Categories: ଗଞ୍ଜାମ

ନଦୀ ତଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଜରାଟରୁ ଗିରଫ ହେଲେ ଅଭିଯୁକ୍ତ

ଗଞ୍ଜାମ,୨୩।୯(ଡି.ଏନ.ଏ.): ଗତ ବର୍ଷ ଋଷିକୁଲ୍ୟା ନଦୀ ତଟରୁ ଜରିଗୁଡା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ଗଞ୍ଜାମ ଥାନା ପୋଲିସ। ମୃତକ ଜଣଙ୍କ ମମତା ବେହେରା ବୋଲି ଜଣାପଡିଥିଲା। ସେତେବେଳେ ତାଙ୍କୁ ତାଙ୍କ ସ୍ବାମୀ ଓ ଅନ୍ୟ ସହଯୋଗୀ ମିଶି ହତ୍ୟା କରି ସେଠାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଗତ କିଛି ଦିନ ତଳେ ମୃତକଙ୍କ ସ୍ବାମୀ ଓ ତାଙ୍କ ସହଯୋଗୀଙ୍କୁ ଗଞ୍ଜାମ ଥାନା ପୋଲିସ ଗିରଫ କରିସାରି ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିଲେ। ଫେରାର ଅଭିଯୁକ୍ତ ଜଣଙ୍କ ଗୁଜରାଟରେ ଥିବା ଗଞ୍ଜାମ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ସେଠାରୁ ତାଙ୍କୁ ଗିରଫ କରିଥିବା ଜଣା ପଡିଛି। ଗିରଫ ଜଣକ ହେଲେ ମଙ୍ଗରାଜ ପ୍ରଧାନ। ସେତେବେଳେ ପୋଲିସ କେଶ ନ ୧୪୯/୨୧ରେ ମାମଲା ରୁଜୁ ହୋଇଥିଲା।