ଆର୍ଥିକ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ

ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସକାରାତ୍ମକ ନିଶ୍ଚିତତା ନେଇ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ନ୍ୟାୟପାଳିକା ନିଶ୍ଚିତ କରିଛି ଯେ ଏଭଳି ଆଇନ ଆମ ସମ୍ବିଧାନର ‘ମୌଳିକ ଢାଞ୍ଚା’କୁ ଉଲ୍ଲଂଘନ କରିବ ନାହିଁ। ଆମ ସାମାଜିକ ଢାଞ୍ଚାରେ ‘ବନ୍ଦ ବ୍ୟବସ୍ଥା’ ଏବଂ ‘ଖୋଲା ବ୍ୟବସ୍ଥା’ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ରହିଛି। ଯେତେବେଳେ ଆମେ ‘ବନ୍ଦ ବ୍ୟବସ୍ଥା’ ବିଷୟରେ କହୁ, ଏହା ଜାତି, ବର୍ଣ୍ଣ, ଧର୍ମ ଇତ୍ୟାଦିକୁ ସୂଚାଇଥାଏ। ଥରେ ଏକ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ନେଲେ ଆପଣଙ୍କ ଭାଗ୍ୟରେ ମୋହର ଲାଗିଥାଏ। ଏହା ଏକ ‘ବନ୍ଦ ବ୍ୟବସ୍ଥା’ ଅର୍ଥାତ୍‌ ଏକ ପରିଚୟ ଯାହା ଜୀବନ ସାରା ଆପଣଙ୍କ ସହ ରହିଥାଏ।
ଆର୍ଥିକ ସ୍ଥିତି କଥା ଉଠିଲେ ଏହା ଏକ ‘ଖୋଲା ବ୍ୟବସ୍ଥା’। ଯେକୌଣସି ବ୍ୟକ୍ତିର ଆର୍ଥିକ ଓ ଅର୍ଥନୈତିକ ସ୍ଥିତି ଭ୍ରାମ୍ୟମାଣ ଥାଏ ଏବଂ ସାମାଜିକ ପିରାମିଡେରେ ସମୟ ସମୟରେ ପରିବର୍ତ୍ତନ ହୋଇଥାଏ। ଆର୍ଥିକ ସ୍ଥିତି ଆଧାରରେ ଯୋଗ୍ୟତା ଚିହ୍ନଟ କରିବା ଏକ କଠିନ କାର୍ଯ୍ୟ ହେବ। ଆର୍ଥିକ ଅଭିବୃଦ୍ଧି ଏବଂ ଆର୍ଥିକ ମୁଦ୍ରାସ୍ଫୀତି ଦ୍ୱାରା ପରିଚାଳିତ ଏକ ଇକୋସିଷ୍ଟମରେ ଆବଶ୍ୟକ ହିତାଧିକାରୀଙ୍କ ଚିହ୍ନଟ କରିବା କଷ୍ଟକର ହେବ।
ତେବେ ଆର୍ଥିକ ପଛୁଆ ବିଭାଗ (ଇଡବ୍ଲ୍ୟୁଏସ୍‌) ଚୟନ ପାଇଁ ଜଣେ ପ୍ରାର୍ଥୀ କେମିତି ଯୋଗ୍ୟ ହୋଇପାରେ? ପରିଚୟ ଅନୁସାରେ, ଚାକିରି କିମ୍ବା ଶିକ୍ଷାଗତ ଆସନ ପାଇଁ ଆଶାୟୀ ପ୍ରାର୍ଥୀ କୌଣସି ନିର୍ଦ୍ଦିଷ୍ଟ ଜାତି ଗୋଷ୍ଠୀର ହେବା ଉଚିତ ନୁହେଁ, ଯାହାର ଚାକିରି କିମ୍ବା ଆସନରେ ସଂରକ୍ଷଣ ଅଧିକାର ମଧ୍ୟ ରହିଛି। ପରବର୍ତ୍ତୀ କଥା ହେଲା, ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ ଅଧିକ ହେବା କଥା ନୁହେଁ। ଇଡବ୍ଲ୍ୟୁଏସ୍‌ର ଅନ୍ତର୍ଭୁକ୍ତୀକରଣ ସୀମା ପ୍ରକୃତରେ ଭାରତର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) କୋଟା ପାଇଁ ବାଦ୍‌ ସ୍ତର। ବାର୍ଷିକ ୮ଲକ୍ଷ ଆୟକୁ ବାଦ୍‌ ଦେଲେ ଏହାକୁ ‘କ୍ରିମିଲେୟାର’ କୁହାଯାଏ। ତେଣୁ ନୂତନ ନୀତି ଅନୁସାରେ, ଏହା ଆମ ଦେଶରେ ସାଧାରଣ ଅଭାବ କିମ୍ବା ଆର୍ଥିକ ଦୁର୍ବଳତା ପାଇଁ ସରକାରୀ କଟ୍‌ ଅଫ୍‌।
ଏହି ମାପକାଠି ଜଟିଳତାର କାରଣ ହେଉଛି ମୁଦ୍ରାସ୍ଫୀତି ଓ ବିନିମୟ ହାରର ଭୂମିକା। ମୁଦ୍ରାସ୍ଫୀତି ହାର ଏବଂ ଭାରତୀୟ ମୁଦ୍ରାର ମୂଲ୍ୟ ପ୍ରକୃତିରେ ଗତିଶୀଳ ଏବଂ ସ୍ବଳ୍ପ ସମୟ ମଧ୍ୟରେ ଏହା ଅତ୍ୟନ୍ତ ପରିବର୍ତ୍ତନଶୀଳ। ଟଙ୍କାର ମୂଲ୍ୟ ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଥିବାରୁ ଏବଂ ମୁଦ୍ରାସ୍ଫୀତିର ସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଆୟ ସ୍ତରରେ ସ୍ଥିରତାର ଅଭାବ ଦେଖାଦେଇଛି। ମାସିକ ୬୫ ହଜାର ଟଙ୍କା ଆୟ ପୂର୍ବରୁ ଆରାମଦାୟକ ହୋଇଥାଇପାରେ। ଆଜିର ପରିପ୍ରେକ୍ଷୀରେ ଏହାକୁ ବଞ୍ଚତ୍ତ ବୋଲି ବିବେଚନା କରାଯାଉଛି। ଏବେଠାରୁ ୧ ଦଶନ୍ଧି ପରେ ଏହାକୁ ‘ପିଟାନ୍ସ’ ଭାବେ ବିବେଚନା କରାଯିବ। ତଥାପି ଆମର ଆୟକର ନୀତି ପରିବର୍ତ୍ତିତ ଦୃଶ୍ୟପଟ ସହିତ ତାଳ ଦେଇ ପାରିନାହିଁ।
ବାର୍ଷିକ ଆୟ ୨.୫ ଲକ୍ଷ ଟପିବା ପରେ ଟ୍ୟାକ୍ସ ଲାୟାବିଲିଟି ଆରମ୍ଭ ହୋଇଥାଏ। ଏପରିକି ୨ଗୁଣା ଆୟ କରୁଥିବା ପରିବାର ପାଇଁ ଏହା ଇଡବ୍ଲ୍ୟୁଏସ୍‌ ସୀମାଠାରୁ ମଧ୍ୟ କମ୍‌। ଏଭଳି ପରିବାର ଇଡବ୍ଲ୍ୟୁଏସ୍‌ ସୁବିଧା ପାଇବାକୁ ଯୋଗ୍ୟ, କିନ୍ତୁ ଟିକସ ପ୍ରଦାନରୁ ବାଦ୍‌ ପଡ଼ିବେ ନାହିଁ। ଇଡବ୍ଲ୍ୟୁଏସ୍‌ କୋଟା ବ୍ୟବସ୍ଥାର ଏହା ହେଉଛି ସବୁଠାରୁ ବଡ଼ ଅନ୍ତର୍ନିହିତ ବିଭାଜନ। ଏଭଳି ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, କିନ୍ତୁ ଟିକସ ଛାଡ଼ କରିବା ଭଳି ଦୁର୍ବଳ ନୁହନ୍ତି।
ଇଡବ୍ଲ୍ୟୁଏସ୍‌ ନୀତି ଅନ୍ୟ ତଥ୍ୟକୁ ମଧ୍ୟ ପାଳନ କରୁନାହିଁ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରେ, ବ୍ୟବହାର ଆଧାରରେ, ବାର୍ଷିକ ୫ ଲକ୍ଷରୁ ୩୦ ଲକ୍ଷ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପରିବାରକୁ ‘ମଧ୍ୟବିତ୍ତ’ ଭାବରେ ଏକତ୍ର କରାଯାଇଥିଲା। ତେଣୁ ‘ମଧ୍ୟବିତ୍ତ’ ଭିତରେ ଏମିତି ଅନେକ ପରିବାର ରହିବେ, ଯେଉଁମାନେ ‘ଆର୍ଥିକ ଦୃଷ୍ଟିରୁ ଦୁର୍ବଳ’ ବୋଲି ଯୋଗ୍ୟ ବିବେଚିତ ହେବେ।
ନୀତିଗତ ଦୃଷ୍ଟିକୋଣରୁ ଏଭଳି ସକାରାତ୍ମକ ନିଶ୍ଚିତତା ମଧ୍ୟ ଚିରକାଳ ପଛୁଆ ରହିବାର କାରଣ ହୋଇପାରେ। ଲୋକମାନେ ନିଜକୁ ଉଚ୍ଚାଭିଳାଷୀ ହେବା ପାଇଁ ଦୂରେଇ ରଖିବେ ଏବଂ ଏଭଳି ବ୍ୟବସ୍ଥାରୁ ଲାଭ ଉଠାଇବେ। ଏହା ମଧ୍ୟ ଆୟ ହେରଫେର ଏବଂ ଜାଲିଆତିକୁ ପ୍ରୋତ୍ସାହିତ କରିବ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିୟୁକ୍ତି ଆଇନ)କୁ ସମାଜର ଗରିବ ଓ ଦୁର୍ବଳବର୍ଗର ଲୋକଙ୍କୁ ଉପଯୁକ୍ତ ଓ ଯୁକ୍ତିଯୁକ୍ତ କର୍ମନିୟୁକ୍ତି ସମାଧାନ ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ବରଂ ଏହି ଯୋଜନା ଆଳସ୍ୟ ଓ ଅଳସତାକୁ ପ୍ରୋତ୍ସାହନ ଦେଉଛି। ସରକାର ଏଥିପ୍ରତି ଯତ୍ନବାନ ହେବା ଉଚିତ ଯେ, ସେଭଳି କୌଣସି ପଦକ୍ଷେପ ନିଆଯିବ ନାହିଁ।
ଆଇନଗତ ଦୃଷ୍ଟିକୋଣରୁ ସୁପ୍ରିମକୋର୍ଟ ଏହି ଆଇନର ବୈଧତାକୁ ସମର୍ଥନ କରିବା ଯଥାର୍ଥ। କିନ୍ତୁ କାର୍ଯ୍ୟାନ୍ବୟନ ଦୃଷ୍ଟିକୋଣରୁ, ଅନ୍ତର୍ନିହିତ ଜଟିଳତାକୁ ଦୂର କରିବା ପାଇଁ ବାସ୍ତବଧର୍ମୀ ସଂସ୍କାର ଆଣିବା ଆବଶ୍ୟକତା ରହିଛି। ସକାରାତ୍ମକ ନିଶ୍ଚିତତା ଏବଂ କୋଟା ବ୍ୟବସ୍ଥା ବିତର୍କ ଜୀବନର ବିଭିନ୍ନ କ୍ଷେତ୍ରରୁ ଯଥେଷ୍ଟ ବିତର୍କକୁ ଆକର୍ଷିତ କରିବ। ଏକ ସମାବେଶୀ ଓ ସମତାଭିତ୍ତିକ ସମାଜ ଗଠନ ପାଇଁ ଏହା ଏକ ଆବଶ୍ୟକ କୁପ୍ରଥା।

  • ସୌରଜିତ ପ୍ରଧାନୀ
    ଜିଲା କେନ୍ଦ୍ର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ-୯୯୬୭୧୦୨୨୬୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri