ଉଦ୍ଧାର ଚୋରି ଅଳଙ୍କାର ବ୍ୟାଘ୍ରଦେବୀ ମନ୍ଦିରକୁ ହସ୍ତାନ୍ତର

ଭଞ୍ଜନଗର,୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ହୋଇଥିବା ଚୋରି ଅଳଙ୍କାର ମଧ୍ୟରୁ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଳଙ୍କାର ପୋଲିସ ସୋମବାର ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହାପରେ ସନ୍ଧ୍ୟାରେ ମନ୍ଦିର କର୍ମକର୍ତ୍ତାଙ୍କୁ ଉଦ୍ଧାର ଅଳଙ୍କାର ହସ୍ତାନ୍ତର କରାଯାଇଛି । ଏହି ମାମଲାରେ ୪ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ ନାଇକ ଓ ଟୁକୁନା ସ୍ବାଇଁ। ଏହି ଘଟଣାରେ ଆହୁରି ୪ ଜଣ ଜଡ଼ିତ ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୋଲିସ ଚେଷ୍ଟା ଚଳାଇଛି।

ସୂଚନାଯୋଗ୍ୟ ଯେ, ଗତମାସ ୨୫ ତାରିଖ ରାତିରେ ପୂଜାରୀ ପ୍ରଦୋଷ ରଞ୍ଜନ ପାଢୀ କାମ ସରିବା ପରେ ତାଲା ପକାଇ ଘରକୁ ଚାଲି ଯାଇଥିଲେ। ୨୬ ତାରିଖ ପ୍ରତ୍ୟୁଷରେ ଆସି ଦେଖିବା ବେଳକୁ ମନ୍ଦିରରୁ ଚୋରି ହୋଇଥିବା ଜାଣିଥିଲେ। ଏହାପରେ ମନ୍ଦିର କର୍ମକର୍ତ୍ତା ଶିବ ପ୍ରସାଦ ସାହୁ ଜାଣିବା ପରେ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ୪୫୨/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଥାନା ଅଧିକାରୀ ଜୀବନାନନ୍ଦ ଜେନା ମାମଲାଟିକୁ ଗୁରୁତର ସହ ନେଇ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନେ ଅଳଙ୍କାର ଚୋରି କରିବା ପରେ ତାକୁ ନେଇ ମନ୍ଦିର ନିକଟରେ ଥିବା କାଜୁ ବଗିଚାରେ ପୋତି ଦେଇଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ଲୁଟ ଅଳଙ୍କାର ମିଳିଥିଲା।
ଚଢାଉରେ ଏସଆଇ ସମିର କୁମାର ସେଠି ଓ ଲଷ୍ମୀଧର ମହାନ୍ତି, ଏଏସଆଇ ସତ୍ୟ ନାରାୟଣ ମଲ୍ଲିକ,ହାବିଲଦାର ଦିଲିପ ରାଉତଙ୍କ, ସମେତ କନେଷ୍ଟବଲ ସନ୍ତୋଷ ନାୟକ, କେ.ପି ରେଡି,ଗଜେନ୍ଦ୍ର ସ୍ବାଇଁ ଅମିତ ବିଶ୍ବାଳ,ଯଶୋବନ୍ତ ମାଝୀ, ରାଜେଶ ମଣ୍ଡଳ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri