ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି ବିଜେଡି ସରକାର: ବାବୁ ସିଂ

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର): ବିଧାନସଭାରେ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ଉପରେ ଶାସକ ଦଳ ସଦସ୍ୟମାନେ ପ୍ରବଳ ବର୍ଷିଛନ୍ତି। ଏହି ବିଭାଗ ଅଧୀନରେ ଗତ ୨୪ ବର୍ଷ ମଧ୍ୟରେ ବ୍ୟାପକ ଦୁର୍ନୀତି କରାଯାଇଥିବା ଶାସକ ଦଳ ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି। ଶାସକ ଦଳ ସଦସ୍ୟ ବାବୁ ସିଂ କହିଛନ୍ତି, ପୂର୍ବର ବିଜେଡି ସରକାର ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି। ୨୪ ବର୍ଷ ପରେ ସହରାଞ୍ଚଳରେ ନୂଆ ସୂର୍ଯ୍ୟୋଦୟ ହୋଇଛି। ସାଧାରଣ ଲୋକ ଏହାକୁ ଗ୍ରହଣ କରିଛନ୍ତି ବୋଲି ବିଜେଡିକୁ ନେଇ ବିରୋଧୀ ଦଳରେ ବସାଇ ଦେଇଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବିଜେଡି ସଦସ୍ୟ ଅରୁଣ କୁମାର ସାହୁ ଏବଂ ପ୍ରମିଳା ମଲ୍ଲିକ ଏହାକୁ ବିରୋଧ କରିଥିଲେ। ମୁଁ ପ୍ରମାଣ କରିଦେବି ଯେ ବିରୋଧୀ ଦଳ ନେତା ଗିରଫ ହେବା ଆବଶ୍ୟକ। ଯଦି ପ୍ରମାଣ ନ କରିପାରିବି ତେବେ ଏଇଠୁ ଚପଲ ମୁଣ୍ଡେଇ ଯିବି ବୋଲି ବାବୁ କହିଥିଲେ।
ଚାଲିଥିବା ଖର୍ଚ୍ଚଦାବି ଆଲୋଚନାରେ ଭାଗନେଇ ବାବୁ କହିଥିଲେ, ସହରାଞ୍ଚଳରେ ରହିବା ଲାଗି ବହୁ ଗରିବ ଲୋକ ଏଠାକୁ ଆସୁଛନ୍ତି। ଯଦି ସେମାନେ କେବେ ଜମି କିଣିବାରେ ଠକାମିର ଶିକାର ହେଉଛନ୍ତି, ସେମାନଙ୍କୁ ଠକିଥିବା ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୋଲିସ ଗିରଫ କରୁଛି କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ହେଲେ ଗତ ୧୬ ବର୍ଷ ହେଲା ବସ୍ତି ବାସିନ୍ଦାଙ୍କୁ ଜମିବାଡ଼ି, ଘର ଦେବେ ବୋଲି କହି ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଠକି ଚାଲିଥିଲେ। ବାରମ୍ବାର ସର୍ଭେ କରି ମିଛ ଜମି କାଗଜ ଦେଇ ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି। ଏହାର ପ୍ରମାଣ ମଧ୍ୟ ଗୃହରେ ଦେଖାଉଛି। ଏହି ପ୍ରମାଣ ଦେଖିବା ପରେ କାହିଁକି ବିରୋଧୀ ଦଳ ନେତାଙ୍କୁ ଗିରଫ କରା ନ ଯିବ। ସେମିତି ୨୪ ବର୍ଷରେ ଭୁବନେଶ୍ୱରରେ ଯେତିକି ଖାଲ ଖୋଳିଛନ୍ତି ତାକୁ ପୂରଣ କରିବା ଲାଗି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଏଠାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିଅନ୍ତି ତେବେ ତାଙ୍କୁ ମଧ୍ୟ ୫୦ ବର୍ଷ ଲାଗିଯିବ। ବିଜେଡି ସଦସ୍ୟମାନଙ୍କ ମୁହଁରେ ଓଡ଼ିଆ ଅସ୍ମିତା କଥା ଶୋଭାପାଉନାହିଁ। ୨୦୧୪ରେ ଯେତେବେଳେ ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଘୋଷଣା କରାଗଲା ତତ୍କାଳୀନ ମେୟର ତଥା ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ତାଙ୍କ କର୍ପୋରେଟରମାନଙ୍କୁ ଧରି ଏମିତି ନାଚି ଧୂଳି ଉଡ଼ାଇଲେ ଯେ ସେକଥା ମନେ ପଡ଼ିଯାଉଛି। ଏହାପରେ ସେ ଗଣମାଧ୍ୟମରେ ଆସି ଭୁବନେଶ୍ୱରକୁ ତାଙ୍କ ସରକାର ଅଳ୍ପଦିନରେ ପ୍ୟାରିସ୍‌, ଲଣ୍ଡନ କରିଦେବେ ବୋଲି କହିଲେ। କିଛିଦିନ ପରେ ସାଲିଆସାହି ପାଖରେ ଏକ ଡ୍ରେନ୍‌ରେ ଜଣେ ବ୍ୟକ୍ତି ଭାସିଯାଇ ମରିଗଲେ। ଏହାର କିଛିଦିନ ପରେ ଜଣେ ଛୋଟ ଛୁଆ ମୁକୁଳା ଡ୍ରେନ୍‌ରେ ଭାସି ମୃତ୍ୟୁବରଣ କଲେ। ଏହା ହେଉଛି ପ୍ୟାରିସ୍‌, ଲଣ୍ଡନର ଆତ୍ମକାହାଣୀ। ସେମିତି ସାଇକେଲ ଯୋଜନା ନାଁରେ, ହକି ବିଶ୍ୱକପ୍‌ ପ୍ରଚାର ନାଁରେ ଲକ୍ଷ ଲକ୍ଷ ଲୁଟ୍‌ ହେଲା। ମୁକ୍ତା ଯୋଜନାରେ ମଧ୍ୟ ବ୍ୟାପକ ଲୁଟ୍‌ ହୋଇଥିବା ବାବୁ କହିଛନ୍ତି।
ସଦସ୍ୟ ନଳିନୀକାନ୍ତ ପ୍ରଧାନ କହିଛନ୍ତି, ନଗର ଉନ୍ନୟନ ବିଭାଗ ଯେତିକି ଟଙ୍କାର ବଜେଟ ଆଣିଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ସହରାଞ୍ଚଳର ଅନେକ ରାସ୍ତା ଏବେ ବି କଚ୍ଚା ରହିଛି, ତାକୁ ପକ୍କା କରାଯିବା ଜରୁରୀ। ଇସ୍କନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ଆଡିକ୍ୱେଟ୍‌ ଡ୍ରେନ୍‌ର ବ୍ୟବସ୍ଥା କରାଯିବା ଦରକାର। ସରକାର ଏହିସବୁ ପ୍ରତି ଧ୍ୟାନଦେଲେ ଭଲ ବୋଲି ସେ କହିଛନ୍ତି।
ସଦସ୍ୟ ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ମନ୍ତ୍ରୀ ଏଠାରେ କୁହନ୍ତୁ ଗତ ୨୪ ବର୍ଷରେ ପୂର୍ବତନ ସରକାର ଯାହା ନ କରିପାରିଲେ ତାହା ୫ ବର୍ଷରେ ଭାଜପା ସରକାର କରିବେ। ହେଲେ ଦୁଃଖର ବିଷୟ ତାଙ୍କ ଦଳର ସଦସ୍ୟ କହିସାରିଲେଣି ପ୍ରଧାନମନ୍ତ୍ରୀ ଆସି ଦାୟିତ୍ୱ ନେଲେ ବି ୫୦ ବର୍ଷରେ ଭୁବନେଶ୍ୱରରେ ଯେତିକି ଖାଲ ହୋଇଛି ତାକୁ ପୂରଣ କରିପାରିବେନାହିଁ। କଟକ ସହରରେ ଯେତିକି ସବୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ତାହା କଂଗ୍ରେସ ସରକାର ସମୟରେ କରାଯାଇଛି। ଜାଇକା ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୋଇଥିବାର ଯେଉଁ ରିପୋର୍ଟ ଆସିଛି ବାସ୍ତବରେ ତାହା ଭୁଲ୍‌ ତଥ୍ୟ। ଏ ପର୍ଯ୍ୟନ୍ତ ଜାଇକା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ସୋଫିଆ କହିଛନ୍ତି। ଏହି ଆଲୋଚନାରେ ଅନ୍ୟ ସଦସ୍ୟମାନେ ମଧ୍ୟ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri