ଉଦ୍ଧାର ନବଜାତ ଶିଶୁ ଏମ୍‌କେସିଜିରେ ଭର୍ତ୍ତି

ବ୍ରହ୍ମପୁର,୨୬।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର-ଗୋପାଳପୁର ରାସ୍ତା ରାମଚନ୍ଦ୍ରପୁର ପେଟ୍ରୋଲ ପମ୍ପ ନିକଟ ଏକ ଗଛମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଜିଲା ପ୍ରସାଶନ ପକ୍ଷରୁ ଶିଶୁଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଶିଶୁର ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଗଛ ତଳେ ଶିଶୁଟି କାନ୍ଦିବା ଶୁଣି ମଇଁଷି ଚରାଳି ପାଖକୁ ଆସି ଦେଖିଥିଲେ। ପରେ ସେ ଅନ୍ୟ ଦୁଇଜଣଙ୍କୁ ଘଟଣାସ୍ଥଳକୁ ଆସିବାକୁ ଖବର ଦେଇଥିଲେ। ୨ ଜଣ ଯୁବକ ଓମ ମହାରଣା ଏବଂ ସୁମନ ମହାରଣା ଘର କାମ ଛାଡି ଘଟଣାସ୍ଥଳରେ ପହଞ୍ଚି ଗଛ ମୂଳରେ ଏକ ନୂତନ ବ୍ୟାଗ ଭିତରେ ଶିଶୁଟି ଥିବା ଜାଣିବାକୁ ପାଇଥିଲେ l

ଉକ୍ତ ବ୍ୟାଗକୁ ଆଣି ଘର ମାଲିକଙ୍କ ଉପସ୍ଥିତରେ ଖୋଲିଲା ବେଳେ ଏକ ନବଜାତ ଶିଶୁ ପୁତ୍ର ରହିଥିଲା l ସେମାନେ ଶିଶୁଙ୍କୁ ମେଡିକାଲ ନେବାବେଳେ ଡୁରା ଗ୍ରାମର କାଳିଆ ନାମକ ଜଣେ ବ୍ୟକ୍ତି ଶିଶଙ୍କୁ ମାଗି ରଖିବା ପାଇଁ ଘରକୁ ନେଇଯାଇଥିଲେ।

ଖବର ପାଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଚାଇଲ୍ଡ ଲାଇନ ସଂଯୋଜକ ଶୋଭିତ ଷଡ଼ଙ୍ଗୀକୁ ଘଟଣାସ୍ଥଳକୁ ପଠାଇଥିଲେ। ଘଟଣାସ୍ଥଳରେ ପହଁଞ୍ଚି ଶିଶୁଙ୍କୁ ଜଣେ ରଖିଥିବା ଦେଖି ଗୋପାଳପୁର ପୋଲିସକୁ ଖବର ଦେଇଥିଲେ l

ଖବର ପାଇ ଗୋପାଳପୁର ପୋଲିସ, ସା ’ଅନୁଷ୍ଠାନର ଅରୁନ୍ଧତୀ ମେଡ଼ମ ପହଞ୍ଚି ପୁତ୍ରପୁତ୍ରଙ୍କୁ ଉଦ୍ଧାର କରିଥିଲେ l ପିଲାଟିର ଓଜନ ୦୨ କେଜି ରହିଥିବା ହେତୁ ଶିଶୁକୁ ବ୍ରହ୍ମପୁର ବଡ଼ ମେଡିକାଲର ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟରେ ରଖି ଅଧିକ ଚିକିତ୍ସା କରାଯାଉଛି l


Enter your email to get our daily news in your inbox.

All Right Reserved By Dharitri.Com

ନାଳରୁ ମିଳିଲା ମୃତଦେହ: କାରଣ ଖୋଜୁଛି ପୋଲିସ

ବଞ୍ଚୋ,୧୪।୬:(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ ନାନିକାବାହାଳି ଗ୍ରାମ ନିକଟସ୍ଥ ଗଣ୍ଡନାଳରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

ଚାମେଲି ଓଝାଙ୍କ ସମର୍ଥନରେ ବେତାଳିଗାଁ ବଜାରରେ ବିଶାଳ ପ୍ରତିବାଦ ସଭା, ଗର୍ଜିଲେ ଜନସାଧାରଣ

ତିହିଡ଼ି,୧୪।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା…

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ବୃଦ୍ଧ, କଚାଡ଼ି ମାରିଦେଲା

ମୋରଡା,୧୪।୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରଵ ଲାଗି ରହିଥିବା ବେଳେ ଦିନକୁ ଦିନ ଧନଜୀବନ କ୍ଷୟକ୍ଷତି ବୃଦ୍ଧି ପାଉଥିବାର ଦେଖିବାକୁ…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

କୁଆଁରମୁଣ୍ଡା,୧୪।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଦୁମକିଶିହିରିଆ ଗ୍ରାମ ନିକଟସ୍ଥ ଏକ ପୋଖରୀରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

‘ମୋତେ ମୋ ପ୍ରେମିକର କର୍ତ୍ତବ୍ୟ ମଧ୍ୟ ପାଳନ କରିବାକୁ ପଡିବ…’ କାହିଁକି ଏମିତି କହିଲେ ଜଷ୍ଟିନ ଟ୍ରୁଡୋ? ଜାଣନ୍ତୁ ଏହା ପଛର ରହସ୍ୟ

ଓଟାଓ୍ବା,୧୪।୬: ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବର୍ତ୍ତମାନ ତାଙ୍କ ପ୍ରେମ ଜୀବନ ଏବଂ ଫିଫା ବିଶ୍ୱକପ 2026 ପାଇଁ ଖବରରେ ଅଛନ୍ତି। ବିଶ୍ୱକପ ଉଦଘାଟନୀ ଦିନରେ…

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ହେଜବୋଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୪।୬: ଯେତେବେଳେ ଆମେରିକା ଏବଂ ଇରାନ ଶାନ୍ତି ଆଲୋଚନା ବିଷୟରେ ଦାବି କରୁଛନ୍ତି, ସେତେବେଳେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଇସ୍ରାଏଲ ହେଜବୋଲା ପଦାଧିକାରୀମାନଙ୍କ ଉପରେ…

ଦିଦିଙ୍କ ହାତରୁ ଗଲା ଟିଏମସି? କାକୋଲି କହିଲେ, ‘ନୂଆ ଦଳ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବୁ’

କୋଲକାତା,୧୪।୬: ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ହରାଉଥିବା ଜଣାପଡ଼ିଛି। ୨୦ ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri