ପାଣି ପାଇଁ ବିକଳ ସହରବାସୀ

ଢେଙ୍କାନାଳ ଅଫିସ, ୯।୭:  ମୁନ୍ଦାଏ ପାଣି ପାଇଁ ଏଠି ନିତି ସଂଘର୍ଷ। ପାଣି ଚିନ୍ତାରୁ ଆରମ୍ଭ ହୁଏ ସକାଳ। ବର୍ଷା ଦିନେ ବି ମିଳେନି ସମସ୍ୟାରୁ ମୁକ୍ତି। ପାନୀୟଜଳ ପାଇଁ ଯୋଜନା ଶୀତଳଭଣ୍ଡାରରେ ରହିଯାଇଥିବାବେଳେ ସ୍ବାସ୍ଥ୍ୟ ଉପଯୋଗୀ ବିଶୁଦ୍ଧ ପାଣି ପାଇଁ କଲବଲ ହେଉଛନ୍ତି ଢେଙ୍କାନାଳ ସହରବାସୀ।
ଢେଙ୍କାନାଳ ପୌରସଂସ୍ଥାକୁ ପୂରିଲାଣି ୭୦ବର୍ଷ। ଜନସଂଖ୍ୟା ୭୫ହଜାର ଟପିଲାଣି। ଦିନକୁ ଦିନ ସହରର କଳେବର ବଢୁଥିବାବେଳେ ନିଅଣ୍ଟିଆ ପାଣି ଯୋଗାଣ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ପୌରାଞ୍ଚଳ ପାଇଁ ଦିନକୁ ୧୨ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର୍‌ ଡେ’) ପାଣି ଆବଶ୍ୟକ ଥିବା ବେଳେ ଯୋଗାଣ ହେଉଛି ୯ ଏମ୍‌ଏଲ୍‌ଡି। ବ୍ରାହ୍ମଣୀ ନଦୀରୁ ୬ ଏବଂ ୮ନଂ. ୱାର୍ଡ ମହିଷାପାଟସ୍ଥିତ ପ୍ରଡକ୍ସନ ୱେଲ୍‌ରୁ ୩ ଏମ୍‌ଏଲ୍‌ଡି ପାଣି ଯୋଗାଣ ହେଉଥିବାବେଳେ ଦୈନିକ ୩ ଏମ୍‌ଏଲ୍‌ଡି ପାଣି ନିଅଣ୍ଟ ପଡୁଛି। ଅଦ୍ୟାବଧି ପୌରାଞ୍ଚଳର ୨୩ ୱାର୍ଡ ଭିତରୁ ୫ଟି ଓ୍ବାର୍ଡବାସୀ ପାଇପ୍‌ ପାଣି ପାଇବାରୁ ବଞ୍ଚତ୍ତ ରହିଛନ୍ତି। କାଞ୍ଚନବଜାର ଦଣ୍ଡାସାହି, ଆନନ୍ଦନଗର, ବନମାଳୀ ପ୍ରସାଦ, ଟାଉନପ୍ଲାନିଂ, ବାଞ୍ଝକୁସୁମ, ଗଜମରା, କୁଟୁଣିଆ ଅଞ୍ଚଳରେ ପାନୀୟଜଳ ଉତ୍କଟ ସମସ୍ୟା ଧାରଣ କରିଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜୋନ୍‌ ଅନୁଯାୟୀ ପୌରାଞ୍ଚଳକୁ ବିଭିନ୍ନ ସମୟରେ ଦିନକୁ ୧ଘଣ୍ଟା ପାଣି ଯୋଗାଣ ହେଉଛି, ଯାହା ଜନସଂଖ୍ୟା ଅନୁପାତରେ ଯଥେଷ୍ଟ ନୁହେଁ। ୩୩୦ ନଳକୂଅ, ୨୨୧ ଷ୍ଟାଣ୍ଡପୋଷ୍ଟ ମଧ୍ୟରୁ ଅଧିକାଂଶ ଅଚଳ ହୋଇପଡିଛି। ଡ୍ରେନ୍‌ ମଧ୍ୟରେ ଯାଇଥିବା ପାଇପ୍‌ ଫାଟି ସେଥିରେ ଦୂଷିତ ପାଣି ପଶୁଛି। ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ମରାମତି କରାଯାଉନାହିଁ। ସେହିପରି ବିଦ୍ୟୁତ୍‌ ବିଭ୍ରାଟ ସମୟରେ ଜଳ ଯୋଗାଣ ହୋଇପାରୁନାହିଁ। ଏହାର ସମାଧାନ ଲାଗି ସ୍ବତନ୍ତ୍ର ଭାବେ ବିଦ୍ୟୁତ୍‌ ଯୋଗାଣ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେସୁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ବ୍ରାହ୍ମଣୀ ନଦୀରେ ଅନ୍ୟ ଏକ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଗଲେ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜନସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଲେଖ ବିହାରୀ ପରିଡ଼ା କୁହନ୍ତି, ମହାନଦୀରୁ ପାଣି ଯୋଗାଣ ପ୍ରସ୍ତାବ ନେଇ ଏବେ ସୁଦ୍ଧା କୌଣସି ନିର୍ଦ୍ଦେଶନାମା ଆସିନାହିଁ। କରୋନା ସଂକ୍ରମଣ କାରଣରୁ ୫ ଓ୍ବାର୍ଡରେ ପାଇପ୍‌ ବିଛାଯିବା କାମ ବାଧାପ୍ରାପ୍ତ ହୋଇଥିଲା। ନିକଟରେ ଏହା ପୁଣି ଆରମ୍ଭ ହୋଇଛି। ବିଦ୍ୟୁତ୍‌ ବିଭ୍ରାଟ ସମୟରେ ବ୍ରାହ୍ମଣୀ ନଦୀରୁ ପାଣି ଉଠାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେସୁ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri