ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ

ବାଲିଆପାଳ,୧୪।୧୨(ସ୍ବ.ପ୍ର): ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଜାମ୍ଭିରାଇ ଗ୍ରାମରେ ଗତ ୧୧ ତାରିଖରୁ ନିଖୋଜ ଶିଶୁକନ୍ୟାର ମୃତଦେହ ସୋମବାର ସକାଳେ ସେହି ଗ୍ରାମର ଏକ ପରିତ୍ୟକ୍ତ ହ୍ରଦ ଭିତରୁ ଉଦ୍ଧାର କରାଯାଇଛି। ଓଡ଼ିଶାରେ  ପର ନିଖୋଜ ଘଟଣା  ବେଶ  ଚର୍ଚ୍ଚା ଜୋର ଧରିଥିବା ବେଳେ  ବାଲିଆପାଳ ଥାନା ଅନ୍ତର୍ଗତ ଜମ୍ଭୀରାଇ ଗ୍ରାମର ୭ ବର୍ଷର  ଶିଶୁ କନ୍ୟା ବିଷ୍ଣୁପ୍ରିୟା ପାତ୍ରଙ୍କ ନିଖୋଜ ରହସ୍ୟ ଉପରୁ ପରଦା ହଟିଯାଇଛି। ମୃତ ଶିଶୁକନ୍ୟାଙ୍କ ବାପା  ବଳରାମ ପାତ୍ର ଜମ୍ଭୀରାଇ ଗ୍ରାମର ଭାନୁ ଚରଣ ସାହୁଙ୍କ ପାଳିତ ପୁତ୍ର ଦୀପକ ସାହୁକୁ ସନ୍ଦେହ କରି  ତାଙ୍କ ନାମରେ ଗତ ୧୩ ତାରିଖ ଦିନ ବାଲିଆପାଳ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ। ବାଲିଆପାଳ ପୋଲିସ ଅଭିଯୋଗକୁ ଭିତ୍ତି କରି ଶ୍ରୀ ଦୀପକଙ୍କୁ ଥାନାକୁ ଅଣି ଅଟକ ରଖି ପଚରାଉଚରା କରିବା ପରେ ସୋମବାର ବାଲିଆପାଳ ପୋଲିସ ଦୀପକକୁ ଘଟଣାସ୍ଥଳକୁ ନେଇ ଜମ୍ଭିରାଈ ଗ୍ରାମର ପରିତ୍ୟକ୍ତ ନଳ ଦାମ ହ୍ରଦରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି। ପ୍ରଥମେ ବେକ କାଟି ମାରିବା ପରେ ମୃତଦେହକୁ ହ୍ରଦ ପକାଇଦେଇଥିବା ଶ୍ରୀ ସାହୁ ପ୍ରକାଶ କରିଥିଲେ। ପରେ ଦୀପକଙ୍କୁ ପୋଲିସ ଗିରଫ କରିଥିବାର ସୁଚନା ମିଳିଛି। ମୃତଦେହ ଉଦ୍ଧାର ସମୟରେ ବସ୍ତା ଏସ.ଡି.ପି.ଓ., ଜଳନ୍ଧର ଜାଲି, ବାଲିଆପାଳ ଆଇ.ଆଇ.ସି. ବିମଳ ନାୟକଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।