ପାଣି ପାଇଁ ବିକଳ ସହରବାସୀ

ଢେଙ୍କାନାଳ ଅଫିସ, ୯।୭:  ମୁନ୍ଦାଏ ପାଣି ପାଇଁ ଏଠି ନିତି ସଂଘର୍ଷ। ପାଣି ଚିନ୍ତାରୁ ଆରମ୍ଭ ହୁଏ ସକାଳ। ବର୍ଷା ଦିନେ ବି ମିଳେନି ସମସ୍ୟାରୁ ମୁକ୍ତି। ପାନୀୟଜଳ ପାଇଁ ଯୋଜନା ଶୀତଳଭଣ୍ଡାରରେ ରହିଯାଇଥିବାବେଳେ ସ୍ବାସ୍ଥ୍ୟ ଉପଯୋଗୀ ବିଶୁଦ୍ଧ ପାଣି ପାଇଁ କଲବଲ ହେଉଛନ୍ତି ଢେଙ୍କାନାଳ ସହରବାସୀ।
ଢେଙ୍କାନାଳ ପୌରସଂସ୍ଥାକୁ ପୂରିଲାଣି ୭୦ବର୍ଷ। ଜନସଂଖ୍ୟା ୭୫ହଜାର ଟପିଲାଣି। ଦିନକୁ ଦିନ ସହରର କଳେବର ବଢୁଥିବାବେଳେ ନିଅଣ୍ଟିଆ ପାଣି ଯୋଗାଣ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ପୌରାଞ୍ଚଳ ପାଇଁ ଦିନକୁ ୧୨ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର୍‌ ଡେ’) ପାଣି ଆବଶ୍ୟକ ଥିବା ବେଳେ ଯୋଗାଣ ହେଉଛି ୯ ଏମ୍‌ଏଲ୍‌ଡି। ବ୍ରାହ୍ମଣୀ ନଦୀରୁ ୬ ଏବଂ ୮ନଂ. ୱାର୍ଡ ମହିଷାପାଟସ୍ଥିତ ପ୍ରଡକ୍ସନ ୱେଲ୍‌ରୁ ୩ ଏମ୍‌ଏଲ୍‌ଡି ପାଣି ଯୋଗାଣ ହେଉଥିବାବେଳେ ଦୈନିକ ୩ ଏମ୍‌ଏଲ୍‌ଡି ପାଣି ନିଅଣ୍ଟ ପଡୁଛି। ଅଦ୍ୟାବଧି ପୌରାଞ୍ଚଳର ୨୩ ୱାର୍ଡ ଭିତରୁ ୫ଟି ଓ୍ବାର୍ଡବାସୀ ପାଇପ୍‌ ପାଣି ପାଇବାରୁ ବଞ୍ଚତ୍ତ ରହିଛନ୍ତି। କାଞ୍ଚନବଜାର ଦଣ୍ଡାସାହି, ଆନନ୍ଦନଗର, ବନମାଳୀ ପ୍ରସାଦ, ଟାଉନପ୍ଲାନିଂ, ବାଞ୍ଝକୁସୁମ, ଗଜମରା, କୁଟୁଣିଆ ଅଞ୍ଚଳରେ ପାନୀୟଜଳ ଉତ୍କଟ ସମସ୍ୟା ଧାରଣ କରିଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜୋନ୍‌ ଅନୁଯାୟୀ ପୌରାଞ୍ଚଳକୁ ବିଭିନ୍ନ ସମୟରେ ଦିନକୁ ୧ଘଣ୍ଟା ପାଣି ଯୋଗାଣ ହେଉଛି, ଯାହା ଜନସଂଖ୍ୟା ଅନୁପାତରେ ଯଥେଷ୍ଟ ନୁହେଁ। ୩୩୦ ନଳକୂଅ, ୨୨୧ ଷ୍ଟାଣ୍ଡପୋଷ୍ଟ ମଧ୍ୟରୁ ଅଧିକାଂଶ ଅଚଳ ହୋଇପଡିଛି। ଡ୍ରେନ୍‌ ମଧ୍ୟରେ ଯାଇଥିବା ପାଇପ୍‌ ଫାଟି ସେଥିରେ ଦୂଷିତ ପାଣି ପଶୁଛି। ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ମରାମତି କରାଯାଉନାହିଁ। ସେହିପରି ବିଦ୍ୟୁତ୍‌ ବିଭ୍ରାଟ ସମୟରେ ଜଳ ଯୋଗାଣ ହୋଇପାରୁନାହିଁ। ଏହାର ସମାଧାନ ଲାଗି ସ୍ବତନ୍ତ୍ର ଭାବେ ବିଦ୍ୟୁତ୍‌ ଯୋଗାଣ କରିବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେସୁ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ବ୍ରାହ୍ମଣୀ ନଦୀରେ ଅନ୍ୟ ଏକ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଗଲେ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜନସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଲେଖ ବିହାରୀ ପରିଡ଼ା କୁହନ୍ତି, ମହାନଦୀରୁ ପାଣି ଯୋଗାଣ ପ୍ରସ୍ତାବ ନେଇ ଏବେ ସୁଦ୍ଧା କୌଣସି ନିର୍ଦ୍ଦେଶନାମା ଆସିନାହିଁ। କରୋନା ସଂକ୍ରମଣ କାରଣରୁ ୫ ଓ୍ବାର୍ଡରେ ପାଇପ୍‌ ବିଛାଯିବା କାମ ବାଧାପ୍ରାପ୍ତ ହୋଇଥିଲା। ନିକଟରେ ଏହା ପୁଣି ଆରମ୍ଭ ହୋଇଛି। ବିଦ୍ୟୁତ୍‌ ବିଭ୍ରାଟ ସମୟରେ ବ୍ରାହ୍ମଣୀ ନଦୀରୁ ପାଣି ଉଠାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେସୁ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri