୟ ଯୋଗାଇଦେବା ପାଇଁ ବନ୍ୟା କ୍ଳିଷ୍ଟ ଲୋକମାନେ ଦାବି କରିଛନ୍ତି।
ମକରା ନଦୀରେ ଘାଇ
ବର୍ଷା ଓ ବନ୍ୟାଜଳ ଯୋଗୁ ଦୟା, ମକରା, ରାଜୁଆ, କାଣିଆ, ଲୁଣାନଦୀ ଦ୍ରୁତଗତିରେ ବଢିବାରେ ଲାଗିଛି। ମଙ୍ଗଳବାର ମକରା ନଦୀର ଡାହାଣପାର୍ଶ୍ୱ କଉଡିଆପୁର ନିକଟରେ ଘାଇ ହୋଇଯାଇଛି। ଘାଇ ହୋଇଯିବା ଯୋଗୁ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଅଧିକାଂଶ ଗ୍ରାମରେ ବନ୍ୟାଜଳ ମାଡ଼ିଯାଇଛି। ଘାଇଟିକୁ ବନ୍ଦ କରିବା ପାଇଁ ବିଡିଓ, ତହସିଲଦାର, କଣାସ ଥାନାଧିକାରୀ, ଗଡିଶାଗୋଦା ଥାନାଧିକାରୀ ଓ ସ୍ଥାନୀୟ ଲୋକେ ବନ୍ଧ, ବାଲିବସ୍ତା ପକାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଏହି ଘାଇ ହେବା ଫଳରେ କାଦୁଆ, ବଡାଲ, ସାହୁପଡା, ବକୁ, ଦେଇପୁର, ଗଡଖାରଦ ପଞ୍ଚାୟତର ସମସ୍ତ ଗ୍ରାମ ବୁଡିଯିବାର ସମ୍ଭାବନା ରହିଛି।
କଣାସ-ଗୋଳବାଇ
ରାସ୍ତା ବିଚ୍ଛିନ୍ନ
କଣାସଠାରୁ ଦୋକନ୍ଦା, ବାଲିପାଟଣା, ବଡାସ, କଖାରୁବସ୍ତ, ତେନ୍ତୁଳିମୂଳ ଦେଇ ଗୋଳବାଇଠାରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ମଙ୍ଗଳବାର ଅଧିକାଂଶ ସ୍ଥାନ ବୁଡିଯାଇଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଦୟାନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧର ଅନେକ ସ୍ଥାନ ବୁଡ଼ିଯାଇଥିବାରୁ ଜଳସେଚନ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ଉପରେ ବାଲିବସ୍ତା ପକାଇ ଆଡିବନ୍ଧ ଦିଆଯାଉଛି। କଣାସ ଜଳସେଚନ ବିଭାଗ ଓ ଖୋର୍ଦ୍ଧା ଜଳସେଚନ ବିଭାଗ ପକ୍ଷରୁ ବନ୍ଧର ସୁରକ୍ଷା ପାଇଁ ଚେଷ୍ଟା କରାଯାଉଛି।
ଜିଲାପାଳଙ୍କ
ବନ୍ୟାଞ୍ଚଳ ପରିଦର୍ଶନ
ପୁରୀ ଜିଲାପାଳ ସମର୍ଥ ବର୍ମା ସୋମବାର କଣାସ ବ୍ଲକରେ ପହଞ୍ଚତ୍ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଜିଲାପାଳ ପ୍ରଥମେ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଡିଓ ଲୋଚନ ଦାସ, ତହସିଲଦାର ସ୍ମୃତିରଞ୍ଜନ ଶତପଥୀ, ଜଳସେଚନ ବିଭାଗର ଉଚ୍ଚ ଅଧିକାରୀମାନଙ୍କ ସହ ବନ୍ୟାଞ୍ଚଳ ବିଷୟରେ ଆଲୋଚନା କରିବା ସହ ବନ୍ୟାରେ ଯେଉଁସବୁ ନଦୀବନ୍ଧ ଦୁର୍ବଳ ଥିଲା ସେହି ସ୍ଥାନ ବୁଲି ଦେଖିଥିଲେ। ଦୟାନଦୀ ବନ୍ଧ, ମଲାଗୁଣି ନଦୀବନ୍ଧ, ସବଳଙ୍ଗ ଓ ତୋଟାପଡା ନିକଟ ଉଇଖିଆ ଘାଇ ପରିଦର୍ଶନ କରିବା ପରେ ବ୍ଲକ କାର୍ଯ୍ୟାଳୟକୁ ଫେରି ବନ୍ୟାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ସମୀକ୍ଷା କରିବା ସହିତ ନଦୀ ବନ୍ଧଗୁଡିକ ସୁରକ୍ଷା ପାଇଁ କଡାକଡି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri