ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୯।୨: ରାଜ୍ୟ ସରକାର ଗୁରୁବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,ବରିଷ୍ଠ ଓଏଏସ ସୁଚାରୂ କୁମାର ବଳଙ୍କୁ ସମ୍ବଲପୁର ଅତିରିକ୍ତ ଜିଲାପାଳ, ଝାରସୁଗୁଡା ଅତିରିକ୍ତ ଜିଲାପାଳ ଆଲୋମନି ସେଠୀଙ୍କୁ କୋରାପୁଟ ଅତିରିକ୍ତ ଜିଲାପାଳ, ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେହିପରି ଓଏଏସ ସମ୍ବିତ କୁମାର ଗଡନାୟକ ଭଦ୍ରକ ଅତିରିକ୍ତ ଜିଲାପାଳ, ଫାଲଗୁନି ମାଝୀଙ୍କୁ ଆନନ୍ଦପୁର ଉପଜିଲାପାଳ ଓ ଚିତ୍ତରଞ୍ଜନ ମହାନ୍ତଙ୍କୁ କନ୍ଧମାଳ ଉପଜିଲାପାଳ ଭାବେ ବଦଳି କରାଯାଇଛି।