ଉଦ୍ଧାର ଶିଶୁପୁତ୍ର ପାଇଲା ନୂଆ ପରିଚୟ

ବଲାଙ୍ଗୀର/ଟିଟିଲାଗଡ଼, ୧୧ା୮ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ଅର୍ଥଲୋଭରେ ଟିଟିଲାଗଡର ଏକ ଦମ୍ପତି ନିଜ ଜନ୍ମକଲା ଏକ ମାସର ଶିଶୁପୁତ୍ରକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି କରିବା ଏବଂ ଏହି ଶିଶୁବିକ୍ରି ଘଟଣାରେ ପିତା ସମେତ ୩ ଜଣ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହେବା ଘଟଣା ଆଲୋଡନ ସୃଷ୍ଟି କରିଥିଲା। ଟିଟିଲାଗଡ଼ ପୋଲିସ ଟିମ୍‌ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରି ଉକ୍ତ ବିକ୍ରି ଶିଶୁପୁତ୍ରକୁ ଛତିଶଗଡ଼ ରାଜ୍ୟର ରାୟଗଡ ଅଞ୍ଚଳରୁ ଉଦ୍ଧାର କରିଛନ୍ତି। ଉଦ୍ଧାର କରିବା ପରେ ଟିଟିଲାଗଡ ପୋଲିସ ଟିମ୍‌ ଉକ୍ତ ଶିଶୁପୁତ୍ରକୁ ବଲାଙ୍ଗୀର ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)ରେ ଶୁକ୍ରବାର ପ୍ରଡ୍ୟୁସ(ହସ୍ତାନ୍ତର) କରିଛନ୍ତି। ସମ୍ପୃକ୍ତ ଶିଶୁପୁତ୍ର ଏବେ ପାଇଛି ନୂଆ ପରିଚୟ ଏବଂ ନୂଆ ଠିକଣା। ଗାଇଡ ଲାଇନ୍‌ ଅନୁଯାୟୀ ସିଡବ୍ଲ୍ୟୁସି ପକ୍ଷରୁ ଉକ୍ତ ଶିଶୁକୁ ଅଭିନନ୍ଦନ ନାମରେ ନାମିତ କରାଯାଇ ନୂଆ ପରିଚୟ ଦିଆଯାଇଛି। ବିକ୍ରି ଘଟଣାରେ ପୀଡିତ ଶିଶୁର ପିତାମାତାଙ୍କ ସମ୍ପୃକ୍ତି ଥିତ୍ବାରୁ ଶିଶୁର ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇ ତାକୁ ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଠାରେ ରଖାଯାଇଛି। ଏସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ସୂଚନା ଦେଇଛନ୍ତି। ଉଦ୍ଧାର ଶିଶୁପୁତ୍ରକୁ ସିଡବ୍ଲ୍ୟୁସିରେ ପ୍ରଡ୍ୟୁସ କରାଗଲା ପରେ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି।
ଗତ ସପ୍ତାହରେ ଟିଟିଲାଗଡ ସହରର ଝାଙ୍କରପଡାରେ ରହୁଥିବା ସନ୍ତୋଷ ପୁଟେଲଙ୍କ ସ୍ତ୍ରୀ ପୁଷ୍ପା ପ୍ରାୟ ଏକମାସ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ହୋଟେଲରେ କାମ କରୁଥିବା ସନ୍ତୋଷ ଓ ପୁଷ୍ପା ଘୋର ଆର୍ଥିକ ଅନଟନରେ ଗତି କରୁଥିଲେ। ସନ୍ତୋଷଙ୍କ ପଡୋଶୀ ରମଜାନ୍‌ ଖାନ୍‌ ପଡୋଶୀ ସନ୍ତୋଷଙ୍କୁ ଆର୍ଥିକ ଅନଟନରୁ ମୁକୁଳିବାର ବାଟ ବତାଇବାକୁ ଯାଇ ନିଜର ଚତୁର୍ଥ ଶିଶୁପୁତ୍ରକୁ ବିକ୍ରି କରିଦେବାକୁ କହିଥିଲେ। ଏଥିରେ ସନ୍ତୋଷ ଏବଂ ପୁଷ୍ପା କୁଆଡେ ରାଜି ହୋଇଯାଇଥିଲେ। ଏହାପରେ ରମ୍‌ଜାନ୍‌ ଖାନ୍‌ କଳାହାଣ୍ଡି ଜିଲାର ରାଜା ଦୁର୍ଗାଙ୍କ ସହ ଭେଟ କରାଇ ଦେଇଥିଲେ। ସମସ୍ତ ଯୋଜନା ଅନୁଯାୟୀ ସନ୍ତୋଷ, ରମ୍‌ଜାନ୍‌ ଏବଂ ରାଜା ଦୁର୍ଗା ଭବାନୀପାଟଣାର ବିକ୍ରମ ମହାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୨.୨୦ ଲକ୍ଷ ଟଙ୍କାରେ ଶିଶୁପୁତ୍ରକୁ ବିକ୍ରି କରିଦେଇଥିଲେ। ଏହି ଘଟଣା ଜଣାପଡିବା ପରେ ଟିଟିଲାଗଡ ପୋଲିସ ଘଟଣାର ଗୁରୁତ୍ୱ ଉପଲବ୍ଧତ୍ କରି ତଦନ୍ତ ଆରମ୍ଭ କରିଥିଲେ ଏବଂ ରାୟଗଡ ଅଞ୍ଚଳର ଜଣେ ଦମ୍ପତିଙ୍କଠାରୁ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଟିଟିଲାଗଡ଼ ପୋଲିସର ଏକ ଟିମ୍‌ ଶିଶୁ କିଣିଥିବା ଉକ୍ତ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ସେମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିଟିଲାଗଡ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି। ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀଙ୍କ ପରାମର୍ଶ କ୍ରମେ ଟିଟିଲାଗଡ ସ୍ବତନ୍ତ୍ର ପୋଲିସ ଟିମ୍‌ ଏହି ଆନ୍ତଃରାଜ୍ୟ ଶିଶୁବିକ୍ରି ଘଟଣାର ପର୍ଦ୍ଦାଫାଶ କରିବା ସହ ସୁରକ୍ଷିତ ଭାବେ ଶିଶୁପୁତ୍ରକୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ପ୍ରଡ୍ୟୁସ୍‌ କରିଥିବାରୁ ବିଭିନ୍ନ ମହଲରୁ ପୋଲିସକୁ ପ୍ରଶଂସା କରାଯାଇଛି। ଏହି ଘଟଣାରେ ଖୋଦ୍‌ ଜନ୍ମକଲା ପିତାମାତା ଅଭିଯୁକ୍ତ ଥିବାରୁ କିଭଳି ଭାବେ ଶିଶୁପୁତ୍ର ଅଭିନନ୍ଦନ ସୁରକ୍ଷିତ ରହିବ ସେଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri