ମୃତ ବଉଳା କୁମ୍ଭୀର ଉଦ୍ଧାର

ରାଜନଗର,୧୭।୧୧(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ପାଟ୍ଟଶାଳା ନଦୀରୁ ସୋମବାର ୬ ଫୁଟ ଲମ୍ବର ମାଈ କୁମ୍ଭୀର ମୃତଦେହ ଉଦ୍ଧାର ହୋଇଛି। ମାଈ କୁମ୍ଭୀରର ୪ ଦିନ ତଳୁ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦରୁ ଜଣାପଡିଛି। ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦେବୀ ପ୍ରସାଦ କୁଣ୍ଡ କୁମ୍ଭୀରଟିର ବ୍ୟବଚ୍ଛେଦ କରିଥିଲେ। କୁମ୍ଭୀରର ମୁହଁ ପାଖରେ ଖଣ୍ଡିଆ ଚିହ୍ନ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଡା. କୁଣ୍ଡଙ୍କୁ ପଚାରିବାରେ କୁମ୍ଭୀର କୁମ୍ଭୀର ମଧ୍ୟରେ ସଂଘର୍ଷ ଘଟିବାରୁ ଏଭଳି ଘଟିଛି। ୨୦୧୬ରେ କୁମ୍ଭୀର ପ୍ରବଣ ପାଟ୍ଟଶାଳା ନଦୀରେ ଦୁଇଟି କୁମ୍ଭୀର ମଧ୍ୟରେ ସଂଘର୍ଷ ହୋଇଥିଲା। ସେତେବେଳେ ଏହାର ଭିଡିଓ ଭାଇରାଲକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଭିତରକନିକା ଜାତୀୟ ଉଦ୍ୟାନରେ ବର୍ତ୍ତମାନ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୮ ଶହରେ ପହଞ୍ଚତ୍ ସାରିଛି। ସୀମିତ ପରିଧି ମଧ୍ୟରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରସ୍ପର ମଧ୍ୟରେ ସଂଘର୍ଷ ଘଟି ମୃତ୍ୟୁ ଘଟୁଥିବା କୁହାଯାଉଛି।